ARTICLE AD BOX
ୱାସିଂଟନ: ବରମୁଡାରୁ ବୋଷ୍ଟନକୁ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦ୍ବୈତ ଇଞ୍ଜିନ ବିଶିଷ୍ଟ ଏକ ଗଲ୍ଫଷ୍ଟ୍ରିମ୍ ବିମାନମଝି ଆକାଶରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି। ବିମାନଟିକୁ ଠାବ କରିବାକୁ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଶନିବାର ତଲାସି ଅଭିଯାନ ଆରମ୍ଭ କରାଯାଇଛି। ଶନିବାର ସକାଳେ ବିମାନ ସହିତ ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) ର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ତଟରକ୍ଷୀ ବାହିନୀ ନିଖୋଜ ବିମାନର ସନ୍ଧାନ ପାଇଁ ଉଭୟ ଆକାଶ ଓ ସ୍ଥଳ ବାହିନୀ ଦଳ ନିୟୋଜିତ କରିଛି।
ଆମେରିକା ତଟରକ୍ଷୀ ବାହିନୀ ୬ ଜଣ ଯାତ୍ରୀ ଥିବା ଗଲ୍ଫଷ୍ଟ୍ରିମ୍ ବିମାନକୁ ଖୋଜୁଥିବା ତଟରକ୍ଷୀ ବାହିନୀ ‘ଏକ୍ସ’ରେ ପୋଷ୍ଟ କରି କହିଛି। ନାଣ୍ଟୁକେଟ୍ ଉପକୂଳରେ ତଲାସି କରାଯାଉଛି। ବିମାନ ଟ୍ରାକିଂ ଡାଟା ଅନୁଯାୟୀ, ବରମୁଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ରାତିରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ନିଖୋଜ ହେବା ରହସ୍ୟମୟ ବୋଲି ଅଧିକାରୀ କହିଛନ୍ତି।
Flydubai Attack: କଟକଣା ସତ୍ତ୍ବେ ଇସ୍ରାଏଲକୁ ବିମାନ ଉଡ଼ାଇଥିଲେ ୧୨ ଓମାନୀ ପାଇଲଟ

3 weeks ago
7


