El Nino: ‘ଏଲ୍ ନିନୋ’ ପ୍ରଭାବ: ଶତାବ୍ଦୀର ସବୁଠାରୁ ଗରମ ବର୍ଷ ହେବ ୨୦୨୭

5 days ago 4
ARTICLE AD BOX

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ଏଲ୍ ନିନୋ’ ଆଗାମୀ ଦିନରେ ଅତି ଶକ୍ତିଶାଳୀ ରୂପ ଧାରଣ କରିବାକୁ ଯାଉଛି ଏବଂ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି। ପ୍ରଶାନ୍ତ ମହାସାଗରର ଜଳଭାଗ ଏବେ ସ୍ୱାଭାବିକ ଠାରୁ ୩ ଡିଗ୍ରି ସେଲସିୟସରୁ ଅଧିକ ଗରମ ହେବା ସହ ପୂର୍ବ ସମସ୍ତ ଜଳବାୟୁ ରେକର୍ଡକୁ ଭାଙ୍ଗି ଦେଇଛି। ବ୍ରିଟେନର ପାଣିପାଗ ବିଭାଗ ‘ମେଟ୍ ଅଫିସ୍’ ପକ୍ଷରୁ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ପ୍ରଭାବ ଯୋଗୁଁ ଆସନ୍ତା ୨୦୨୭ ମସିହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହୋଇପାରେ। ଭାରତରେ ଏହାର ପ୍ରଭାବରେ ମୌସୁମୀ ବର୍ଷା ହ୍ରାସ ପାଇବା ଆରମ୍ଭ ହୋଇଥିବା ବେଳେ ଏହା ଦେଶର ଦୁଇଟି ପ୍ରମୁଖ ଫସଲ ଋତୁ ଉପରେ ଦ୍ୱିଗୁଣିତ ଚାପ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବର୍ଷା ବିଭିନ୍ନ ଅଂଚଳରେ ଅତି ମନ୍ଥର ହୋଇଯାଇଥିବାରୁ ଚଳିତ ଚାଷ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଆହୁରି ପଢନ୍ତୁ :Stalwart: ଷ୍ଟଲୱାର୍ଟର ଆଟ୍‌ମୋସ୍ଫିୟର ପ୍ରକଳ୍ପ ‘୩୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ’ ଆରମ୍ଭ

ଅପରପକ୍ଷରେ ଆମେରିକାର ଜାତୀୟ ପାଣିବାଗ ବିଭାଗର ତଥ୍ୟ ଆଧାରରେ ପ୍ରସ୍ତୁତ ‘କ୍ଲାଇମେଟ୍ ବ୍ରିଙ୍କ୍’ ଡ୍ୟାସବୋର୍ଡ ଦର୍ଶାଇଛି ଯେ, ଆସନ୍ତା ନଭେମ୍ବର ମାସ ସୁଦ୍ଧା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩.୯ ଡିଗ୍ରି ସେଲସିୟସ ଅଧିକ ରହିବ। ଏହା ପୂର୍ବରୁ ୨୦୧୫-୧୬ ମସିହାରେ ସୃଷ୍ଟି ହୋଇଥିବା ସର୍ବବୃହତ ‘ଏଲ୍ ନିନୋ’ର ୩ ଡିଗ୍ରି ରେକର୍ଡ ଏବେ ଅତିକ୍ରମ ହୋଇସାରିଛି। ବିଶେଷଜ୍ଞଙ୍କ ମତରେ, ‘ଏଲ୍ ନିନୋ’ ହେଉଛି କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବରେଖୀୟ ପ୍ରଶାନ୍ତ ମହାସାଗରୀୟ ଜଳଭାଗର ଏକ ପ୍ରାକୃତିକ ଉଷ୍ମତା ପ୍ରକ୍ରିୟା, ଯାହା ବିଶ୍ୱବ୍ୟାପୀ ବାୟୁମଣ୍ଡଳୀୟ ଚାପ ଓ ବୃଷ୍ଟିପାତରେ ବ୍ୟାପକ ପରିବର୍ତ୍ତନ ଆଣିଥାଏ।

ଆହୁରି ପଢନ୍ତୁ :Marisas: ମରିସସ୍‌କୁ ୫ ବର୍ଷ ତେଲ ଯୋଗାଇବ ଆଇଓସିଏଲ୍‌

ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବୈଜ୍ଞାନିକତଥା ଜଳବାୟୁ ନିରୀକ୍ଷଣ ଗ୍ରୁପ୍ ମୁଖ୍ୟ ଓ. ପି. ଶ୍ରୀଜିତଙ୍କ ସୂଚନା ଅନୁଯାୟୀ, ଭାରତୀୟ ଅଞ୍ଚଳରେ ହେବାକୁ ଥିବା ଆସନ୍ତା ବର୍ଷର ଗ୍ରୀଷ୍ମ ପ୍ରବାହ ଫସଲକୁ ବହୁତ କ୍ଷତି ପହଞ୍ଚାଇବ। ଚଳିତ ବର୍ଷ ସମଗ୍ର ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ ମାତ୍ର ୯୦ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି, ଯାହା ବିଗତ ୧୧ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ। ମାତ୍ର ଆଇଆଇଟି କାନପୁରର ପରିଦର୍ଶକ ପ୍ରଫେସର ରଘୁ ମୁର୍ତ୍ତୁଗୁଡେ ଚେତାବନୀ ଦେଇଛନ୍ତି ଯେ, ଏହି କାରଣରୁ ଚଳିତ ବର୍ଷର ରବି ଫସଲ ଉତ୍ପାଦନ ଗମ୍ଭୀର ଭାବେ ବାଧାପ୍ରାପ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପୂର୍ବରୁ ହିଁ ଖାଇବା ତେଲ ଏବଂ ଚିନି ଉପରେ ଆଗୁଆ ସୁରକ୍ଷାମୂଳକ କଟକଣାମାନ ଗ୍ରହଣ କରିବା ଆରମ୍ଭ କଲେଣି। ଏହାଦ୍ବାରା ଆଗାମୀ ସମୟରେ ଖାଦ୍ୟ ସଙ୍କଟର ମୁକାବିଲା କରାଯାଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.