ARTICLE AD BOX
ବରଗଡ଼: ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ରେ ଗର୍ଜନ କରିଛନ୍ତି ଶତାଧିକ ଚାଷୀ। ଚାଷୀଙ୍କୁ ଅଫିସ୍ ଭିତରେ ପ୍ରବେଶରୁ ରୋକିବା ପାଇଁ ପ୍ରତିରୋଧ କରିଥିଲା ପୁଲିସ। ଯାହାକୁ ନେଇ ଚାଷୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍ରେ ପଶି ଧାରଣା ଦେବା ସହିତ ପ୍ରଶାସନ ତୁରନ୍ତ ଦାବି ପୂରଣ କରୁ ବୋଲି ଅଡ଼ି ବସିଥିଲେ। ପରେ ବିଭାଗୀୟ ଅଧିକାରୀ ଆସି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଆଜି ଶତାଧିକ ଚାଷୀ ମଲା ଧାନଗଛ ଓ ବାଇଗଣ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଗୋଟିଏ ପଟେ ବାଇଗଣର ଅଭାବୀ ବିକ୍ରି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ପାଣି ଅଭାବରୁ ଧାନ ମରିବାକୁ ବସିଲାଣି।
Jio: ଜିଓ ପ୍ଲାଟଫର୍ମସ୍ର ଲିଷ୍ଟିଂ ଆଜି
ଏଭଳି ସ୍ଥିତିରେ କେନାଲ୍ ପାଣି ଆସନ୍ତା ୩୧ରୁ ବନ୍ଦ କରି ଦିଆଯିବ ବୋଲି ପ୍ରଶାସନ ଘୋଷଣା କରିଛି। ପ୍ରତିବାଦ ସ୍ବରୂପ ଚାଷୀମାନେ ମଲା ଧାନଗଛ ଧରି ପ୍ରତିବାଦ କରିବା ସହ ବାଇଗଣ ଅଭାବୀ ବିକ୍ରିର ସମାଧାନ ଦାବି କରିଥିଲେ। ଏହା ସହିତ ଗଭୀର ନଳକୂପକୁ ବିଦ୍ୟୁତ୍ ସଂଯୋଗ ପାଇଁ ମଧ୍ୟ ଦାବି ଉଠିଥିଲା। ଖରିଫ ଓ ରବି ଋତୁ ଚାଷ ପାଇଁ ୧୪୦ ଦିନ ନିରବଚ୍ଛିନ୍ନ ପାଣି ଆବଶ୍ୟକ। କିନ୍ତୁ ମନଇଚ୍ଛା କେନାଲ୍ ପାଣି ବନ୍ଦ କରିବାକୁ ନେଇ ଚାଷୀମାନେ ତାତି ଉଠିଥିଲେ। ଏଣୁ କେନାଲ ଡିଭିଜନ୍ର ଅଧିକାରୀ ଧାରଣାସ୍ଥଳକୁ ଆସି ପାଣି ବନ୍ଦ କରାଯିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗତ ୨୦୨୨ ମସିହାରୁ ଖୋଳା ହୋଇଥିବା ଚାଷୀଙ୍କ ଗଭୀର ନଳକୂପକୁ ବିଦ୍ୟୁତ୍ ଯୋଗାଣ ହେଉ ନଥିବା ଅଭିଯୋଗ ହୋଇଥିଲା। ଉଠାଜଳସେଚନ ବିଭାଗର ଅଧିକାରୀ ଚାଷୀଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ଆନ୍ଦୋଳନରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, କାରଣ ସାହୁ, ତପନ ମିଶ୍ର, ଟେକରାଜ ପଧାନ, ଗୋପାଳ ପଧାନ, ଭିଜନ ପାଢ଼ୀ, ନିରଞ୍ଜନ ପଧାନ, ପୂର୍ଣ୍ଣ ସାହୁ, ସୁରେଶ ନିକେଣ୍ଟି, କିଶୋର ସାହୁ, ରବିଶଙ୍କର ପଧାନ, ବିକାଶ ବାରିକ, ଦୟାନିଧି ସାହୁ, ପଦ୍ମଲୋଚନ ସାହୁ, ମାର୍କଣ୍ଡ ପଧାନ, ଦିଗପାଳ ସାହୁ, ରୋହିତ ମିଶ୍ର, ତେଜରାଜ ସା, ବୁଦ୍ଧ ବାରିକ, ପଳାନ୍ତୁ ପାତ୍ର, ରୁପେଶ ପାତ୍ର, ଯୁଗଳ ପାତ୍ରଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

1 hour ago
2


