Elderly Pension Delays ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ବିଳମ୍ବ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ନୟାନ୍ତ ହିତାଧିକାରୀ

2 weeks ago 6
ARTICLE AD BOX

ଦଶପଲ୍ଲା(ପ୍ରଫୁଲ୍ଲ ପଣ୍ଡା):  ‘ଛଅ ଟଙ୍କାର ଦାନାକୁ ନଅ ଟଙ୍କାର ଘୋଡ଼ା’ ନ୍ୟାୟରେ ଭତ୍ତାଧାରୀଙ୍କ ଜୀବନ ହୋଇଛି। ହଜାରେ ଟଙ୍କା ଭତ୍ତା ପାଇଁ ବ୍ୟାଙ୍କକୁ ଏକାଧିକ ଥର ଅଟୋ ଭଡ଼ାକରି ଯିବା ପାଇଁ ଭତ୍ତା ଅର୍ଥର ଅଧାଅଧି ଖର୍ଚ୍ଚ ହୋଇଯାଉଛି। ଏଭଳି ଅବ୍ୟବସ୍ଥାର ପ୍ରତିବାଦରେ ଆଜି ବାର୍ଦ୍ଧକ୍ୟଭତ୍ତାଧାରୀମାନେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 

Travelling: ରାସନ ଓ ଭତ୍ତା ପାଇଁ ଯାଉଛନ୍ତି ୧୧ କିମି ଦୂର: ମୌଳିକ ସୁବିଧାରୁ ବଞ୍ଚିତ ଗଣେଶ୍ବରପୁର
ଭତ୍ତାଧାରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପ୍ରତି ମାସର ୧୫ ତାରିଖ ଦିନ ସିଧାସଳଖ ହାତକୁ ଭତ୍ତାଟଙ୍କା ଆସୁଥିଲା। ହେଲେ ବ୍ୟାଙ୍କ ବ୍ୟବସ୍ଥା ହେବା ଦିନଠାରୁ କୌଣସି ମାସରେ ଠିକ୍ ଭାବେ ଭତ୍ତା ମିଳୁନି। ଚାହୁଁଚାହୁଁ ଏବେ ୩ ମାସ ବିତି ଗଲାଣି। ଯାହାକୁ ପଚାରିଲେ ଠିକ୍ ଉତ୍ତର ମିଳୁନି। ଏଭଳି ସ୍ଥିତିରେ ଥରକୁ ୨ଶହ ଟଙ୍କା ଅଟୋଭଡ଼ା କରି ବ୍ୟାଙ୍କକୁ ଆସି ପୁଣି ନିରାଶ ହେବାକୁ ପଡୁଛି। ଆଜିକାଲି ଚାହିଁଚାହିଁ ୩ ମାସ ଭିତରେ ୫ରୁ ୭ଥର ବ୍ୟାଙ୍କକୁ ଧାଇଁଲୁଣି। ଏବେ ଆଉ କୌଣସି ଉପାୟ ନାହିଁ। ହାତରେ ଟଙ୍କା ମଧ୍ୟ ନାହିଁ। ଭତ୍ତା ମିଳିବା ଯାଏଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ରହିବୁ ବୋଲି ହିତାଧିକାରୀମାନେ ଅଡ଼ି ବସିଥିଲେ। 
ଧାରଣା ଦେଇଥିବା ହିତାଧିକାରୀମାନେ ହେଲେ, ଡିହଗାଁ ପଞ୍ଚାୟତ ଗଉଡ଼ ପଙ୍କାଳସାହି ଗ୍ରାମର ସମ୍ବାରି ବେହେରା, ରାଜନ ବେହେରା, ବୁଲି ବେହେରା, ଭାସ ପରିଡ଼ା, ଡିହଗାଁ ଗ୍ରାମର ଶ୍ୟାମ ସୁନ୍ଦର ରଣା, ବାମଦେବ ରଣା, ଶିଶୁଳା ରଣା, ଖମାରସାହି ପଞ୍ଚାୟତ କଉଡ଼ା ଗ୍ରାମର ଭାମା ପ୍ରଧାନ। 

ଭତ୍ତା ପ୍ରଦାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଆଦିବାସୀ
ଶେଷରେ ବିଡିଓ ଶରତ କୁମାର ମଲିକ ପହଞ୍ଚି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସପ୍ଟଓ୍ବେୟାର୍ ଅପ୍‌ଡେଟ୍‌ ପାଇଁ ଭତ୍ତା ଆସିବାରେ ବିଳମ୍ବ ହେଉଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ହିତାଧିକାରୀମାନେ ଘରକୁ ଫେରିଛନ୍ତି। 

ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନକୁ ବିରୋଧ
ପୂର୍ବରୁ ଉଭୟ ଓ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାରେ ହିତାଧିକାରୀମାନେ ମାସର ୧୫ ତାରିଖ ଦିନ ଭତ୍ତା ପାଉଥିଲେ। ଏବେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ସିଧାସଳଖ ହାତକୁ ଟଙ୍କା ଦିଆଯାଉଥିବା ବେଳେ ଇନ୍ଦିରା ଗାନ୍ଧୀ ପେନସନ୍ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। ବ୍ଲକର ୨୦ ଗୋଟି ପଞ୍ଚାୟତରେ ମଧୁବାବୁ ପେନସନ୍ ଯୋଜନାରେ ୮୩୮୯ ଜଣ ଓ ଇନ୍ଦିରା ଗାନ୍ଧୀ ପେନସନ୍ ଯୋଜନାରେ ୫୩୧୦ ଜଣ ହିତାଧିକାରୀ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.