Gambling Den Busted ଜୁଆଆଡ୍ଡାରୁ ୬ ଗିରଫ, ନଗଦଟଙ୍କା ଗାଡ଼ି ଓ ମୋବାଇଲ ଜବତ

3 weeks ago 7
ARTICLE AD BOX

ବଣାଇଗଡ଼:ସୁନ୍ଦରଗଡ଼ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଠିଆବେର୍ଣ୍ଣା ନିକଟରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଲହୁଣୀପଡ଼ା ପୁଲିସ ଅତର୍କିତ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏହି ଆଡ୍ଡାରୁ ବିପୁଳ ପରିମାଣରେ ନଗଦ ଟଙ୍କା, ଗାଡ଼ି ଓ ମୋବାଇଲ୍‌ ଜବତ କରାଯାଇଛି। 

gambling2

ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପାଇ ଯୋଜନାବଦ୍ଧ ଭାବେ ପୁଲିସ ଜୁଆଆଡ୍ଶାକୁ ଘେରାବନ୍ଦୀ କରିଥିଲା।  ମାତ୍ରେ ଜୁଆ ଖେଳୁଥିବା ବ୍ୟକ୍ତିମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା।

gambling1

ଗିରଫ ହୋଇଥିବା ୬ ଜଣଙ୍କ ନିକଟରୁ ନଗଦ ୨୮,୫୦୦ ଟଙ୍କା, ୫ଟି ବାଇକ୍‌ ଓ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ବଣାଇ ଓ ଲହୁଣୀପଡ଼ା ଥାନା ଅଞ୍ଚଳର ବାସିନ୍ଦା ଅଟନ୍ତି। ଏନେଇ ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.