FIH Women's Hockey World Cup: ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌: ଭାରତୀୟ ମହିଳା ପ୍ରଥମ ଥର ପଞ୍ଚମ

1 hour ago 1
ARTICLE AD BOX

ଆମ୍‌ଷ୍ଟେଲଭିନ୍‌: ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନ ହାସଲ କରିଛି। ୫୨ ବର୍ଷ ପରେ ଭାରତକୁ ଶ୍ରେଷ୍ଠ ସ୍ଥାନ ମିଳିଛି। ଗୁରୁବାର ପଞ୍ଚମ-ଷଷ୍ଠ ସ୍ଥାନ ପାଇଁ ଖେଳାଯାଇଥିବା କ୍ଲାସିଫିକେସନ୍‌ ମ୍ୟାଚ୍‌ରେ ଭାରତ ୩-୧ ଗୋଲ୍‌ରେ ଜର୍ମାନୀକୁ ପରାସ୍ତ କରି ଏହି ସଫଳତା ଲାଭ କରିଛି। ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଭାରତୀୟ ମହିଳା ଦଳର ଦ୍ବିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଭାରତୀୟ ଦଳ ଏହା ପୂର୍ବରୁ ୧୯୭୪ ମସିହାରେ ଚତୁର୍ଥ ସ୍ଥାନରେ ରହିଥିଲା, ତାହା ଆଜି ପର୍ଯ୍ୟନ୍ତ ଭାରତୀୟ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଏହା ପରେ ଭାରତୀୟ ମହିଳା ହକି ଦଳ ୧୯୭୮ରେ ସପ୍ତମ, ୧୯୮୩ରେ ଏକାଦଶ, ୧୯୯୮ରେ ଦ୍ବାଦଶ, ୨୦୦୬ରେ ଏକାଦଶ, ୨୦୧୦ରେ ନବମ, ୨୦୧୮ରେ ଅଷ୍ଟମ ଓ ୨୦୨୨ରେ ନବମ ସ୍ଥାନରେ ରହିଥିଲା। 

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ଭାରତ ଆଧିପତ୍ୟ ବିସ୍ତାର କରିଥିବା ଗୁରୁବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଲ୍‌ କରିପାରି ନ ଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଭାରତ ଲଗାତାର ଦୁଇଟି ଗୋଲ୍‌ କରି ମ୍ୟାଚ୍‌ ଉପରେ ନିଜର ନିୟନ୍ତ୍ରଣ ସୁଦୃଢ଼ କରିଥିଲା। ୪୩ତମ ମିନିଟ୍‌ରେ ଇଶିକା ଫିଲ୍ଡ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ନଭନୀତ କୌର ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତର ଅଗ୍ରଣୀକୁ ୨-୦ କରିଥିଲେ। ୪୭ତମ ମିନିଟ୍‌ରେ ନଭନୀତ ପୁଣିଥରେ ଗୋଲ୍‌ କରି ବ୍ୟକ୍ତିଗତ ଭାବେ  ଦ୍ୱିତୀୟ ଗୋଲ୍‌ ସହ ଭାରତକୁ ୩-୦ର ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ଜର୍ମାନୀର ଲିନ୍‌ କ୍ରିଙ୍ଗ୍ସ ଗୋଟିଏ ଫିଲ୍ଡ ଗୋଲ୍‌ ଦେଇ ବ୍ୟବଧାନ କମାଇଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଭାରତୀୟ ରକ୍ଷଣଭାଗ ଆଉ କୌଣସି ଗୋଲ୍‌ ହେବାକୁ ଦେଇନଥିଲା।
ଅନ୍ୟପକ୍ଷରେ ଦୁଇ ଥର ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ଦଳ ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିବାବେଳେ ଶୁକ୍ରବାର ସପ୍ତମ/ଅଷ୍ଟମ ସ୍ଥାନ ପ୍ଲେ ଅଫ୍‌ ଲଢ଼େଇରେ ଘରୋଇ ବେଲଜିୟମ୍‌ ସହିତ ଖେଳିବ।

Horoscope 2026 August 28: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.