Earth Again Conference 2026: ‘ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଯାନବାହନ ଚଳାଚଳ ଯୋଗୁଁ ବାୟୁମଣ୍ଡଳ ଗରମ ହେଉଛି’

3 weeks ago 5
ARTICLE AD BOX

ଭୁବନେଶ୍ବର: ମଣିଷ ସମେତ ସମଗ୍ର ଜୀବଜଗତ ଯେମିତି ନିଃଶ୍ବାସ ନେଇଥାଏ; ଠିକ୍‌ ସେହିପରି ସହର ମଧ୍ୟ ନିଃଶ୍ୱାସ ନେଇଥାଏ। ତେଣୁ ସହରକୁ ନିଶ୍ୱାସ ନେବା ପାଇଁ ଜାଗା ଦରକାର ପଡୁଛି। ଟାଟା ଷ୍ଟିଲ ଫାଉଣ୍ଡେସନର ଅର୍ବାନ୍‌ ହାବିଟାଟ୍‌ ଟିମ୍‌ ଲିଡ୍‌ ଶିଶିର ରଞ୍ଜନ ଦାଶ ଶନିବାର ପୁନଶ୍ଚ ପୃଥିବୀର ଏକ ସ୍ବତନ୍ତ୍ର ଅଧିବେଶନରେ ଏହା କହିଛନ୍ତି। 

ଯୁଆଡେ ଦେଖ ଖାଲି କୋଠା

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ଗତ ୨ ତାରିଖ ଠାରୁ ଜାରି ଥିବା ଉଦ୍‌ଯାପନୀ ଦିବସର ଏକ ଅଧିବେଶନରେ ଶ୍ରୀ ଦାଶ କହିଛନ୍ତି, ଆଗରୁ ଭୁବନେଶ୍ୱର-କଟକରେ ଚାଷ ହେଉଥିଲା। ଏବେ ଯୁଆଡେ ଦେଖ ଖାଲି କୋଠା। ସମସ୍ତଙ୍କ ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର। ଅଧିକାଂଶ ଲୋକଙ୍କର ଘରେ କାର। ସହରରେ ଗରମ ପବନ ପ୍ରବାହିତ ହେଉଛି। 

Earth Again Conference 2026: ‘ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଚିନ୍ତା କରାଯିବ ଉଚିତ’

ସେ କହିଛନ୍ତି, ଯଦି ଆମେ ସବୁ ଲୋକ ମିଶିକି କିଛି ପ୍ରଭାବ ପକାଇବାକୁ ଚେଷ୍ଟା କରିବା। ତେବେ ଶେଷରେ ସହରରେ ଏକ ବଡ଼ ପରିବର୍ତ୍ତନ ଆସିବ। ସହରର କାୟା ବଦଳିଯିବ ଏବଂ ସହର ଏକ ସୁନ୍ଦର ରୂପ ନେବ। ବହୁତ ଲୋକ ଭୁବନେଶ୍ୱରରେ ବାସ କରନ୍ତି, ଯାତାୟାତ ପଦ୍ଧତି ଓ ଗତିଶୀଳତାକୁ ଅନୁଭବ କରନ୍ତି। ଭୁବନେଶ୍ୱରର ଚିନ୍ତାଧାରା ମଧ୍ୟ ଅନେକ ଭାବରେ ଏହି ବିଷୟ ସହିତ ଜଡ଼ିତ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.