Earth Again Conference 2026: ‘ପୂର୍ବ ଅପେକ୍ଷା ବାତ୍ୟା ଅଧିକ ଜୋର୍‌ରେ ହେଉଛି’

3 weeks ago 7
ARTICLE AD BOX

ଭୁବନେଶ୍ବର:ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱ ତଥା ଓଡ଼ିଶାରେ ଋତୁଚକ୍ର ବଦଳିବା ସହ ବିଭିନ୍ନ ଦୁର୍ଘଟନା ଏବଂ ଦୁର୍ବିପାକ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବାତ୍ୟାଗୁଡ଼ିକ ଅଧିକ ଜୋର୍‌ରେ ହେଉଛି ଏବଂ ଦଶ-ପନ୍ଦର ଦିନ ପୂର୍ବରୁ ସମ୍ଭାବନା ଜଣାପଡୁଥିଲେ ମଧ୍ୟ ଏହା ଏକ ନିୟମିତ ସମସ୍ୟା ପାଲଟିଛି। ଏଫ୍‌ଏଫ୍‌ଏସ୍‌ର ସ୍ୱପ୍ନାଶ୍ରୀ ଷଡ଼ଙ୍ଗୀ ରବିବାର ଦିନ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଏହା କହିଛନ୍ତି। 

ନିରନ୍ତର ଭାବରେ ପ୍ରୟାସ ଜାରି

ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ତିନିଦିନିଆ ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଏହାର ମୁକାବିଲା ପାଇଁ ବହୁତ ଉଦ୍ୟମ କରାଯାଉଛି ଏବଂ ସମାଜ ସେବା ସଂସ୍ଥାଗୁଡ଼ିକ ମଧ୍ୟ ଚିନ୍ତାଧାରା ବ୍ୟକ୍ତ କରି ସଚେତନତା ସୃଷ୍ଟି କରୁଛନ୍ତି। ଯେଉଁମାନେ ନିରନ୍ତର ଭାବରେ ପ୍ରୟାସ ଜାରି ରଖିଛନ୍ତି, ସେମାନଙ୍କର କାର୍ଯ୍ୟକୁ ଏକ ସଚ୍ଚା ସେବାନୁଷ୍ଠାନ ଭାବେ ଗ୍ରହଣ କରାଯାଇଛି, ଯାହା ଜଳବାୟୁ ପ୍ରଭାବକୁ ସମାଜ ଓ ପ୍ରକୃତି ଉପରେ କମ୍ କରିବାକୁ ଲକ୍ଷ୍ୟ ରଖିଛି।

ସେ କହିଛନ୍ତି, ଜଳବାୟୁକୁ ପୁଣିଥରେ ସ୍ବଚ୍ଛ ଆଡ଼କୁ ଆଣିବାକୁ ଯଦି କେହି ଗୁଣ୍ଡିଚା ମୂଷା ଭଳି କାମ କରିଥାଏ ସେ ହେଉଛି 'ସ୍ୱେଚ୍ଛାସେବୀ ସଙ୍ଗଠନ', ପୁନଶ୍ଚ ପୃଥିବୀ ଏଭଳି ଏକ ଆହ୍ୱାନ ଆରମ୍ଭ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ। ବିପର୍ଯ୍ୟୟ ଆଗରେ ହାର ମାନିବନି ଓଡ଼ିଶା: ୯୯ ମହାବାତ୍ୟାଠାରୁ ଶିଖି ଏବେ ନୂଆ ରୂପରେ ମୁକାବିଲା କରିବାର ସମୟ ଆସିଛି। 

Earth Again Conference 2026: ପରିବେଶ, ଜୈବ-ବିବିଧତା ସହ ଅର୍ଥନୀତି ଜଡ଼ିତ ଅଛି’

ସେ ଆହୁରି କହିଛନ୍ତି ଯେ, ଚାଷ ଜମି କମ୍ ଥିବା ଏବଂ ଜଳସେଚନ ବ୍ୟବସ୍ଥା ନଥିବା କାରଣରୁ ଚାଷୀମାନେ ମୁଖ୍ୟତଃ ଏନ୍.ଟି.ଏଫ୍. (NTF) ଉତ୍ପାଦନ କିମ୍ବା ସଂଗ୍ରହ ଉପରେ ନିର୍ଭର କରନ୍ତି। ଅନିୟମିତ ବର୍ଷା ଯୋଗୁଁ ଧାନ ଫସଲର ଉତ୍ପାଦନ ପ୍ରଭାବିତ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.