FIFA: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌: ବିଜୟରୁ ଭାରତର ଅଭିଯାନ, ଲାଓସ୍‌କୁ ୪-୨ରେ ହରାଇଲା

3 days ago 4
ARTICLE AD BOX

ବକୁ: ଆଜରବାଇଜାନ୍‌ରେ ଚାଲିଥିବା ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଲାଓସ୍‌କୁ ମାତ୍‌ ଦେଇଛି। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ମାକଡୋନିସ ଏନ୍‌ଗାଇରାଙ୍ଗବାମ୍‌ଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ୪ ମିନିଟ୍‌ରେ ଆର୍‌ ଲାଲରେମରୁଆତଫେଲା (୧୧ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ୨-୦ରେ ଆଗୁଆ ହୋଇଥିଲା। 

ଭାରତକୁ ଦେଇଥିଲେବିଜୟ ଭେଟି
ଏହା ପର ମିନିଟ୍‌ରେ ଲାଓସ୍‌ର ଆନ୍ନାଭିନ ଜାୟାସୋନ୍‌ (୧୨ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେବାରୁ ପ୍ରଥମାର୍ଦ୍ଧକୁ ୨-୧ରେ ନିଜ ଶେଷ ହୋଇଥିଲା। ୨୪ତମ ମିନିଟ୍‌ରେ ସୌକସାଭନ ସିଲିସେଙ୍ଗ ଆଉ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ସମାନ କରିଥିଲେ। ତେବେ ୩୧ ମିନିଟ୍‌ରେ ଲାଲରେମରୁଆଫେଲା ଓ ୩୩ ମିନିଟ୍‌ରେ ସୌମଜିତ ସର୍କାର ଗୋଲ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ରବିବାର କାମେରନ ଓ ଗ୍ରେନାଡାକୁ ଭେଟିବ।

ବ୍ୟାଡ୍‌ମିଣ୍ଟନ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.