Flydubai Attack: ଫ୍ଲାଏଦୁବାଇର ଆକ୍ରମଣକାରୀ ଓମାନୀ ପାଇଲଟ ହମାମ୍‌ଙ୍କ ଅଲ୍-କାଏଦା ଲିଙ୍କ୍‌ର ପର୍ଦ୍ଦାଫାସ୍

3 weeks ago 8
ARTICLE AD BOX

ଆବୁଧାବି: ୟୁଏଇରୁ ଇସ୍ରାଏଲ ଯାଉଥିବା ଫ୍ଲାଏଦୁବାଇ ବିମାନର କକ୍‌ପିଟରେ ଭାରତୀୟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ଏବଂ ବିମାନକୁ କ୍ରାସ କରିବାକୁ ଆତଙ୍କବାଦୀ ପ୍ରୟାସ କରିଥିବା କୋ-ପାଇଲଟଙ୍କ ପରିଚୟ ପ୍ରକାଶ ପାଇଛି। ସାଉଦି ଖବରକାଗଜ ଅଲ ଆରବିଆ ମିଳିଥିବା ସୂଚନା ଆଧାରରେ ପ୍ରକାଶ କରିଛି ଯେ, କୋ-ପାଇଲଟଙ୍କୁ ଓମାନର ହମାମ୍ ଆଲହାମାମି ଭାବରେ ଚିହ୍ନଟ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ,ହମାମ୍‌ଙ୍କୁ ତାଙ୍କର ମୌଳବାଦୀ ଚିନ୍ତାଧାରା ଯୋଗୁଁ ଓମାନରେ ବିମାନ ଉଡ଼ାଣ କରିବାକୁ ବାରଣ କରାଯାଇଥିଲା। ଏହାପରେ ସେ ଓମାନ ଛାଡି ସିରିଆରେ ରହୁଥିଲେ।

ବିମାନ ସେବାରୁ ବହିଷ୍କାର କରାଯାଇଥିଲା

ସୂତ୍ର ଅନୁଯାୟୀ, ହମାମ୍ ତାଙ୍କ ଜୀବନର ଅଧିକାଂଶ ସମୟ ଓମାନ ବାହାରେ ରହିଥିଲେ। ୟୁଏଇ ଆସିବା ପୂର୍ବରୁ ସେ ସିରିଆରେ ବହୁ ବର୍ଷ ବିତାଇଥିଲେ। ସେଠାରେ ସେ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ଆମେରିକୀୟ ସମ୍ବାଦ ସଂସ୍ଥା ସିଏନଏନ ରିପୋର୍ଟ କରିଛି ଯେ, ଫ୍ଲାଏଦୁବାଇର ଓମାନୀ କୋ-ପାଇଲଟଙ୍କୁ ଗତ ବର୍ଷ ଓମାନର ଜାତୀୟ ବିମାନ ସେବାରୁ ବହିଷ୍କାର କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଏୟାରଲାଇନ୍ସ ଭିତରେ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଅନ୍ୟ ଏକ ସୂତ୍ର ସିଏନଏନକୁ କହିଛି ଯେ ହମାମ୍‌ଙ୍କ ପିତା ଓମାନର ଏବଂ ତାଙ୍କ ମାଆ ସିରିଆର, କିନ୍ତୁ ସେ ସଂଯୁକ୍ତ ଆରବ ଏମିରେଟ୍ସରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜୀବନର ଅନେକ ବର୍ଷ ସେଠାରେ ବିତାଇଥିଲେ।

ଇସ୍ରାଏଲର ଚ୍ୟାନେଲ ୧୨ ରିପୋର୍ଟ କରିଛି ଯେ, ତଦନ୍ତକାରୀମାନେ ଜାଣିପାରିଛନ୍ତି, କୋ-ପାଇଲଟଙ୍କର ଅଲ୍-କାଏଦାର ଚିନ୍ତାଧାରା ଥିଲା। ସେ ଅନେକ ଧାର୍ମିକ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଏହି ନେତାମାନଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ। ଇସ୍ରାଏଲୀ ଗଣମାଧ୍ୟମ ଆଇ-୨୪ ନ୍ୟୁଜ୍ ଏମିରାତି ସୂତ୍ର ଆଧାରରେ ରିପୋର୍ଟ କରିଛି, ଓମାନ କୋ-ପାଇଲଟଙ୍କ ଲଗେଜରୁ ପାମ୍ଫଲେଟ୍ ଏବଂ ଫ୍ରି ପାଲେଷ୍ଟାଇନ୍ ଗୋଷ୍ଠୀର ପ୍ରକାଶନ ସମେତ ପାଲେଷ୍ଟାଇନ ସମର୍ଥକ ସାମଗ୍ରୀ ମଧ୍ୟ ମିଳିଛି।

Ballistic Missile:ଦକ୍ଷିଣ କୋରିଆ ମୁହାଁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କଲା ଉତ୍ତର କୋରିଆ: ସିଓଲ ସହ ବଢ଼ିଲା ଉତ୍ତେଜନା

ତଦନ୍ତକାରୀଙ୍କ ଅନୁସାରେ ହମାମ୍ ଏକାକୀ ଏହି କାର୍ଯ୍ୟ କରିଥିଲେ। ଅନ୍ୟ ବିଦେଶୀ ବିମାନ କମ୍ପାନିଗୁଡ଼ିକ ବିରୋଧରେ ସମାନ ବିପଦ ରହିପାରେ କି ନାହିଁ ତାହା କର୍ତ୍ତୃପକ୍ଷ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛନ୍ତି। ଇସ୍ରାଏଲୀ ଏଜେନ୍ସିଗୁଡ଼ିକ ଏହା ମଧ୍ୟ ତଦନ୍ତ କରୁଛନ୍ତି ଯେ, ଓମାନୀ ପାଇଲଟ୍ କିପରି ବିମାନ କର୍ମଚାରୀ ହେଲେ। ଜେରୁସାଲେମ ପୋଷ୍ଟ ରିପୋର୍ଟ କରିଛି, ଓମାନୀ କୋ-ପାଇଲଟ ଅନ୍ୟ କୌଣସି ଦେଶର ନାଗରିକତା ଗ୍ରହଣ କରିନଥିଲେ। ଏହି ରିପୋର୍ଟରେ ପ୍ରଶ୍ନ ଉଠାଯାଇଛି ଯେ, ଇସ୍ରାଏଲର ଆନୁଷ୍ଠାନିକ ସମ୍ପର୍କ ନଥିବା ଦେଶର ଜଣେ ନାଗରିକଙ୍କୁ କିପରି ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.