Foreign black money: ବିଦେଶୀ କଳାଧନ ପାଇଁ ସର୍ବକ୍ଷମା ଯୋଜନା

1 week ago 5
ARTICLE AD BOX

ନୂଆଦିଲ୍ଲୀ: ବିଦେଶରେ ସ୍ବଳ୍ପ ପରିମାଣର କଳାଧନ ରଖିଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ଚଳିତବର୍ଷ ବଜେଟରେ କରିଥିବା ଘୋଷଣା ମୁତାବକ ଆଜିଠାରୁ କ୍ଷୁଦ୍ର ଟିକସଦାତାଙ୍କ ବିଦେଶୀ ସମ୍ପତ୍ତି-ପ୍ରକାଶ ଯୋଜନା (ଏଫ୍‌ଏଏସ୍‌ଟି-ଡିଏସ୍‌) ଆରମ୍ଭ କରିଛନ୍ତି। ବିଦେଶରେ ଥିବା ଅଘୋଷିତ ସମ୍ପତ୍ତି ଘୋଷଣା କରି ବୈଧ କରିନେବାକୁ ଛୋଟ ଛୋଟ ଟିକସଦାତାଙ୍କ ପାଇଁ ଏହି ସର୍ବକ୍ଷମା ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏଥିପାଇଁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଅର୍ଥାତ ସାଢ଼େ ୪ ମାସ  ଭିତରେ ଏହି ଯୋଜନାର ଲାଭ ଲୋକମାନେ ଉଠାଇ ପାରିବେ। 

Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

ଯୋଜନା ଅନୁଯାୟୀ, ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅଘୋଷିତ ବିଦେଶୀ ଆୟ ସଂପର୍କରେ ଘୋଷଣା କରାଯାଇ ପାରିବ। ଯେଉଁମାନେ ଅଘୋଷିତ ଆୟ ଘୋଷଣା କରିବେ ସେମାନଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ହେବ। ଏଥିସହିତ ସମାନ ପରିମାଣର ଅତିରିକ୍ତ ରାଶି ମଧ୍ୟ ଦେବାକୁ ହେବ। ଅର୍ଥାତ ଅଘୋଷିତ ଆୟର ୬୦ ପ୍ରତିଶତ ଅର୍ଥ ସେମାନଙ୍କୁ ଦେବାକୁ ପଡ଼ିବ। ଏହାବ୍ୟତୀତ ଅନ୍ୟ ଏକ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏଥିରେ ସୁବିଧା ରହିଛି। ୫ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ବିଦେଶୀ ସମ୍ପତ୍ତି ଅର୍ଜନ କରି ଯେଉଁମାନେ ପୂର୍ବରୁ ଟିକସ ପୈଠ କରିଛନ୍ତି, କିନ୍ତୁ ପୂର୍ବରୁ ସେମାନଙ୍କର ଆୟକର ରିଟର୍ଣ୍ଣରେ ସେହି ସମ୍ପତ୍ତି ବିଷୟରେ ଉଲ୍ଲେଖ କରାଯାଇ ନାହିଁ; ଉକ୍ତ ସର୍ବକ୍ଷମା ଯୋଜନାରେ ସେହି କରଦାତାମାନେ ସୁବିଧା ପାଇପାରିବେ।  ସେମାନେ ଏକକାଳୀନ ୧ ଲକ୍ଷ ଟଙ୍କା ପ୍ରଦାନ କରି ସେହି ବିଦେଶୀ ସମ୍ପତ୍ତିକୁ ଘୋଷଣା କରିପାରିବେ। ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ବିଦେଶୀ ସମ୍ପତ୍ତିର ବଜାରମୂଲ୍ୟ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନିର୍ଣ୍ଣୟ କରାଯିବ।

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

ଏହି ଯୋଜନା କେବଳ ନିର୍ଦ୍ଦିଷ୍ଟ ବର୍ଗର ବିଦେଶୀ ସମ୍ପତ୍ତି ଓ ଆୟ ପାଇଁ ଉପଲବ୍ଧ ଏବଂ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତବଳୀ ଉପରେ ନିର୍ଭରଶୀଳ। ନୂଆ ଯୋଜନା ଅନୁଯାୟୀ ଯେଉଁମାନେ ବୈଧ ଘୋଷଣା କରିବେ ସେମାନଙ୍କୁ ପୁନଶ୍ଚ ଟିକସ, ଜରିମାନା କିମ୍ବା କଳାଟଙ୍କା (ଅଘୋଷିତ ବିଦେଶୀ ଆୟ ଏବଂ ସମ୍ପତ୍ତି) ଏବଂ ଟିକସ ଆଇନ ୨୦୧୫ରୁ ସୁରକ୍ଷା ମିଳିବ। ନୂଆ ଯୋଜନାରେ ଯୋଗ୍ୟ ବିଦେଶୀ ସମ୍ପତ୍ତି ଓ ଆୟକୁ ଟିକସ ପରିସରକୁ ଆଣିବା ସହ ଜରିମାନା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.