Fire: କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ରୁ ଲିକ୍

2 weeks ago 7
ARTICLE AD BOX

କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ୍ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଡାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ । 

କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଅଗ୍ନିଶମ କର୍ମଚାରୀମାନେ ତ୍ୱରିତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ପିଏନ୍‌ଜି ପାଇପ୍‌ରୁ ଏକାଧିକ ସ୍ଥାନରେ ଗ୍ୟାସ୍ ଲିକ୍ ହେବା ଘଟଣାକୁ ନେଇ ଏବେ ସତର୍କତା ଜରୁରୀ। ତେବେ ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ ।

Married Couple Died: ଖଡ଼ିଆଳରେ ଚାଞ୍ଚଲ୍ୟ: ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.