Earth Again Conference 2026: 'ସବୁଆଡ଼େ ଗଛ-ଲତା ଲଗାଇଲେ ସହରକୁ ସବୁଜମୟ କରିପାରିବା’

3 weeks ago 7
ARTICLE AD BOX

ଭୁବନେଶ୍ବର: ଆମେ ଯଦି ଭୁବନେଶ୍ୱରକୁ ଦେଖିବା, ତେବେ ୧୦-୧୫ ବର୍ଷ ତଳେ ଯେପରି ସବୁଜ ଦେଖାଯାଉଥିଲା, ବର୍ତ୍ତମାନ ସେପରି ସବୁଜ ଦେଖାଯାଉ ନାହିଁ। ସବୁଠାରୁ ବଡ଼ କାମ ହେଲା ସବୁଆଡ଼େ ଗଛ ଓ ଲତା ଲଗାଇବା, ଯାହା ଦ୍ୱାରା ସହରକୁ ସବୁଜମୟ କରାଯାଇପାରିବ। ଏକ ଗବେଷଣାରୁ ଜଣାପଡିଛି ଯେ ସହରର ସମସ୍ତ କାର୍ବନ ଏମିସନକୁ କେବଳ ଗଛ ଲଗାଇ ଦୂର କରାଯାଇପାରିବ। ସବୁ ଖାଲି ଜାଗାରେ ଗ୍ରିନ୍ କଭର୍ ଦେଇ ସହରକୁ ଅଧିକ ସୁନ୍ଦର ଓ ସୁରକ୍ଷିତ କରାଯାଇପାରିବ। ଏକ୍ସଆଇଏମ୍‌ର ସ୍କୁଲ୍ ଅଫ୍ ହ୍ୟୁମାନ୍ ସେଟେଲମେଣ୍ଟସ୍ ଡିନ୍‌ କାଜରୀ ମିଶ୍ର ଶନିବାର ଏହା କହିଛନ୍ତି। 

ବଢ଼ୁଥିବା କାର୍ବନ ନିର୍ଗମନ ଉପରେ ଚିନ୍ତା

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆ‌ୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣ‌ରେ ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ ଦିବସର ଏକ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀମତୀ ମିଶ୍ର କହିଛନ୍ତି, ସହରାଞ୍ଚଳରେ ନିର୍ମାଣ ଓ ଗମନାଗମନ ଯୋଗୁଁ ବଢ଼ୁଥିବା କାର୍ବନ ନିର୍ଗମନ ଉପରେ ଚିନ୍ତା ପ୍ରକଟ କରାଯାଇଛି। 

ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସଜି ହଲ୍‌ରେ ଶ୍ରୀମତୀ ମିଶ୍ର କହିଛନ୍ତି, କୋଠା ନିର୍ମାଣରେ ବ୍ୟବହୃତ ଷ୍ଟିଲ୍, ସିମେଣ୍ଟ ତଥା ପରିବହନ କାରଣରୁ ଯେଉଁ ମାତ୍ରାରେ ପ୍ରଦୂଷଣ ହୁଏ, ତାହାକୁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଭରଣା  କରିବାକୁ ହେଲେ କେବଳ ବୃକ୍ଷରୋପଣ ହିଁ ଏକମାତ୍ର ସହଜ ସମାଧାନ। ଭୁବନେଶ୍ୱର ଓ ରାଉରକେଲାର ବିଭିନ୍ନ ଅଞ୍ଚଳକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, ସହରର ଖାଲି ସ୍ଥାନଗୁଡ଼ିକରେ ସବୁଜିମା ବୃଦ୍ଧି ଏବଂ ଛାତ ଉପରେ ଗଛ ଲଗାଇବା  ଦ୍ୱାରା ଘର ଥଣ୍ଡା ରହିବା ସହ କାର୍ବନ ଫୁଟପ୍ରିଣ୍ଟ ଶୂନ୍ୟ  ହୋଇପାରିବ। ଏହା ସହିତ ସହରରେ ଗଛ କଟାଯିବା ଉପରେ ଚିନ୍ତା ବ୍ୟକ୍ତ କରି ନାଗରିକମାନଙ୍କୁ ସଚେତନ ହେବା ଓ ଆବଶ୍ୟକ ପଡ଼ିଲେ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି।  

Earth Again Conference 2026: କ୍ଷୟକ୍ଷତି କମାଇବା ଓ ପରିସ୍ଥିତି ସହ ଖାପଖୁଆଇ ଚଳିବା ସର୍ବାଧିକ ପ୍ରାଥମିକତା ପାଇବା ଉଚିତ: ସୁରେଶ ଚନ୍ଦ୍ର ମହାପାତ୍ର

ସେ କହିଛନ୍ତି,  ଆମେ ସହରକୁ ଏକ ଭିନ୍ନ ଭାବରେ ଚିନ୍ତା କରୁଛୁ, ଯେଉଁଠି ସ୍ମାର୍ଟ ସିଟି କିମ୍ବା ସ୍ୱଚ୍ଛତା ସହିତ ସ୍ମାର୍ଟ ହେବା କଥା କୁହାଯାଉଛି। ଆପଣମାନେ ବହୁତ ଜାଣିଥିବେ ଯେ ଆମର ଜଳବାୟୁ ସମସ୍ୟା ଯାହା ହେଉଛି, ତାର ୭୫% ଦାୟୀ ହେଉଛନ୍ତି ସହରର ଲୋକମାନେ। ଆମେ ଯେପରି ଭାବରେ ସହର ତିଆରି କରୁଛୁ ଏବଂ ଚାଲିଛୁ, ତାହା ଏହାର ଏକ ବଡ଼ କାରଣ। ୨୦୦ରୁ ୨୫୦ ବର୍ଷ ହେଲା ଆମର ସହର ଯେପରି ଉନ୍ନତ କରୁଛି ଆଜି ଆମେ ଏହି ପରିସ୍ଥିତିରେ ଅଛୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.