Fisherman: ଦରିଆ ପେଟରୁ ଲାଭ ଉଭାନ: ଦିନକୁ ୧୦ ହଜାର ଆୟ, ଜଣେ ମତ୍ସ୍ୟଜୀବୀଙ୍କ ଭାଗରେ ମାତ୍ର ୨୦୯ ଟଙ୍କା

6 days ago 5
ARTICLE AD BOX

ରାକେଶ ରୋଷନ ମହାନ୍ତି 

ବ୍ରହ୍ମପୁର: ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ। ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା, ଅନିଶ୍ଚିତ ରୋଜଗାର ଓ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ ସେମାନଙ୍କ ଜୀବନ ସଂଘର୍ଷମୟ ହୋଇ ଉଠିଛି। ଗଞ୍ଜାମର ମତ୍ସ୍ୟଜୀବୀଙ୍କ ଆୟ ଓ ଖର୍ଚ୍ଚର ଏକ ଆକଳନ ସେମାନଙ୍କ ଜୀବିକାର ଚିତ୍ର ସାମନାକୁ ଆଣୁଛି। ୧୩ ମିଟର ଲମ୍ବର ଏକ ମାଛଧରା ଡଙ୍ଗାରେ ୮ ଜଣ ମତ୍ସ୍ୟଜୀବୀ କାମ କରୁଥିବା ବେଳେ ଏହି ହିସାବ ଅନୁସାରେ, ଦୈନିକ ମାଛ ବିକ୍ରିରୁ ମୋଟ ୧୦ ହଜାର ଟଙ୍କା ଆୟ ହେଉଛି। ଏଥିରୁ ଡଙ୍ଗା ମାଲିକଙ୍କ ଭାଗକୁ ୫ହଜାର ଟଙ୍କା ଯାଉଥିବାବେଳେ ଶ୍ରମିକଙ୍କ ଭାଗ ୫ହଜାର ଟଙ୍କା ରହୁଛି।

Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଦିନକୁ ୧୦ ହଜାର ଆୟ
ଜଣେ ମତ୍ସ୍ୟଜୀବୀଙ୍କ ଭାଗରେ ମାତ୍ର ୨୦୯ ଟଙ୍କା
ଜାଲ ମରାମତି, ବରଫ ଖର୍ଚ୍ଚ ମିଶିଲେ ସ୍ଥିତି ଚିନ୍ତାଜନକ

ସେହିପରି ଡଙ୍ଗାରେ ଦିନକୁ ୩୫ ଲିଟର ଡିଜେଲ୍ ପୋଡ଼ୁଛି। ଇନ୍ଧନ ଖର୍ଚ୍ଚ ହେଉଛି ୩,୩୨୫ ଟଙ୍କା। ଏହି ହିସାବରେ ଶ୍ରମିକଙ୍କ ଭାଗ ୫ ହଜାର ଟଙ୍କାରୁ ଡିଜେଲ୍ ଖର୍ଚ୍ଚ ବାଦ୍ ଦେଲେ ବଳୁଛି ମାତ୍ର ୧,୬୭୫ ଟଙ୍କା। ଏହାକୁ ୮ ଜଣଙ୍କ ମଧ୍ୟରେ ଭାଗ କଲେ ଜଣକ ପିଛା ଦୈନିକ ହାରାହାରି ୨୦୯ ଟଙ୍କା ମିଳୁଛି। ମାସକୁ ୨୫ ଦିନ ମାଛ ଧରିଲେ ମୋଟ ଆୟ ୨.୫ ଲକ୍ଷ ଟଙ୍କା ହେଉଥିବାବେଳେ ଡିଜେଲ୍ ଖର୍ଚ୍ଚ ୮୩,୧୨୫ ଟଙ୍କା। ଏହି ହିସାବରେ ପ୍ରତି ଶ୍ରମିକଙ୍କ ମାସିକ ଭାଗ ପ୍ରାୟ ୫,୨୩୪ ଟଙ୍କା। ଜାଲ, ବରଫ, ମରାମତି, ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ଏଥିରେ ସାମିଲ କଲେ ସ୍ଥିତି ଆହୁରି ଗମ୍ଭୀର। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ପ୍ରକୃତ ଆୟ ଦେଖିଲେ ଆଖିରୁ ଲୁହ ବାହାରିଯିବ। ଯେଉଁମାନେ ଜୀବନକୁ ପାଣି ଛଡ଼ାଇ ଜୀବିକା ପଛରେ ଧାଉଁଛନ୍ତି, ମାସ ଶେଷରେ ସେମାନେ ପାଉଛନ୍ତି କଣ? ବୋଲି ମତପ୍ରକାଶ ପାଇଛି।

Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.