FIFA: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍: ଭାରତର ବିଜୟ ଜାରି

2 days ago 5
ARTICLE AD BOX

ପ୍ରଥମ ଥର ଆୟୋଜିତ ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଲାଓସ୍‌କୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର କାମେରୁନ୍‌କୁ ୨-୧ ଗୋଲ୍‌ରେ ମାତ୍‌ ଦେଇଛି

 ଭାରତର ବିଜୟ ଜାରି

ବକୁ: ପ୍ରଥମ ଥର ଆୟୋଜିତ ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଲାଓସ୍‌କୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର କାମେରୁନ୍‌କୁ ୨-୧ ଗୋଲ୍‌ରେ ମାତ୍‌ ଦେଇଛି। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଦୀପକ ସିଂହ ଆରମ୍ବାମଙ୍କ କର୍ଣ୍ଣରକୁ କାମେରୁନ୍‌ ଫାରେଇଲ ଏନ୍‌ଗୋବୋଙ୍କ ହେଡ୍‌ରେ ବଲ୍‌ ଅଟକାଉଥିଲା ବେଳେ ଏହା ତାଙ୍କ ଗୋଲ୍‌ ପୋଷ୍ଟରେ ପସିଥିଲା। ଏହି କାମେରୁନର ଏହି ଆତ୍ମଘାତୀ ଗୋଲ୍‌ ବଳରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ଆହୁରି ପଢନ୍ତୁ: Florida Shooting: ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ: ୬ ନାବାଳକଙ୍କ ସମେତ ୧୨ ଆହତ

ତେବେ ୨୦ତମ ମିନିଟ୍‌ରେ ଭାରତର ମହମ୍ମଦ ସୋହିଲ ଖାନ୍‌ଙ୍କ ଆତ୍ମଘାତୀ ଗୋଲ୍‌ ସ୍ଥିତି ବରାବର କରିଥିଲା। ଦ୍ବିତୀୟାର୍ଦ୍ଧରେ ଆର୍‌ ଲାରେମ୍‌ରୁଆତଫେଲା (୨୭ ମିନିଟ୍‌) ଗୋଲ୍‌ ଦେଇ ଭାରତକୁ ୨-୧ରେ ଆଗୁଆ ରଖିଥିଲେ। ଏହାପରେ କାମେରୁନ୍‌ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ଗୋଲି ଜେନିତ ନିଙ୍ଗଥୌଜାମ୍‌ ଚମତ୍କାର ଭାବେ ପେନାଲଟି ସହ ସବୁ ଆକ୍ରମଣକୁ ନିଷ୍ଫଳ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଏଥିସହ ଗ୍ରୁପ୍‌-କେ’ରେ ଭାରତ ସମସ୍ତ ମ୍ୟାଚ୍‌ ଜିତି ଶୀର୍ଷରେ ରହିଛି। ଭାରତ ପରବର୍ତ୍ତୀ ମ୍ୟାଚ୍‌ ରବିବାର ଗ୍ରେନାଡା ବିପକ୍ଷରେ ଖେଳିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.