Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_95m039hqn7880jotarrg004qtn, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Ethanol: ଇଥାନଲ ଫାଶ: ଥାଳିରୁ ଗାଡି ଯାଏ - CGPT.IN

Ethanol: ଇଥାନଲ ଫାଶ: ଥାଳିରୁ ଗାଡି ଯାଏ

51 minutes ago 1
ARTICLE AD BOX

ଇଥାନଲ ହେଉଛି ଏକ ପ୍ରକାର ଆଲକୋହଲ୍‌ ଯାହାକୁ ଜୈବ ଉତ୍ସରୁ ତିଆରି କରାଯାଏ।ଭାରତରେ ମୁଖ୍ୟତଃ ଆଖୁ, ମୋଲାସେସ୍‌, ମକା, ଚାଉଳ ଓ ଅନ୍ୟ ଶସ୍ୟରୁ ଇଥାନଲ ଉତ୍ପାଦନ କରାଯାଉଛି। ଏହାକୁ ପେଟ୍ରୋଲ ସହ ମିଶାଇ ବ୍ୟବହାର କରାଯାଉଛି।। ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପେଟ୍ରୋଲରେ ଅଧିକରୁ ଅଧିକ ଇଥାନଲ ମିଶାଇ ଅଶୋଧିତ ତୈଳ ଆମଦାନିରେ ହେଉଥିବା ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚକୁ କମ୍‌ କରିବା। ୨୦୧୩ରେ ଦେଶର ଇଥାନଲ୍‌ର ସ୍ଥାପିତ ଉତ୍ପାଦନ କ୍ଷମତା ଥିଲା ୨୧୫ ‌କୋଟି ଲିଟର। ୨୦୨୫ ଅକ୍ଟୋବର ୩୧ ସୁଦ୍ଧା ସେହି କ୍ଷମତା ୧୯୫୩ କୋଟି ଲିଟରକୁ ବୃଦ୍ଧି ପାଇଛି। ଅର୍ଥାତ ଏହି ସମୟ ଭିତରେ ଇଥାନଲ ଉତ୍ପାଦନ କ୍ଷମତା ୧୯.୨୪ ପ୍ରତିଶତ ବୃଦ୍ଧି ପାଇଛି। ମୋଟ୍‌ ଇଥାନଲ୍‌ରେ ମୋଲାସେସ୍‌ ଭିତ୍ତିକ ଇଥାନଲ୍‌ ପରିମାଣ ୯୪୧ କୋଟି ଲିଟର ଓ ଶସ୍ୟଭିତ୍ତିକ ଇଥାନଲ୍‌ ପରିମାଣ ୭୪୪ କୋଟି ଲିଟର ରହିଛି। ଇଥାନଲ ଶିଳ୍ପ ଆଉ କେବଳ ଚିନି କଳ କିମ୍ବା ଆଖୁ ଉପରେ ନିର୍ଭରଶୀଳ ନୁହେଁ; ମକା ଓ ଚାଉଳ ଭଳି ଶସ୍ୟ ମଧ୍ୟ ଇଥାନଲ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଭାବେ ବ୍ୟବହାର ହେଉଛି। ଭାରତରେ ଇଥାନଲକୁ ମୁଖ୍ୟତଃ ପେଟ୍ରୋଲ୍‌ରେ ମିଶାଇବା ଏବଂ ରାସାୟନିକ ଶିଳ୍ପ, ଔଷଧ, ସଲଭେଣ୍ଟ୍‌, ଶିଳ୍ପ ଆଲକୋହଲ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର କରାଯାଉଛି।

Real identity: କଥାଟିଏ-ଯାଯାବର: ଅସଲ ପରିଚୟ

ପୁରୁଣା ଗାଡ଼ି ଉପରେ ଚଡ଼କ

ଚଳିତ ବର୍ଷ ଏପ୍ରିଲ୍‌ରୁ ଦେଶରେ ୨୦ ପ୍ରତିଶତ ଇଥାନଲ ମିଶା ଇ୨୦ ପେ‌ଟ୍ରୋଲ ବିକ୍ରି ବାଧ୍ୟତାମୂଳକ ହେବା ପରଠାରୁ ପୁରୁଣା ଗାଡ଼ିଗୁଡ଼ିକ ଉପରେ ତାହାର ପ୍ରଭାବକୁ ନେଇ ବିଭିନ୍ନ ବିତର୍କ ହେଉଛି। ଏହି ‌ପେଟ୍ରୋଲ୍‌ ପକାଇବାରେ ଗାଡ଼ିର ମାଇଲେଜ୍‌ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଥିବା ଦାବି ହେଉଛି। ବିଶେଷ କରି ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଇ୨୦ ପେଟ୍ରୋଲ୍‌ ମାରାତ୍ମକ ବୋଲି ଦାବି କରାଯାଉଛି। ତାହା ଗାଡ଼ିର ଇଞ୍ଜିନର କିଛି ଯନ୍ତ୍ରାଂଶ ଓ ରବର୍‌ ପାର୍ଟ‌ସ୍‌ଗୁଡ଼ିକୁ ଖରାପ କରିବା ଆଶଙ୍କା ରହିଛି। ଇନ୍ଧନ ଟାଙ୍କିର ଧାତବରେ କଳଙ୍କି ଲାଗିବା, ଇଞ୍ଜେକ୍ଟର ଓ ଭାଲ୍‌ଭ ଆଦି ଖରାପ ହୋଇପାରେ ବୋଲି କୁହାଯାଉଛି। ସବୁ ପ୍ରକାର ଅଭିଯୋଗକୁ କିନ୍ତୁ ସରକାର ଦୃଢ଼ ଭାବେ ଖଣ୍ଡନ କରୁଛନ୍ତି।

ଇ୨୦ ପେଟ୍ରୋଲ୍‌କୁ ନଜରରେ ରଖି ଏବେ ନିର୍ମାଣ କରାଯାଉଥିବା ନୂଆ ଗାଡ଼ି ପ୍ରତି ବିଶେଷ ସମସ୍ୟା ନାହିଁ। କିନ୍ତୁ ପୂର୍ବରୁ ରାସ୍ତାରେ ଯେଉଁ କୋଟି କୋଟି ଗାଡ଼ି ଗଡ଼ୁଛି ତାହା ଉପରେ ଇ୨୦ ପେଟ୍ରୋଲ୍‌ର ପ୍ରଭାବ ରହୁଛି। ୨୦୨୩ ପୂର୍ବରୁ ତିଆରି ହୋଇଥିବା ଗାଡ଼ି ଅଧିକ ବିପଦରେ ରହିଛି। ନିକଟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଏହି ପ୍ରସଙ୍ଗରେ ନିଜ ମତ ରଖି ଲୋକଙ୍କ ମନରେ ରହିଥିବା ଭୟ ଦୂର କରିବା ଲାଗି ପୁରୁଣା ଇ୧୦ ପେଟ୍ରୋଲ ବିକ୍ରି କରିବା ଉପରେ ବିଚାର କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ କିନ୍ତୁ ଦୃଢ଼ ଭାବେ କହିଛନ୍ତି ଯେ ଇ୨୦ ନିଷ୍ପତ୍ତିକୁ ବଦଳାଇବାର କୌଣସି ଯୋଜନା ନାହିଁ। ଏଭଳି ସ୍ଥ‌ଳେ ପୁରୁଣା ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ିର ସୁରକ୍ଷାକୁ ନେଇ ବେଶ ଚିନ୍ତିତ ରହିଛନ୍ତି।

ଇ୨୦କୁ ନେଇ ରାଜନୀତି: ଲୋକଙ୍କ ଆଶଙ୍କା, ସରକାରଙ୍କ ସଫେଇ

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ଦ୍ବାରା ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ମାଇଲେଜ୍‌ କମୁଛି ଏବଂ ଗାଡ଼ିର ଯନ୍ତ୍ରାଂଶ ଖରାପ ହେଉଛି ବୋଲି କୁହାଯାଉଛି। କିନ୍ତୁ ସେଭଳି କିଛି ହେଉ ନଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି। ଇଥାନଲ ମିଶ୍ରିତ ପେଟ୍ରୋଲ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ମିଳିବା ଆବଶ୍ୟକ। ଏଥିରୁ ମିଳୁଥିବା ଲାଭକୁ ସରକାର ନିଜ ପକେଟକୁ ନେଉଛନ୍ତି ବୋଲି ଅଭିଯୋଗ ହେଉଛି। କିନ୍ତୁ ସରକାର କହୁଛନ୍ତି ପୂର୍ବରୁ ଇଥାନଲ ଦର ପେଟ୍ରୋଲ ଦର ତୁଳନାରେ ଶସ୍ତା ଥିଲା। କିନ୍ତୁ ଧୀରେ ଧୀରେ ଏହାର ଦର ବଢ଼ିବାରେ ଲାଗିଛି। ଏପରିକି ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି। ଏହା ସତ୍ତ୍ବେ ପେଟ୍ରୋଲରେ ଇଥାନଲ ମିଶ୍ରଣର ଲାଭ ଦେଶ ଓ ପରିବେଶ ପାଇଁ ରହିଛି। ଇଥାନଲରେ ଆଖୁ ରସକୁ ମିଶାଇ ଦିଆଯାଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ଏହା ଭ୍ରମାତ୍ମକ ବୋଲି ସରକାର କହୁଛନ୍ତି। କାରଖାନାରେ ବିଶେଷ ପ୍ରକ୍ରିୟାରେ ଏହାର ଉତ୍ପାଦନ କରାଯାଉଛି। ସେହିଭଳି ୧ ଲିଟର ଇଥାନଲ ପାଇଁ ୧୦ ହଜାର ଲିଟର ପାଣି ବ୍ୟବହାର ହେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି। କିନ୍ତୁ ସରକାରଙ୍କ କହିବାନୁଯାୟୀ, ପ୍ରତି ଲିଟର ଇଥାନଲ ପାଇଁ କେବଳ ୩ରୁ ୫ ଲିଟର ପାଣି ଆବଶ୍ୟକ ହୋଇଥାଏ। ଜାତୀୟ ଖାଦ୍ୟ ନିରାପତ୍ତାକୁ ପୂରଣ କରାଯିବା ପରେ ବଳକା ଚାଉଳକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଇଥାଏ। ସେହିଭଳି ଇ୨୦ ପେଟ୍ରୋଲରେ ଶର୍କରା ରହିଥାଏ ଏବଂ ସେଥିରେ ପିମ୍ପୁଡ଼ି ଲାଗିଥାନ୍ତି ଅଭିଯୋଗକୁ ମଧ୍ୟ ସରକାର ଖଣ୍ଡନ କରିଛନ୍ତି। ଏଥିସହିତ ଇଥାନଲ ମିଶ୍ରିତ ପେଟ୍ରୋଲରେ ପାଣି ମିଶିଯାଉଛି ଏବଂ ଟାଙ୍କିରେ ରହିଯାଉଛି ବୋଲି ହେଉଥିବା ଅଭିଯୋଗକୁ ମଧ୍ୟ ସରକାର ଗ୍ରହଣ କରିନାହାନ୍ତି।

Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର

ଦେଶରେ ଇ୨୦ ପେଟ୍ରୋଲ୍‌ ଏକ ବଡ଼ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ସରକାରଙ୍କୁ ଘେରିବାକୁ କଂଗ୍ରେସ, ଆମ୍‌ ଆଦମୀ ପାର୍ଟି (ଆପ୍‌), ଡିଏମ୍‌କେ ଆଦି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆକ୍ରମଣ ଜାରି ରଖିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଇଥାନଲ ପାଇଁ ଲୋକଙ୍କ କାର୍‌ ଓ ସ୍କୁଟରରେ ସମସ୍ୟା ଦେଖାଦେଉଛି ଓ ଏଥିପାଇଁ ଚିନି ଦର ବି ବଢ଼ୁଛି। ଇ୨୦ ପେଟ୍ରୋଲ୍‌ ପାଇଁ ଗାଡ଼ିର ମାଇଲେଜ୍‌ କମୁଛି ଓ ଇଞ୍ଜିନରେ ସମସ୍ୟା ‌ହେଉଛି ବୋଲି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଡିଏମ୍‌କେର ରାଜ୍ୟସଭା ସାଂସଦ ପି ୱିଲସନ୍‌ କହିଛନ୍ତି ଯେ ଇ୨୦ ତ ଖରାପ, ତାଠାରୁ ଅଧିକ ଖରାପ ହେଉଛି କେନ୍ଦ୍ରର ନୀତି ଯାହା ଆଞ୍ଚଳିକ ବୈଷମ୍ୟ ବଢ଼ାଇବ। କିଛି ଦିନ ତଳେ ଦିଲ୍ଲୀରେ କିଛି ଗାଡ଼ି ମାଲିକ ଏକଜୁଟ ହୋଇ ଇ୨୦ ପେ‌ଟ୍ରୋଲକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଡିଜିଟାଲ୍‌ ମିଡିଆରେ ଇ୨୦ ବିରୋଧରେ ଜନ ସମର୍ଥନ ହାସଲ କରିବା ପାଇଁ ‘ଇ୨୦ ଜନତା ପାର୍ଟି’ ଗଠନ କରାଯାଇଛି। ଏହି ପ୍ରତିବାଦରେ ସାମିଲ ହେବାକୁ ପିବହନକାରୀ ସଂଘମାନଙ୍କୁ ଆହ୍ବାନ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.