Election: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

1 hour ago 1
ARTICLE AD BOX

ଚଣ୍ଡିଗଡ଼:  ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ବଡ଼ ଝଟ୍‌କା ଲାଗିଛି। ଦଳର ଦୁଇ ଜଣ ବିଧାୟକ ପଟିଆଲାର ସନୋର୍‌ ବିଧାୟକ ହରମିତ୍‌ ସିଂହ ପଠାନମାଜରା ଓ ସମାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚେତନ ସିଂହ ଜୌରାମାଜରା ଦଳ ଛାଡ଼ି ଦେଇଛନ୍ତି। କୁହାଯାଉଛି ଯେ, ଉଭୟ ବିଧାୟକ ପ୍ରଥମ ତାଲିକାରେ ସେମାନଙ୍କ ନାମ ସାମିଲ ନ ହେବାରୁ ବିରକ୍ତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶନିବାର ଆମ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଉଭୟ ବିଧାୟକଙ୍କ ଇସ୍ତଫା ପରେ, ଆଜି ଚଣ୍ଡିଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାଧାରଣ ସଭାରେ ସେମାନେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଦୁଇ ବିଧାୟକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। 

ବିଜେପିରେ ଯୋଗଦେବେ
ଦୁଇ ବିଧାୟକଙ୍କ ଇସ୍ତଫା ଉପରେ, ଆପ ପଞ୍ଜାବର ମିଡିଆ ପ୍ରଭାରୀ ବଳତେଜ ପନ୍ନୁ କହିଛନ୍ତି, ଆମ ଆଦମୀ ପାର୍ଟିର ଉଭୟ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ କାର୍ଯ୍ୟ ଯୋଗୁଁ ଦଳ ପୂର୍ବରୁ ସେମାନଙ୍କୁ ଦୂରେଇ ରଖିଥିଲା। ଏବେ ସେମାନେ ବିଜେପିରେ ଯୋଗଦେବେ, କାରଣ ବିଜେପି ଏ‌ବେ ପଞ୍ଜାବ ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବାରେ ସଂଘର୍ଷ କରୁଛି।

Drone Attack: ରୁଷର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ

ମାର୍ଚ୍ଚ ମାସରେ, ପଞ୍ଜାବ ପୁଲିସ ଛଅ ମାସରୁ ଅଧିକ ସମୟ ଧରି ପଳାତକ ଥିବା ପଞ୍ଜାବ ବିଧାୟକ ହରମିତ୍ ସିଂହ ପଠାନମାଜରାଙ୍କୁ ଗିରଫ କରିଥିଲା। ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଓ ଠକେଇ ଭଳି ଗମ୍ଭୀର ଅଭିଯୋଗ ଥିଲା। ତାଙ୍କୁ ଏକ କୋର୍ଟ ପଳାତକ ଘୋଷଣା କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.