ARTICLE AD BOX
ଭୁବନେଶ୍ବର: ଓଡ଼ିଶାରେ ନଡ଼ିଆ ଚାଷର ବିପୁଳ ସମ୍ଭାବନା ରହିଛି। ସ୍ଥାୟୀ କୃଷିରୁ ମିଳିବ ଉଚ୍ଚ ଲାଭ। ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର ଏକ ସ୍ବତନ୍ତ୍ର ଅଧିବେଶନରେ ଶନିବାର କୋକୋଟ୍ର ଫାର୍ମର ପ୍ରତିଷ୍ଠାତା ଡକ୍ଟର ସତ୍ୟ ତାପସ ଏହା କହିଛନ୍ତି।
କୃଷି କ୍ଷେତ୍ରକୁ ଆଗକୁ ନେବାକୁ ଆହ୍ୱାନ
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସଜି ହଲ୍ରେ ଆୟାଜିତ ସମାରୋହରେ ସତ୍ୟ ତାପସ କହିଛନ୍ତି ଯେ, ଓଡ଼ିଶାର କେନ୍ଦ୍ରାଞ୍ଚଳ ଓ ପଶ୍ଚିମ ଓଡ଼ିଶାରେ ନଡ଼ିଆ ଚାଷକୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛୁ, ଯେଉଁଥିରେ ବଡ଼ ସୁଯୋଗ ରହିଛି। ଜଳବାୟୁ ପରିବର୍ତ୍ତନ ବିଷୟରେ କହିବାକୁ ଗଲେ, ଏ ବର୍ଷ ପ୍ରାୟ ସମସ୍ତ ଦକ୍ଷିଣୀ ରାଜ୍ୟ, ଯଥା- କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ଉତ୍ତରରେ ପଞ୍ଜାବ, ହରିଆଣା, ରାଜସ୍ଥାନ ତଥା ପୂର୍ବରେ ବିହାର ଓ ଆସାମରେ ୧୨ରୁ ୧୫ ପ୍ରତିଶତ ନିଅଣ୍ଟ ଦେଖାଦେଇଛି। ମହାରାଷ୍ଟ୍ରରେ ୭୫ ପ୍ରତିଶତରୁ ଅଧିକ ଜମି ମରୁଡ଼ି ଘୋଷିତ ହୋଇଛି। କିନ୍ତୁ ଓଡ଼ିଶାରେ ଏ ବର୍ଷ ଯଥେଷ୍ଟ ବର୍ଷା ହୋଇଛି, ଯାହାକି ଆମ ପାଇଁ ଏକ ବଡ଼ ସୁବିଧା ଅଟେ।
Earth Again Conference 2026: ‘ନୂଆ ପ୍ରକଳ୍ପର ବିକାଶ ହେଲେ ରୋଜଗାରର ସୁଯୋଗ ସୃଷ୍ଟି କରିବ’
ସେ କହିଛନ୍ତି, ଗତ ୮ ବର୍ଷ ଧରି ଓଡ଼ିଶାରେ ଏବଂ ଦକ୍ଷିଣ ଭାରତ ଭଳି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ନଡ଼ିଆ ଚାଷ ସଫଳତାର ସହ କରାଯାଇପାରିବ। ଦେଶରେ ନଡ଼ିଆର ଚାହିଦା ବୃଦ୍ଧି ପାଉଥିବା ବେଳେ ଏହାର ଦର ୭୦–୮୦ ଟଙ୍କାରୁ ୧୦୦ ଟଙ୍କା ଟପିଲାଣି। ଅନ୍ୟ ରାଜ୍ୟରେ ମରୁଡ଼ି ପରିସ୍ଥିତି ଥିବା ବେଳେ ଓଡ଼ିଶାରେ ପର୍ଯ୍ୟାପ୍ତ ବର୍ଷା ହେଉଛି, ଯାହା ଉଦ୍ୟାନ କୃଷି ପାଇଁ ବରଦାନ ସଦୃଶ। ଲଘୁଚାପଜନିତ ବର୍ଷା ଜଳ ସଂରକ୍ଷଣ କରି ତଳିଆ ଜମିକୁ ଲାଭଜନକ କୃଷି ମଡେଲରେ ପରିଣତ କରିବା ଜରୁରୀ। ଖଣି ଓ ଶିଳ୍ପ ବିକାଶ ସହ କୃଷି କ୍ଷେତ୍ରକୁ ସ୍ଥାୟୀ ଭାବେ ଆଗକୁ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

3 weeks ago
6


