Found the Missing Son: ୩୨ ବର୍ଷ ପରେ ମିଳିଲା ହଜିଲା ପୁଅ

48 minutes ago 2
ARTICLE AD BOX

୩୧ ବର୍ଷ ପରେ ମାଆ କୋଳକୁ ଫେରିଲା ୯ ବର୍ଷ ବୟସରେ ହଜିଯାଇଥିବା ପୁଅ ପିଣ୍ଟୁ। ପିଲାଦିନର ମୁହଁରେ ଥିବା ଏକ ଦାଗ ଚିହ୍ନାଇଦେଲା ହଜିଲା ପୁଅକୁ। ଭାବପ୍ରବଣ ହେଲା ପୂରା ପରିବାର।

ଏ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ। ହେଲେ ବିହାରର କଟିହାର ଜିଲ୍ଲା ମଣିହାରୀ ବ୍ଲକର କାନ୍ତକୋଷ ଗାଁରେ ଦୀର୍ଘ ୩୧ ବର୍ଷ ପରେ ଘଟିଛି ଏଭଳି ଏକ ଭାବପ୍ରବଣ ପୁନର୍ମିଳନ। ୯ ବର୍ଷ ବୟସରେ ହଜିଯାଇଥିବା ପିଣ୍ଟୁଙ୍କୁ ଦୀର୍ଘ ତିନି ଦଶନ୍ଧି ପରେ ଦେଖି ତୁରନ୍ତ ଚିହ୍ନିପାରିନଥିଲେ ପରିବାର ଲୋକ। ସମୟ ସହ ବଦଳିଯାଇଥିଲା ଚେହେରା ବଢ଼ିଯାଇଥିଲା ବୟସ। ହେଲେ ମାଆ ମୀନା ଦେବୀଙ୍କ ମନରେ ଥିବା ପୁଅର ସ୍ମୃତି ଏବେ ବି ଥିଲା ଜୀବନ୍ତ। ଶେଷରେ ପୁଅର ମୁହଁରେ ଥିବା ପିଲାଦିନର ଏକ ଦାଗ ଉପରେ ପଡ଼ିଥିଲା ତାଙ୍କ ନଜର। ସେହି ଦାଗ ହିଁ ୩୧ ବର୍ଷ ପରେ ମାଆଙ୍କୁ ତାଙ୍କ ହଜିଲା ପୁଅର ପରିଚୟ ଦେଇଥିଲା। ଦୀର୍ଘ ବର୍ଷର ବିଚ୍ଛେଦ ପରେ ପୁଅକୁ ପୁଣି ଆଖି ଆଗରେ ପାଇ ମାଆଙ୍କ ଖୁସି କହିଲେ ନସରେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲେ। ଦିନେ ଯେଉଁ ପୁଅକୁ ହରାଇ ପରିବାର ଅଧୁରା ହୋଇଯାଇଥିଲା ଆଜି ତାକୁ ପାଖରେ ପାଇ ସମସ୍ତେ ଖୁସିରେ ଝୁମି ଉଠିଛନ୍ତି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.