Forex: ୫୦୦ କୋଟି ଡଲାର କମିଲା ବୈଦେଶିକ ମୁଦ୍ରା ଭଣ୍ଡାର

3 days ago 6
ARTICLE AD BOX

ମୁମ୍ବାଇ: ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ପୁଣି ବଡ଼ ଧରଣର ହ୍ରାସ ଘଟିଛି। ଅକ୍ଟୋବର ୧୬ରେ ଶେଷ ହୋଇଥିବା ସପ୍ତାହରେ ଏହା ୫୦୧.୧ କୋଟି ଡଲାର ହ୍ରାସ ପାଇ ୭୨,୧୦୧.୬ କୋଟି ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ଏହା ପୂର୍ବ ସପ୍ତାହରେ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାର ୮୫୭.୮ କୋଟି ଡଲାର କମିଥିଲା। ସେପ୍ଟେମ୍ବର ୪ରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବାଧିକ ୭୮,୫୭୦.୬ କୋଟି ଡଲାରରେ ପହଞ୍ଚିଥିଲା। ଏହା ପରଠାରୁ ଛଅ ସପ୍ତାହ ମଧ୍ୟରେ ଏଥିରେ ପ୍ରାୟ ୬,୪୬୯ କୋଟି ଡଲାର ହ୍ରାସ ଘଟିଛି।

ଆହୁରି ପଢନ୍ତୁ: Pellet Gun: ଯନ୍ତର ମନ୍ତର ହିଂସା‌; ପେଲେଟ୍‌ ଗନ୍‌ ବ୍ୟବହାର ନେଇ ପ୍ରଭାବିତଙ୍କ ଅଭିଯୋଗ ଶୁଣିବେ ସୁପ୍ରିମକୋର୍ଟ କମିଟି

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଦେଶର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରର ପ୍ରମୁଖ ଅଂଶ ହେଉଛି ବୈଦେଶିକ ମୁଦ୍ରା ସମ୍ପତ୍ତି। ଅକ୍ଟୋବର ୧୬ରେ ଶେଷ ହୋଇଥିବା ସପ୍ତାହରେ ଏହା ୫୭୫.୮ କୋଟି ଡଲାର ହ୍ରାସ ପାଇ ୫୯,୧୮୪.୭ କୋଟି ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ, ସୁନା ଭଣ୍ଡାରର ମୂଲ୍ୟ ୭୦.୬ କୋଟି ଡଲାର ବୃଦ୍ଧି ପାଇ ୧୦,୫୮୦ କୋଟି ଡଲାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରେ ଏସ୍‌ଡିଆର୍‌ (ସ୍ପେସାଲ ଡ୍ରଇଂ ରାଇଟ୍‌ସ) ୩ କୋଟି ଡଲାର ବୃଦ୍ଧି ପାଇ ୧,୮୫୭.୮ କୋଟି ଡଲାର ହୋଇଛି। ଆଇଏମ୍‌ଏଫ୍‌ରେ ଭାରତର ରିଜର୍ଭ ସ୍ଥିତି ମଧ୍ୟ ୧.୧ କୋଟି ଡଲାର ବଢ଼ି ୪୭୯.୧ କୋଟି ଡଲାରରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ଟଙ୍କାର ବିନିମୟ ମୂଲ୍ୟକୁ ସ୍ଥିର ରଖିବା ପାଇଁ ଆର୍‌ବିଆଇ ଡଲାର ବିକ୍ରି କରିବା ଏବଂ ବିଦେଶୀ ମୁଦ୍ରା ସମ୍ପତ୍ତିର ମୂଲ୍ୟରେ ପରିବର୍ତ୍ତନ ହେବା ଏହି ହ୍ରାସର ପ୍ରମୁଖ କାରଣ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.