Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_ihlq3coildt5kpbbdqoa18g6um, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Flood In Odisha: ଖରସ୍ରୋତା: ଯାଜପୁରରେ ବଡ଼ ବନ୍ୟା ଆଶଙ୍କା! - CGPT.IN

Flood In Odisha: ଖରସ୍ରୋତା: ଯାଜପୁରରେ ବଡ଼ ବନ୍ୟା ଆଶଙ୍କା!

1 month ago 10
ARTICLE AD BOX

ଯାଜପୁର (ମନୋଜ କୁମାର ରାଉଳ): ଲଗାଣ ବର୍ଷା ଓ ଉପରମୁଣ୍ଡରେ ଅବିରତ ବର୍ଷା ଫଳରେ ବୈତରଣୀ ନଦୀରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଯାତାୟାତରେ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭିଏସ୍‌)ରେ ଆଜି ଅପରାହ୍ନ ୨ଟାରୁ ଶ୍ରେଣୀ ପାଠପଢ଼ା ବନ୍ଦ ରଖାବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। 

ଅପରାହ୍‌ଣ ୫ଟା ବେଳକୁ ଯାଜପୁର ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୮.୬୭ ମିଟରରେ ପହଞ୍ଚିଛି। ଏଠା‌ରେ ସତର୍କ ସ୍ତର ୧୭.୮୩ ମିଟର ଅତିକ୍ରମ କରିଥିବାବେଳେ ବିପଦ ସ୍ତର ୧୮.୩୩ ମିଟର ଠାରୁ ମାତ୍ର ୦.୩୪ ମିଟର ତଳେ ରହିଛି। ସେହିପରି ଖରସ୍ରୋତା ନଦୀରେ ମଧ୍ୟ ବିଞ୍ଝାରପୁର ଠାରେ ବିପଦସ୍ତର ୧୦.୩୦ ମିଟର ରହିଥିବା ବେଳେ ଅପରାହ୍‌ଣ ୫ଟା ସୁଦ୍ଧା ୭.୮୮ ମିଟରରେ ପହଞ୍ଚିଛି। 

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

ସିଂହପୁର ଠାରେ ବିପଦସ୍ତର ୮.୭୦ ମିଟର ରହିଥିବାବେଳେ ୫.୩୨ ମିଟରରେ ପହଞ୍ଚିଛି। ରାତି ସୁଦ୍ଧା ଉଭୟ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ବିଶେଷ କରି ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକ୍ ଅଞ୍ଚଳର ଶତାଧିକ ଗାଁ ଅଧିକ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.