Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_v3qe540k5h5d5fce7rje0n75rq, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Flood: ବନ୍ୟା ପ୍ରଭାବିତଙ୍କୁ ବର୍ଷା ଭୟ: ଆଜିଠୁ ସପ୍ତାହେ ବର୍ଷା - CGPT.IN

Flood: ବନ୍ୟା ପ୍ରଭାବିତଙ୍କୁ ବର୍ଷା ଭୟ: ଆଜିଠୁ ସପ୍ତାହେ ବର୍ଷା

6 days ago 4
ARTICLE AD BOX

ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଆଦି ସମସ୍ତ ନଦୀର ଜଳସ୍ତର ଉଭୟ ବିପଦ ସଙ୍କେତ ଏବଂ ସତର୍କ ସଙ୍କେତଠାରୁ କମ୍ ଅଛି। କିନ୍ତୁ ଏବେବି ୪ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ବାରା ପ୍ରଭାବିତ। ଏହି ୪ଟି ଜିଲ୍ଲାର ୨୦ଟି ବ୍ଲକ୍‌ର ୧୭୩ଟି ଗ୍ରାମପଞ୍ଚାୟତର ୪,୯୫,୫୫୯ ଜଣ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ପାଣି ଛାଡ଼ିନଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରି ରିଲିଫ ସହାୟତା ଯୋଗାଇ ଦିଆଯାଉଛି।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

ଏପରି ସ୍ଥିତିରେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି। ଆକଳନ ଅନୁଯାୟୀ, ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ମଡେଲ୍ ଅନୁସାରେ ଏହି ପ୍ରଣାଳୀ ୨୬ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଆସନ୍ତାକାଲିଠାରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଯଦି କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହୁଏ, ତେବେ ବନ୍ୟା ପ୍ରଭାବିତ ୪ ଜିଲ୍ଲାରେ ସ୍ଥିତି ସାଂଘାତିକ ହେବ। ବିଶେଷକରି ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ପୁଣି ବନ୍ୟା ଆସିବ।

ସବୁ ନଦୀ ସତର୍କ ସଙ୍କେତ ତଳେ, ତଥାପି ଟଳିନି ବିପଦ

କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା
ଏବେ ବି ୪ ଜିଲ୍ଲାର ୫ ଲକ୍ଷ ଲୋକ ପ୍ରଭାବିତ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକ୍‌ର ୫୦ଟି ଗ୍ରାମପଞ୍ଚାୟତ ଓ ୩୨୭ଟି ଗ୍ରାମ ପ୍ରଭାବିତ ହୋଇଛି। ୧୨୯ଟି ଗ୍ରାମ ଜଳବନ୍ଦି ହୋଇଥିବା ବେଳେ ୨୪,୭୦୯ ଜଣ ପ୍ରଭାବିତ ହୋଇଛନ୍ତି। ୧୭,୭୯୯ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୮୯ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ର ୩୨ଟି ଗ୍ରାମପଞ୍ଚାୟତ ଓ ୧୪୩ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧,୫୧,୯୩୨ ଜଣ ପ୍ରଭାବିତ ହୋଇଥିବା ବେଳେ ୨୦,୫୬୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୩ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ଯାଜପୁର ଜିଲ୍ଲାର ୫ଟି ବ୍ଲକ୍‌ର ୨୪ଟି ଗ୍ରାମପଞ୍ଚାୟତ ଓ ୬୯ଟି ଗ୍ରାମ ପ୍ରଭାବିତ ହୋଇଛି। ୪୮ଟି ଗ୍ରାମ ଜଳବନ୍ଦି ହୋଇଥିବା ବେଳେ ୭୧,୪୨୫ ଜଣ ପ୍ରଭାବିତ ହୋଇଛନ୍ତି। ୩୩୪ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍‌ର ୬୭ଟି ଗ୍ରାମପଞ୍ଚାୟତ ଓ ୧୬୪ଟି ଗ୍ରାମ ପ୍ରଭାବିତ ହୋଇଛି। ୪୨ଟି ଗ୍ରାମ ଜଳବନ୍ଦି ହୋଇଥିବା ବେଳେ ୨,୪୭,୪୯୩ ଜଣ ପ୍ରଭାବିତ ହୋଇଛନ୍ତି। ୨,୩୨୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୮ଟି ରିଲିଫ୍ କ୍ୟାମ୍ପରେ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୩୨ଟି ଓଡ୍ରାଫ, ୮ଟି ଏନ୍‌ଡିଆର୍‌ଏଫ୍ ଏବଂ ୪୬ଟି ଅଗ୍ନିଶମ ବାହିନୀ ଟିମ୍ ସମେତ ସମୁଦାୟ ୮୬ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ବନ୍ୟା ପରିସ୍ଥିତିର ପ୍ରଭାବଶାଳୀ ନିରୀକ୍ଷଣ ଓ ପରିଚାଳନା ପାଇଁ ତିନିଜଣ ଆଇଏଏସ୍‌ ଅଧିକାରୀଙ୍କୁ ଯଥାକ୍ରମେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ନିୟୋଜିତ କରାଯାଇଛି। ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ପି.ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏହାସହିତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିସନର ସୁବାସଚନ୍ଦ୍ର ନାଥଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନିୟୋଜିତ କରାଯାଇଛି।

Weather in Odisha: ଓଡ଼ିଶାରେ ଦାଉ ସାଧୁଛି ପାଣିପାଗ: ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ଯେ ରିଲିଫ୍ କ୍ୟାମ୍ପ ପରିଚାଳନା, ଉଦ୍ଧାର କାର୍ଯ୍ୟ ସମେତ ବନ୍ୟା ପରିଚାଳନା ନିମନ୍ତେ ଏସ୍‌ଡିଆର୍‌ଏଫ୍‌ରୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ମିଶି ମୋଟ ୧୬୭.୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ମୋଟ ୨୧,୪୪୫ ପ୍ୟାକେଟ୍‌ରେ ୧,୦୭,୨୨୫ଟି ପଲିଥିନ୍ ସିଟ୍ ଯୋଗାଣ କରାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାକୁ ମୋଟ ୧,୪୩୧.୦୯ ମେଟ୍ରିକ୍ ଟନ୍ ପଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୨୭୨.୨ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପରିମାଣ ୨୫୨.୬ ମିମି ତୁଳନାରେ ଏହା ୭.୮% ଅଧିକ। ସେହିପରି ଜୁନ୍ ୧ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ରାଜ୍ୟରେ ୧୦୨୮.୪ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୭୯୭.୦ ମିମି ତୁଳନାରେ ୨୯% ଅଧିକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.