Earth Again Conference 2026: ‘ଜମିରେ ଜୀବିକା  ଓ ଜୈବବିବିଧତା କ୍ଷତି ସହିତ ଅନେକ ଚ୍ୟାଲେଞ୍ଜ ରହିଛି’

3 weeks ago 6
ARTICLE AD BOX

ଭୁବନେଶ୍ବର: ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଶନିବାର ଦକ୍ଷିଣ ଫାଉଣ୍ଡେସନର ପୂଜା ମିତ୍ର କହିଛନ୍ତି, ଆମ ଦେଶର ଉପକୂଳ ପ୍ରାୟ ୭,୦୦୦ ବର୍ଗ କିଲୋମିଟର ଅଟେ। ଦୀର୍ଘ ସମୟ ଧରି ଆମର ବିକାଶ ଓ ନୀତିଗୁଡ଼ିକ ପାଇଁ ଏକ ସ୍ଥଳଭୂମି ଦୃଷ୍ଟିକୋଣ ରହିଆସିଛି। ବର୍ତ୍ତମାନ ଆମେ ମହାସାଗର ଓ ଉପକୂଳ ଆଡକୁ ଆସିଛୁ କିନ୍ତୁ ଆମେ ଏକ କଷ୍ଟକର ସମୟରେ ଆସିଛୁ ଯେତେବେଳେ ଜଳବାୟୁ ଅସ୍ଥିରତା ବୃଦ୍ଧି ପାଉଛି। ଜମିରେ ଜୀବିକା  ଓ ଜୈବବିବିଧତା କ୍ଷତି ସହିତ ଅନେକ ଚ୍ୟାଲେଞ୍ଜ ରହିଛି ବୋଲି ଆମେ ଜାଣୁ। ସେ କହିଛନ୍ତି, ସରକାର ଓ ବିଜ୍ଞାନ ମନ୍ତ୍ରଣାଳୟ ଏକ ସହଯୋଗୀ ପ୍ଲାଟଫର୍ମ ଆଣୁଛନ୍ତି, ଯେଉଁଥିରେ ଭାରତର ବିଭିନ୍ନ ଗବେଷଣା ଏଜେନ୍ସିଗୁଡ଼ିକ ଯାହାକି ମହାସାଗର ଏବଂ ଉପକୂଳ ଉପରେ କାମ କରୁଛନ୍ତି, ସେମାନେ ମିଳିତ ଭାବରେ ତଥ୍ୟ ସେୟାର୍ କରିବେ।

ଭାରତର ଭବିଷ୍ୟତ ଅନେକ ଯୁବକ ଅଛନ୍ତି

ଉତ୍କଳ ବିଶ୍ବବିଦ୍ୟାଳୟର ଏମକେସିଜି ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ବିସିକେଆଇସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର କହିଛନ୍ତି, FICCI ଦେଖୁଛି ଯେ ଆମେ କିପରି ଏକ ନୂତନ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ ଓ ସୁଯୋଗଗୁଡ଼ିକୁ ଦେଖିପାରିବା। ଓଡ଼ିଶା ଏବଂ ଭାରତର ଭବିଷ୍ୟତ ପାଇଁ ଏଠାରେ ଅନେକ ଯୁବକ ଅଛନ୍ତି। ଆମେ କେବଳ ଚ୍ୟାଲେଞ୍ଜ ବିଷୟରେ କଥା ନହୋଇ ଚ୍ୟାଲେଞ୍ଜଗୁଡ଼ିକୁ ଭାବି ସେଥିରୁ ସୁଯୋଗ ବାହାର କରିବା ଉଚିତ। ଚିଲିକା ହ୍ରଦ ବହୁ ପୂର୍ବରୁ ରହିଛି ଯାହା ଓଡ଼ିଶା ଓ ଭାରତର ଗର୍ବ ଅଟେ। ଚିଲିକାରେ 'ଫ୍ରାଗମାଇଟ୍ସ' ନାମକ ଏକ ଘାସ ପ୍ରଜାତି ବଢୁଛି ଯାହା ଚିଲିକା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ସରକାର, କମ୍ୟୁନିଟି ଅର୍ଗାନାଇଜେସନ୍ ଓ ସମସ୍ତେ ଏହା ବିଷୟରେ ଆଲୋଚନା କରୁଛନ୍ତି।

Earth Again Conference 2026: ‘ଆମକୁ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ’

ଶ୍ରୀ ସୁଆର କହିଛନ୍ତି, କାଳୁପଡ଼ା ଘାଟରେ ୫୦ ଜଣ ମହିଳା ପ୍ରଶିକ୍ଷିତ ହୋଇ ଅନେକ ମେଡିକାଲ୍ ପ୍ରଡକ୍ଟ ତିଆରି କରିବା ଆରମ୍ଭ କରିଛନ୍ତି ଓ ଆମେ ସେମାନଙ୍କ ନମୁନା ମଧ୍ୟ ଆମର ଜଣେ ସହକର୍ମୀଙ୍କୁ ଦେଇଛୁ। ସେ କହିଛନ୍ତି,  ଯଦି ଆମେ ଏହି ଫ୍ରାଗମାଇଟ୍ସକୁ ନେଇ ବାୟୋମାସ ପେଲେଟ୍ ରେ ପରିଣତ କରିବା, ତେବେ ଏହାର କ୍ୟାଲୋରିଫିକ୍ ମୂଲ୍ୟ ବହୁତ ଅଧିକ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.