ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଜିଲ୍ଲାଶିକ୍ଷାଅଧିକାରୀ (ଡିଇଓ) ଭାବରେ ଛତ୍ରପତି ସାହୁଙ୍କୁ ପୁରସ୍କୃତ କରାଯିବ। ଏହା ଆସନ୍ତା ୫ତାରିଖ ସେପ୍ଟେମ୍ବରରେ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନିତ କରିବେ।
ଦୁଇଟି ପୁରସ୍କାର ଜିଲ୍ଲାକୁ ମିଳୁଥିବାରୁ ବୁଦ୍ଦିଜୀବୀ ମହଲରେ ପ୍ରଶାଂସା କରାଯାଇଛି। ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ସକ୍ଷମ ମାର୍ଗଦର୍ଶନ ଏବଂ ଅଟଳ ସମର୍ଥନ ପାଇଁ ଏହି ପୁରସ୍କାର ମିଳିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ଜିଲ୍ଲାପାଳ ମଧ୍ୟ ଡିଇଓ, ଏଡିଇଓ, ବିଇଓ, ଏବିଇଓ, ସିଆରସିସି ଓ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

1 hour ago
2

