ARTICLE AD BOX
ଆମଷ୍ଟଲଭିନ: ଇଂଲଣ୍ଡଠାରୁ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ମ୍ୟାଚ୍କୁ ହାରିବାର ପ୍ରତିଶୋଧ ନେଇଛି ଭାରତୀୟ ମହିଳା ହକି ଦଳ। ଗୁରୁବାର ଚଳିତ ଏଫ୍ଆଇଏଚ୍ ହକି ବିଶ୍ବକପ୍ର ଏକ ନିର୍ଣ୍ଣାୟକ ପୁଲ୍-ଡି’ ମ୍ୟାଚ୍ରେ ଇଂଲଣ୍ଡକୁ ଅଟକାଇ ନିଜେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛି। କର ବା ମର ସ୍ଥିତିରେ ଥିବା ଇଂଲଣ୍ଡ କିନ୍ତୁ ଏହି ମ୍ୟାଚ୍କୁ ମାତ୍ର ଗୋଟିଏ ପଏଣ୍ଟ୍ ଅର୍ଜନ କରିବା ପରେ ବିଶ୍ବକପ୍ର ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଛି। ଭାରତ (୫ ପଏଣ୍ଟ୍) ଗୋଟିଏ ବିଜୟ ଏବଂ ଦୁଇଟି ଡ୍ର’ ସହ ଏହି ଗ୍ରୁପ୍ରେ ଚୀନ (୭ ପଏଣ୍ଟ୍) ପଛକୁ ଦ୍ବିତୀୟ ସ୍ଥାନରେ ରହି ଆଗକୁ ବଢ଼ିଛି। ସେଠାରେ ଭାରତୀୟ ମହିଳା ଦଳର ମୁକାବିଲା ଶୁକ୍ରବାର ଶକ୍ତିଶାଳୀ ନେଦରଲାଣ୍ଡ୍ସ ସହ ହେବ।
ଇଂଲଣ୍ଡଠୁ ଟୋକିଓ ଅଲିମ୍ପିକ୍ସ ପରାଜୟର ପ୍ରତିଶୋଧ ନେଲେ
ଗୁରୁବାରର ଏହି ରୋମାଞ୍ଚକ ମୁକାବିଲାରେ ଇଂଲଣ୍ଡର ଦବ୍ଦବା ଅଧିକ ଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲା। ବିଶେଷକରି ଗୋଲରକ୍ଷକ ସବିତା ପୁନିଆ ଓ ବିଚୁ ଦେବୀଙ୍କ ଗୁରୁତ୍ୱପୂର୍ଣ୍ଣ ସେଭ୍ ଭାରତକୁ ବଞ୍ଚାଇଥିଲା। ଶେଷ କ୍ୱାର୍ଟରରେ ବିଚୁ ଦେବୀଙ୍କ କିଛି ଚମତ୍କାର ସେଭ୍ ଇଂଲଣ୍ଡର ଗୋଲ୍ ଆଶାକୁ ଧୂଳିସାତ୍ କରିଥିଲା। ଭାରତ ଆରମ୍ଭରୁ ଆକ୍ରମଣ କରିଥିଲେ ମଧ୍ୟ ଫାଇନାଲ୍ ପାସ୍ ଓ ଫିନିସିଂରେ ତ୍ରୁଟି ରହିଥିଲା। ଭାରତ ମଧ୍ୟ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ତାହାକୁ ଗୋଲ୍ରେ ପରିଣତ କରିପାରିନଥିଲା। ଅନ୍ୟପଟେ ଇଂଲଣ୍ଡକୁ ମିଳିଥିଲା ୧୧ଟି ପେନାଲ୍ଟି କର୍ଣ୍ଣର, ହେଲେ ଭାରତୀୟ ରକ୍ଷଣଭାଗ ସବୁଥର ତାହାକୁ ପ୍ରତିହତ କରିଥିଲା।

6 days ago
4


