ARTICLE AD BOX
ଭୁବନେଶ୍ବର: ଦୈନିକ ‘ସମ୍ବାଦ’ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବ ନେଇ ଶୁକ୍ରବାର ଠାରୁ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଯାଇଛି।
/filters:format(webp)/sambad/media/media_files/2026/10/03/whatsapp-image-2026-10-03-17-50-02.jpeg)
ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଆୟୋଜିତ ଏହି ସମ୍ମିଳନୀରେ ଏକାଧିକ ଅଧିବେଶନ ମାଧ୍ୟମରେ ରାଜ୍ୟପାଳ, ମନ୍ତ୍ରୀ, ବିଧାୟକ, ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।
/filters:format(webp)/sambad/media/media_files/2026/10/03/whatsapp-image-2026-10-03-17-50-14.jpeg)
ସମ୍ମିଳନୀର ଦ୍ବିତୀୟ ଦିବସରେ ଶନିବାର ଏକ ଅଭିନବ ପ୍ରୟାସ ପରିବେଶ ବିଧାନସଭାର ଆୟୋଜନ ହୋଇଛି। ଅର୍ଥାତ୍ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ବିଧାନସଭା ଭଳି ସମ୍ପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି। ବିଧାନସଭା ଭଳି ବାଚସ୍ପତିଙ୍କ ତତ୍ତ୍ଵାବଧାନରେ ଶାସକ ଦଳ ଓ ବିରୋଧୀ ଦଳ, ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରସ୍ତାବ ପାରିତ, ଗୃହ ମୁଲତବି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ମୁଖ୍ୟଙ୍କ ଅଭିଭାଷଣ, ହୋହଲ୍ଲା ସହିତ ଗୃହ ପରିଚାଳନା ହୋଇଥିଲା।

3 weeks ago
7


