ARTICLE AD BOX
ପାଟଣା: ବିହାରରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ବିହାରର ପ୍ରାୟ ୬୮.୮୦ ଲକ୍ଷ ହେକ୍ଟର ଅଞ୍ଚଳ ଅର୍ଥାତ୍ ପ୍ରାୟ ୭୩ ପ୍ରତିଶତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ରାଜ୍ୟର ମୋଟ ୩୮ଟି ଜିଲ୍ଲା ମଧ୍ୟରୁ ୨୮ଟି ଜିଲ୍ଲା ବନ୍ୟା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ସୂଚନାଯୋଗ୍ୟ, ବିହାରରେ ପ୍ରତିବର୍ଷ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବନ୍ୟା ସ୍ଥିତିର ମୁକାବିଲା ଓ ବନ୍ୟା ନିୟନ୍ତ୍ରଣ ଯୋଜନା ବାବଦରେ ସରକାର ବର୍ଷକୁ ପ୍ରାୟ ୬.୪ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଅନ୍ୟପଟେ, ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଓ ନଦୀବନ୍ଧ ଭାଙ୍ଗିଯିବା ଯୋଗୁଁ ସାରଣ ସମେତ ୬ଟି ଜିଲ୍ଲାର ପ୍ରାୟ ୨୫୫ଟି ଗାଁ ବନ୍ୟା ଜଳରେ ବୁଡ଼ି ରହିଛି। ଏହାଦ୍ୱାରା ପ୍ରାୟ ୪ ଲକ୍ଷ ଜନସଂଖ୍ୟା ପ୍ରଭାବିତ ହୋଇଥିବା ବେଳେ ୪୪ ହଜାରରୁ ଅଧିକ ଲୋକ ନିଜ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଦୀଗୁଡ଼ିକରେ ମଧ୍ୟ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।
Odisha Flood Review: ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା
ପଡ଼ୋଶୀ ଉତ୍ତର ପ୍ରଦେଶରେ ଆଜି ସକାଳୁ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଆଜି କୌଣସି ଜିଲ୍ଲା ପାଇଁ ବର୍ଷା ସତର୍କସୂଚନା ଜାରି କରାଯାଇ ନାହିଁ। ତେବେ ରାଜ୍ୟର ଗଙ୍ଗା ଓ ଶାରଦା ସମେତ ୧୫ଟି ନଦୀ ଏବେ ବି ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଛି।

3 weeks ago
7


