Flood in Nabarangpur: ନବରଙ୍ଗପୁରରେ ଜଳପ୍ରଳୟ: ନବରଙ୍ଗପୁର-ଡାବୁଗାଁ, ଇନ୍ଦ୍ରାବତୀ-ଖାତିଗୁଡ଼ା ବିଚ୍ଛିନ୍ନ

3 days ago 4
ARTICLE AD BOX

ନବରଙ୍ଗପୁର / ଡାବୁଗାଁ / ଚନ୍ଦାହାଣ୍ଡି: ଦୁଇ ଦିନର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲା ସ୍ଥିତି ବେହାଲ୍‌ ହୋଇପଡ଼ିଛି। ଇନ୍ଦ୍ରାବତୀ ସମେତ ଟୁରୀ, ଗୁନଥାଟ, ଅଙ୍ଗୀ ଓ ବରେହୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ନବରଙ୍ଗପୁର-ଡାବୁଗାଁ-ଇନ୍ଦ୍ରାବତୀ-ଖାତିଗୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୯୯୬.୩୩ ମିମି ବର୍ଷା ହୋଇଛି। ବହୁ ଘର ଭାଙ୍ଗିଥିବାବେଳେ ଭାରତମାଳା ରାଜପଥରେ ବନ୍ୟାଜଳ ଲହଡ଼ି ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ଚନ୍ଦାହାଣ୍ଡି ବ୍ଲକ୍‌ ମାଲଗାଁ ପଞ୍ଚାୟତ ଭେଣ୍ଡିଆ ଗ୍ରାମର ଚାଷୀ ବଳଭଦ୍ର ଗୌଡ଼ ବରେହି ନଦୀ ପାର ହେଉଥିବାବେଳେ ଭାସିଯାଇ ପ୍ରାଣ ହରାଇଛନ୍ତି। ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯିବା ସମୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀଙ୍କ ଗାଡ଼ି ପାଣି ଭିତରେ ଫସି ରହିଯାଇଥିଲା।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ନବରଙ୍ଗପୁର-ଡାବୁଗାଁ, ଇନ୍ଦ୍ରାବତୀ-ଖାତିଗୁଡ଼ା ବିଚ୍ଛିନ୍ନ
ପାଣିରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡ଼ି
ବରେହିରେ ଭାସି ଚାଷୀ ମୃତ

ଇନ୍ଦ୍ରାବତୀ ଜଳସ୍ତର ବଢ଼ିବା ପରେ ନବରଙ୍ଗପୁର ସହର ଜଳମଗ୍ନ ହୋଇଛି। ଅନେକ ଘରେ ପାଣି ପଶିଛି। ରାମ ମନ୍ଦିର ଛକରୁ ମଙ୍ଗଳମ ଟିମ୍ବର୍ସ ଛକ ରାସ୍ତା ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି। ନବରଙ୍ଗପୁର ବ୍ଲକ୍‌ର ଦେଉଳା, ଭତରାସିଉନୀ, ସିରସି, ଢେବରାଗୁଡ଼ା, ଆମ୍ବାଦଳା, ବଡ଼ମସିଗାଁ, ସିନ୍ଦିଗୁଡା ସହ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା ଓ ପାପାଡାହାଣ୍ଡି ବ୍ଲକ୍‌ର ବିଭିନ୍ନ ଗାଁରେ ପାଣି ପଶିଛି। ଟୁରୀ-ଗୁନଥାଟ ଜଳସ୍ତର ବଢ଼ିବା ପରେ ପାପଡାହାଣ୍ଡି-ନବରଙ୍ଗପୁର ଭାରତମାଳା ରାସ୍ତା ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଜମିରେ ଧାନରୁଆ ସରିଥିବା ବେଳେ ବର୍ଷାପାଣି ଜମି ରହିବା କାରଣରୁ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ବର୍ଷାରେ ଜଟାବାଲ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ନବରଙ୍ଗପୁର-ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖାତିଗୁଡ଼ାରେ ଘରେ ଘରେ ପାଣି ପଶିଛି। ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ଯିବା ରାସ୍ତାରେ ନିର୍ମାଣାଧୀନ ଅସ୍ଥାୟୀ ପୋଲ ଓ ନନ୍ଦାହାଣ୍ଡି ବ୍ଲକ୍‌ର ଦହଣା ନିକଟସ୍ଥ ବାଙ୍ଗିରୀ ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଡାବୁଗାଁ ବ୍ଲକ୍‌ ଚଚରାଗୁଡ଼ା ପଞ୍ଚାୟତ ବାଣୁଆଗୁଡ଼ା ଗ୍ରାମ ଜଳମଗ୍ନ ହେବା ସହ କେଲିଆ ଗ୍ରାମର ଆଶାକର୍ମୀ ଲିପସା ପ୍ରଧାନୀ ଓ ଛବିମଣି ପ୍ରଧାନୀଙ୍କ ଘର ଭାଙ୍ଗିଛି। ଅଞ୍ଚଳା ପଞ୍ଚାୟତର ବଦଳିଗୁଡ଼ା-ପୂଜାରିଗୁଡ଼ା ପୋଲ ଧସିଯାଇଛି। ବାଇଗାଁ-ପାତିଆ ରାସ୍ତା ପୋଲ ଉପରେ ଜଳ ପ୍ରବାହିତ ଯୋଗୁଁ ବହୁ ଗ୍ରାମକୁ ଯାତାୟାତ ବନ୍ଦ ରହିଛି। ବଦଳିଗୁଡ଼ାର ଡମ୍ବରୁ ହରିଜନ ଓ ଜବାଗୁଡ଼ା ଗ୍ରାମର ହରିବନ୍ଧୁ ମିର୍ଗାନଙ୍କ ଘର ଭାଙ୍ଗି ଯାଇଛି। 

Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚନ୍ଦାହାଣ୍ଡି ବ୍ଲକ୍‌ରେ ପ୍ରବାହିତ ଭଣ୍ଡାର ନଦୀ, ବରେହି ନଦୀ, ସୁଖା ନଦୀ, କୁକୁର ଯୋରର ଜଳସ୍ତର ବୃଦ୍ଧି ପାଇଛି। ବରେହି ନଦୀରେ ଭାସି ଯାଇଥିବା ବଳଭଦ୍ର ଗୌଡ଼ଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଭଣ୍ଡାରନଦୀ ପାଣି ପାଟ୍ଟଖଲିଆ ପଞ୍ଚାୟତର ବୋଦେଲପାଣି, ବନ୍ଧକୋନା ଗାଁରେ ପଶିଛି। ଦଳବେଡା ପଞ୍ଚାୟତ ଭାଟିପଡ଼ା ଗ୍ରାମରେ ପାଣି ଭିତରେ ଥିବା ଗୋଟିଏ ପରିବାରର ହଲିମା ପୂଜାରୀ, ଗୋମତୀ ପୂଜାରୀ ଓ ଜୁଲକ ସିଂ ପୂଜାରୀଙ୍କୁ ଉଦ୍ଧାର କରାଯାଇଛି। ହଳଦୀ-ଭାଟିପଡା ଗାଁକୁ ସଂଯୋଗ କରୁଥିବା ପୋଲର ଉଭୟ ପାର୍ଶ୍ୱ ଧୋଇ ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.