Flood in Odisha: ବନ୍ୟାରେ ଭାସିଯାଇଥିବା ଖବରକାଗଜ ବିତରକଙ୍କ ମୃତଦେହ ଉଦ୍ଧାର

1 hour ago 1
ARTICLE AD BOX

ରାଇରଙ୍ଗପୁର/ବିଜାତଳା (ତୁଷାର କାନ୍ତ ମହାନ୍ତ): ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଲକର ଜଣାଶୁଣା ଖବରକାଗଜ ବିକ୍ରେତା ସୃଷ୍ଟିଧର ଗିରି (୬୫)ଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। 

ସୂଚନା ଅନୁଯାୟୀ, ସୃଷ୍ଟିଧର ଗିରି ଗତକାଲି ଖବରକାଗଜ ବାଣ୍ଟିବା ପାଇଁ ଯାଉଥିବା ସମୟରେ ଗୋରୁମହିଷାଣି ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ପୋଲ ଉପରେ ଅତିକ୍ରମ କରୁଥିଲେ। ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ଉଛୁଳା ବନ୍ୟାଜଳର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗ ଓ ପୁଲିସ ପକ୍ଷରୁ ଦୀର୍ଘ ସମୟ ଧରି ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏଥିରେ ପରିବାରବର୍ଗ, ଗ୍ରାମବାସୀ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଥିଲା। ଆଜି ଅଗ୍ନିଶମ ବିଭାଗ, ପରିବାରବର୍ଗ ଓ ଗ୍ରାମବାସୀ ମିଳି ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ମଧ୍ୟାହ୍ନ ସମୟରେ ସେହି ନାଳ ପୋଲ ତଳେ ପଥର ଖଞ୍ଜି ଓ ଗଛବୁଦା ମଧ୍ୟରୁ ସୃଷ୍ଟିଧରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଗୋରୁମହିଷାଣି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Mud Wall Collapses ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.