Fund Misuse Allegations ଭାତଲଇଡା ଜିପିରେ ‘ମା ପାଇଁ ଗଛଟିଏ’ରେ ଟଙ୍କା ହରିଲୁଟ୍‌: ୨୫୦ ଚାରା ଲଗାଇ ୫ଶହ ଗଛର ଟଙ୍କା ଖାଇଗଲେ

1 week ago 5
ARTICLE AD BOX

୫୦୦ ଚାରା ବଦଳରେ ଲାଗିଛି ପ୍ରାୟ ୨୫୦

ମଷ୍ଟରରୋଲ୍‌ରେ ୭ ଦିନ, ଶ୍ରମିକ କହୁଛନ୍ତି ୧-୨ ଦିନ କାମ ହୋଇଛି

ଲଇକେରା (ଭରତ ପାତ୍ର): ଭାତଲଇଡା ପଞ୍ଚାୟତରେ ସରକାରୀ ଯୋଜନାରେ ଆଉ ଏକ ଅନିୟମିତତା ଅଭିଯୋଗ ହୋଇଛି।  ‘ମା ପାଇଁ ଗଛଟିଏ’ ଭଳି ଏକ ମହତ୍‌ ଅଭିଯାନରେ ମଧ୍ୟ ଅର୍ଥ ହେରଫେର ହୋଇଥିବା ଜଣାଯାଇଛି।  ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପ୍ରତି ପଞ୍ଚାୟତରେ ୫୦୦ଟି ଚାରା ରୋପଣ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ବର୍ତମାନ ୨୫୦ ଗଛ ଦେଖିବାକୁ ମିଳିଛି। କେବଳ ଏହାନୁହେଁ ମଷ୍ଟରରୋଲ୍‌ରେ ୭ ଦିନ କାମ ହୋଇଥିବା ଦର୍ଶାଯାଇଥିବା ବେଳେ ଶ୍ରମିକମାନେ ଦୁଇଦିନ କାମ ହୋଇଥିବା ଅଭିଯୋଗ କରିଛନ୍ତି। 

Tree planting in baramunda: ବରମୁଣ୍ଡାରେ ଦ୍ବିତୀୟ ମିୟାୱାକି ପଦ୍ଧତି ବୃକ୍ଷରୋପଣ: ନଗର ଉନ୍ନୟନ ମନ୍ତ୍ରୀ କଲେ ଶୁଭାରମ୍ଭ

 ଏମଜିଏନଆରଇଜିଏସ୍‌ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାତଲଇଡା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୫୦୦ଟି ଚାରା ରୋପଣ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା । ବାସ୍ତବରେ ପ୍ରାୟ ୨୫୦ଟି ଚାରା ହିଁ ଲଗାଯାଇଛି।

ମୋଦୀଙ୍କ ୭୫ତମ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ: ଏକ୍ ପେଡ୍ ମା କେ ନାମ୍-୨.୦ରେ ଲାଗିବ ୭.୫କୋଟି ଗଛ

ଏହି ବାବଦରେ ନାମ ଗୋପନ ରଖି କିଛି ଶ୍ରମିକ କହିଛନ୍ତି ଯେ, ସେମାନେ ମାତ୍ର ଦିନେ କିମ୍ବା ଦୁଇଦିନ ଚାରାରୋପଣ କାମକୁ ଯାଇଥିଲେ । ଅଥଚ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ସାତଦିନ ଧରି ଶ୍ରମିକମାନେ କାମ କରିଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଏପରି ବିରୋଧାଭାସ ମଷ୍ଟରରୋଲ୍‌ ଓ ମଜୁରି ପ୍ରଦାନ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି। ଏନେଇ ବ୍ଲକ୍‌ର ଏପିଓ ସୁନୟନା ବେହେରା ନିଜ ମୁଣ୍ଡରୁ ଅଠା ପୋଛି କହିଛନ୍ତି ଯେ, ଗତବର୍ଷ ବନ ବିଭାଗ ପକ୍ଷରୁ ଦରମଲା ଓ ଛୋଟ ଚାରା ଦିଆଯାଇଥିଲା । ଚଳିତବର୍ଷ ମଧ୍ୟ ପ୍ରାୟ ୨୫୦ଟି ଚାରା ମଗାଯାଇଛି ଏବଂ ଖାଲି ସ୍ଥାନରେ ସେଗୁଡ଼ିକ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Maa ke naam ped corruption

ଭାତଲଇଡା ପଞ୍ଚାୟତ ସମିତିସଭ୍ୟ ପପଟଲାଲ ଭୋଇ ଘଟଣାର ଜିଲ୍ଲାସ୍ତରୀୟ ବିଧିବଦ୍ଧ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.