ECI Controversy: ନିର୍ବାଚନ କମିଶନରଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନକୁ ମନା କଲେ କ୍ୟାବିନେଟ୍ ସଚିବାଳୟ

4 days ago 4
ARTICLE AD BOX

ନୂଆଦିଲ୍ଲୀ:ନିର୍ବାଚନ କମିଶନ(ଇସିଆଇ)ର ଜଣେ ବରିଷ୍ଠ ଅଧିକାରୀ ମନୀଷ ଗର୍ଗଙ୍କ ବିରୋଧରେ ଦୁଇଜଣ ନିର୍ବାଚନ ଆୟୁକ୍ତ ଆଣିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ୟାବିନେଟ୍ ସଚିବାଳୟ ସିଧାସଳଖ ମନା କରିଦେଇଛନ୍ତି। ଏହି ପତ୍ରଗୁଡ଼ିକ ଆୟୁକ୍ତମାନଙ୍କ ବ୍ୟକ୍ତିଗତ ସ୍ତରରେ ଦିଆଯାଇଛି ଏବଂ ଏହା ସମ୍ପୂର୍ଣ୍ଣ କମିଶନଙ୍କ ଆନୁଷ୍ଠାନିକ ନିଷ୍ପତ୍ତି ନୁହେଁ ବୋଲି ସଚିବାଳୟ ସ୍ପଷ୍ଟ କରିଛନ୍ତି। ସୂଚନା ଅଧିକାର (ଆରଟିଆଇ) ଆଇନ ବଳରେ ପ୍ରକାଶିତ ଦଲିଲରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ଗତ ଜୁଲାଇ ୨୯ ତାରିଖରେ କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କୁ ପୃଥକ ପୃଥକ ଚିଠି ଲେଖି ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ମନୀଷ ଗର୍ଗଙ୍କ କାର୍ଯ୍ୟଶୈଳୀକୁ ନେଇ ଗମ୍ଭୀର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ଗର୍ଗ କମିଶନ କିମ୍ବା ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା ନକରି ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ, ଉପ ନିର୍ବାଚନ ଆୟୁକ୍ତ, ମହାନିର୍ଦ୍ଦେଶକ ଓ ସମପର୍ଯ୍ୟାୟ ଅଧିକାରୀମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନରେ ପରିବର୍ତ୍ତନ କରିଥିଲେ। ଏପରିକି ବାରମ୍ବାର ମୌଖିକ ଓ ଲିଖିତ ନିର୍ଦ୍ଦେଶ ସତ୍ତ୍ୱେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ଯୋଶୀ ନଥି ଦେଖିବାକୁ ଚାହିଁବାରୁ ତାହା ଯୋଗାଇ ଦିଆଯାଇନଥିଲା। ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନିୟମ ଓ ୨୦୨୩ର ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟାନ୍ୟ ନିର୍ବାଚନ ଆୟୁକ୍ତ ଆଇନର ଉଲ୍ଲଂଘନ କରୁଛି ବୋଲି ଦୁଇ ଆୟୁକ୍ତ ଦାବି କରିଥିଲେ।

ରାଜନୈତିକ ସମୀକ୍ଷକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି

ଆରଟିଆଇ କର୍ମୀ କମୋଡୋର ଲୋକେଶ କେ. ବାତ୍ରା (ଅବସରପ୍ରାପ୍ତ)ଙ୍କୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ୍ ସଚିବାଳୟ ଦର୍ଶାଇଛନ୍ତି ଯେ ନିର୍ବାଚନ କମିଶନ ଏକ ସମ୍ବିଧାନିକ ସଂସ୍ଥା ଏବଂ ଏହା କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ସମ୍ପୂର୍ଣ୍ଣ ମୁକ୍ତ ରହିବା ଆବଶ୍ୟକ। ଆନୁଷ୍ଠାନିକ କମିଶନଙ୍କ ସୁପାରିଶ ବିନା ବ୍ୟକ୍ତିଗତ ଚିଠି ଉପରେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ତାହା ସାମ୍ବିଧାନିକ ସଂସ୍ଥାର କାର୍ଯ୍ୟପ୍ରଣାଳୀରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ବିବେଚନା କରାଯିବ। ସଚିବାଳୟ ଏହି ଚିଠିଗୁଡ଼ିକୁ ଗମ୍ଭୀରତାର ସହ ଗ୍ରହଣ କରି ପ୍ରମୁଖ ବ୍ୟକ୍ତିଗତ ସଚିବ (ମୁଖ୍ୟ ନିର୍ବାଚନ ଆୟୁକ୍ତ)ଙ୍କୁ ଜାଣିବା ପାଇଁ ପଠାଇବା ସହ ଭବିଷ୍ୟତରେ ଅଧିକାରୀଙ୍କ ସମ୍ପର୍କିତ ନିଷ୍ପତ୍ତି ପାଇଁ ରେକର୍ଡରେ ରଖିଛନ୍ତି। ଏହି ସଂବେଦନଶୀଳ ଘଟଣାକୁ ନେଇ ଏବେ ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ

ପୂର୍ବତନ ନିର୍ବାଚନ ଆୟୁକ୍ତ ଅଶୋକ ଲଭାସା ଏବଂ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ପ୍ରଶ୍ନ ଉଠାଇଛନ୍ତି ଯେ, କମିଶନଙ୍କ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅଥବା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବୈଠକ ମାଧ୍ୟମରେ ସମସ୍ୟାର ସମାଧାନ ନକରି କିମ୍ବା ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ନହୋଇ ଦୁଇ ଆୟୁକ୍ତ କାହିଁକି କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଲେ। ସେପଟେ ଗତ ସେପ୍ଟେମ୍ବର ୨୬ରେ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ଦୁଇ ଆୟୁକ୍ତଙ୍କ ନିର୍ଦ୍ଦେଶ ପରେ ମନୀଷ ଗର୍ଗଙ୍କ କାର୍ଯ୍ୟ ବଣ୍ଟନ ଆଦେଶକୁ କାର୍ଯ୍ୟକାରୀ କରାଯାଇ ନାହିଁ ଏବଂ ଏହି ମାମଲା କେବଳ ଜଣେ ଡେପୁଟେସନରେ ଥିବା ଅଧିକାରୀଙ୍କ ସହ ଜଡ଼ିତ, ଏହାର କୌଣସି ନୀତିଗତ କିମ୍ବା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହ ସମ୍ପର୍କ ନାହିଁ।

Pollution: ଦିଲ୍ଲୀ-ଏନସିଆରରେ ଗ୍ରାପ୍ ପ୍ରତିବନ୍ଧକ ପ୍ରଭାବହୀନ; ତାଣ୍ଡବ ରଚିଲା ବିଷାକ୍ତ ବାୟୁ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.