Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

1 month ago 7
ARTICLE AD BOX

ଲାଞ୍ଜିଗଡ଼: କଳାହାଣ୍ଡିଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୪୭) ବୋଲି ଜଣାପଡିଛି।

କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ

ସୂଚନା ଅନୁସାରେ,ଆଜି ସକାଳ ସାଢେ ୬ ରୁ ସାଢେ ୭ ଘଣ୍ଟା ସମୟରେ ଡ୍ରିମ୍ବା ନିଜ ଗାଁ ଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଗାଁ ଯିବା ରାସ୍ତାରେ ଥିବା ନିଜ କପା ଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଡ୍ରିମ୍ବାଙ୍କୁ ଉଠାଇ କଚାଡି କଚାଡି ମାରିଥିବା ଘଟଣା ସ୍ଥଳକୁ ଦେଖିଲେ ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବନ ବିଭାଗ କି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Drinking Water: ଚିତ୍ରକୋଣ୍ଡା ସାରକୁବନ୍ଧ ହଷ୍ଟେଲରେ ପାଣି ସଙ୍କଟ, ୭ ଦିନ ହେଲା ବର୍ଷା ପାଣି ଭରସାରେ ଛାତ୍ରଛାତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.