Elephant: ମୁରିବାହଲରେ ପୁଣି ହାତୀ ଆତଙ୍କ, ଭାଙ୍ଗିଲା ଘର

1 week ago 3
ARTICLE AD BOX

କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା ମୁରିବାହଲ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଗତ କିଛି ଦିନର ବ୍ୟବଧାନ ପରେ ଆଜି ଏକ ୧୬ ଟିକିଆ ହାତୀପଲ ମୁରିବାହଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗାଁର ମାଝୀପଡ଼ାରେ ପ୍ରବେଶ କରି ଉପଦ୍ରବ କରିଥିବା ଜଣାପଡ଼ିଛି। ହାତୀପଲ ଗାଁ ମଧ୍ୟକୁ ପଶି ଘରଦ୍ୱାର ନଷ୍ଟ କରିବା ସହ ନେତ୍ର ଭୋଇଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ହଠାତ୍ ଗାଁ ମଧ୍ୟରେ ହାତୀପଲ ପଶି ଆସିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ହାତୀପଲକୁ ଦେଖି ଲୋକେ ନିଜ ନିଜ ଘରେ ରହି ସତର୍କ ରହିଥିଲେ। ଧାନ ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏହି ୧୬ ଟିକିଆ ହାତୀପଲ ଗତ କିଛି ଦିନ ହେଲା ମୁରିବାହଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରି ବୁଲି ଆତଙ୍କ ସୃଷ୍ଟି କରୁଛନ୍ତି।

ଆହୁରି ପଢନ୍ତୁ :Gopinath Mohanty: ତିରୋଧାନ ତାରିଖ: ଗୋପୀନାଥ ମହାନ୍ତି

ହାତୀପଲ ଗାଁ ନିକଟକୁ ଆସିବା ଫଳରେ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯିବା ସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି। ହାତୀପଲକୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ହାତୀପଲ ଯୋଗୁଁ କ୍ଷତିଗ୍ରସ୍ତ ପରିବାରକୁ ନିୟମାନୁସାରେ କ୍ଷତିପୂରଣ ମିଳିବା ପାଇଁ ମଧ୍ୟ ଦାବି ହୋଇଛି । ମୁରିବାହଲ ଅଞ୍ଚଳରେ ବାରମ୍ବାର ହାତୀପଲ ପ୍ରବେଶ କରୁଥିବାରୁ ସ୍ଥାୟୀ ଭାବେ ହାତୀ-ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗ ପକ୍ଷରୁ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.