Flavio Bolsonaro: କୋର୍ଟଙ୍କ ଆଦେଶ ଅମାନ୍ୟ କରି ଆମେରିକା ଫେରାର୍ ହେଲେ ଫ୍ଲାଭିଓ

1 hour ago 1
ARTICLE AD BOX

ବ୍ରାସିଲିଆ/ୱାଶିଂଟନ୍:ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ଦକ୍ଷିଣପନ୍ଥୀ ସାଂସଦ ଫ୍ଲାଭିଓ ବୋଲସୋନାରୋ ସୁପ୍ରିମ୍ କୋର୍ଟଙ୍କ କଟକଣାକୁ ଅମାନ୍ୟ କରି ଆମେରିକା ଫେରାର୍ ହୋଇଯାଇଥିବା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଦୁର୍ନୀତି ଏବଂ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଚାଲିଥିବାରୁ ସର୍ବୋଚ୍ଚ ଅଦାଲତ ତାଙ୍କ ଦେଶତ୍ୟାଗ ଉପରେ ରୋକ୍ ଲଗାଇବା ସହ ୨୪ ଘଣ୍ଟା ମଧ୍ୟରେ ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପାସପୋର୍ଟ ସମର୍ପଣ ନକରି ସେ ଅଜ୍ଞାତ ଉପାୟରେ ଆମେରିକାର ଫ୍ଲୋରିଡା ପହଞ୍ଚିଥିବା ସୋସିଆଲ ମିଡିଆ ଓ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକା ବୈଦେଶିକ ବିଭାଗ ସ୍ପଷ୍ଟ କରିଛି ଯେ, ଫ୍ଲାଭିଓ ବୋଲସୋନାରୋ, ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ପ୍ରବେଶ ଭିସା ପ୍ରଦାନ କରାଯିବ। ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ବୋଲସୋନାରୋ ପରିବାରର ଘନିଷ୍ଠ ସମ୍ପର୍କ ରହିଥିବାରୁ ସେମାନଙ୍କୁ ଆମେରିକାରେ ରାଜନୈତିକ ଛତ୍ରଛାୟା ବା ଆଶ୍ରୟ ମିଳିବା ନେଇ ଆଶଙ୍କା କରାଯାଉଛି।

ବୋଲସୋନାରୋ ପରିବାରର ଚରିତ୍ର ଏହିପରି: ଲୁଲା

ବୋଲସୋନାରୋଙ୍କ ଏଭଳି ପଦକ୍ଷେପକୁ ନେଇ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭା ସୂଚନା ପାଇ କ୍ଷୋଭ ପ୍ରକାଶ କରିଛନ୍ତି। ନିଜର ୮୧ତମ ଜନ୍ମଦିନ ଅବସରରେ ଏକ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖି ଲୁଲା କହିଛନ୍ତି, ବୋଲସୋନାରୋ ପରିବାରର ଚରିତ୍ର ଏହିପରି। ବ୍ରାଜିଲ୍ ସେମାନଙ୍କର ଦ୍ୱିତୀୟ ମାତୃଭୂମି, ପ୍ରଥମ ମାତୃଭୂମି ହେଉଛି ଆମେରିକା। ଯାହାର କୌଣସି ଦୋଷ ନାହିଁ, ସେ କାହାକୁ ଭୟ କରେନାହିଁ। ନିର୍ବାଚନ ହାରିବା ପରେ ଚୋର ଭଳି ଦେଶ ଛାଡ଼ି ପଳାଇବା ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ।

Kidnapping: ପାକିସ୍ତାନର ରାଜପଥରୁ ବାଲୁଚ୍ ରାଜକୁମାରଙ୍କୁ ଅପହରଣ

ସୂଚନାଯୋଗ୍ୟ ଯେ, ପୂର୍ବତନ ରାଷ୍ଟ୍ରପତି ଜେୟାର୍ ବୋଲସୋନାରୋଙ୍କ ପୁଅ ଫ୍ଲାଭିଓ (୪୫) ଏହି ନିର୍ବାଚନରେ ପ୍ରଚାର କରିଥିଲେ ହେଁ ଲୁଲାଙ୍କଠାରୁ ପରାଜିତ ହୋଇଛନ୍ତି। ପୂର୍ବରୁ ୨୦୨୨ରେ ମଧ୍ୟ ଜେୟାର୍ ବୋଲସୋନାରୋ ଲୁଲାଙ୍କଠାରୁ ହାରିବା ପରେ ପରାଜୟ ସ୍ୱୀକାର ନକରି ଆମେରିକା ପଳାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫେରିବା ପରେ ନଜରବନ୍ଦୀରେ ଅଛନ୍ତି। ଏବେ ପୁଅ ଫ୍ଲାଭିଓ ଆମେରିକା ଫେରାର୍ ହେବା ଦ୍ୱାରା ବ୍ରାଜିଲ୍ ଏବଂ ଆମେରିକା ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇବା ନିଶ୍ଚିତ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.