Gang-rape and murder: ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା: ହତ୍ୟା ପୂର୍ବରୁ ଅକଥନୀୟ ଅତ୍ୟାଚାର

2 days ago 4
ARTICLE AD BOX

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ଦେବକୁମାର ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସର ତଦନ୍ତ ଯେତିକି ଆଗଉଛି ସେତିକି ସାଂଘାତିକ ତଥ୍ୟ ସାମନାକୁ ଆସୁଛି। ପୁଲିସ ଏହି ଘଟଣାର ବିସ୍ତୃତ ତଥ୍ୟ ସାର୍ବଜନୀନ କରି ନଥିଲେ ମଧ୍ୟ ପୀଡ଼ିତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

ଗତ ୨୨ ତାରିଖରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଗତକାଲି ଜଣେ ମହିଳାଙ୍କ ସମେତ ଆଉ ୩ ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା। ପ୍ରଥମେ ସମସ୍ତଙ୍କୁ ଜଣ ଜଣ କରି ଜେରା କରାଯାଇଥିଲା। ତେବେ ସେମାନଙ୍କ ବୟାନରେ ତାଳମେଳ ରହୁ ନ ଥିବାରୁ ପରେ ସମସ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଜେରା ସମୟରେ ସେମାନେ କ’ଣ ବୟାନ ଦେଲେ ସେକଥା ପୁଲିସ ପ୍ରଘଟ କରିନି। ହେଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ସମୟରେ ସେଠାରେ ଚନ୍ଦ୍ରକାନ୍ତ ସହ ଆଉ ୨ ଜଣ ଉପସ୍ଥିତ ଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେଣୁ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।

ଘଟଣା ସମୟରେ ୩ ଜଣଙ୍କ ଉପସ୍ଥିତିର ପ୍ରମାଣ
ନ୍ୟାୟ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
୨୭ରେ ବିଜେଡିର ଜଳେଶ୍ବର ବନ୍ଦ
ନ୍ୟାୟିକ ତଦନ୍ତ ଦାବି କଲା ସିପିଏମ୍‌

ହସ୍ତଗତ ସୂଚନା ଅନୁଯାୟୀ, ନାବାଳିକାଙ୍କ ସହ ଦୁଷ୍କର୍ମ ବେଳେ ସେ ପାଣି ପାଇଁ ଚିତ୍କାର କରିଥିଲେ। ଏହି ସମୟରେ ତାଙ୍କ ସହ ପୂର୍ବ ପରିଚିତ ଥିବା ଜଣେ ଯୁବକ ସେଠାରେ ଉପସ୍ଥିତ ଥିଲେ। ସେ ପାଣି ଆଣିବାକୁ କିଛି ଦୂରକୁ ଯାଇଥିବା ବେଳେ ଅନ୍ୟମାନେ ପୀଡ଼ିତାଙ୍କ ସହ ଅତି ଅମାନବୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଅତ୍ୟାଚାର ସମୟରେ ହିଁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ଅଭିଯୁକ୍ତମାନେ ଏକ ଗଛରେ ପୀଡ଼ିତାଙ୍କୁ ଟାଙ୍ଗି ଦେଇଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।  ଦୁଷ୍କର୍ମ ଓ ହତ୍ୟା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର ହୋଇଥିଲା ନାଁ ହଠାତ୍‌ ଘଟିଲା ସେନେଇ ପୁଲିସ ଅନୁସନ୍ଧାନ ଚଳାଇଛି। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଜଣେ ଇନ୍ସପେକ୍ଟର ଓ ଜଣେ ମହିଳା ଅଧିକାରୀ ମିଳିତ ଭାବେ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି। ପୁଲିସକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଛି। ଏହି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିବୁ ବୋଲି ଜଳେଶ୍ବର ଏସ୍‌ଡିପିଓ ସୁରେଶ କୁମାର ତ୍ରିପାଠୀ ଆଜି ‘ସମ୍ବାଦ’କୁ କହିଛନ୍ତି।

Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ

ଅନ୍ୟପକ୍ଷରେ ଆଜି ମଧ୍ୟ ଜଳେଶ୍ୱର-ପଶ୍ଚିମବାଡ଼ ରାସ୍ତାକୁ ସ୍ଥାନୀୟ ଗ୍ରାମବାସୀ ଅବରୋଧ କରିଛନ୍ତି। ସେହିପରି ଗ୍ରାମବାସୀଙ୍କ ଆଉ ଏକ ଦଳ ଜଳେଶ୍ୱର ଥାନା ସମ୍ମୁଖରେ ସହରର ମୁଖ୍ୟରାସ୍ତାକୁ ଦିନ ଗୋଟାଏରୁ ଅଢ଼େଇଟା ଯାଏଁ ଅବରୋଧ କରିଥିଲେ। ଫଳରେ ଯାତାୟାତ ଠପ୍ ହୋଇ ଯାଇଥିଲା। କିଛି ନେତୃସ୍ଥାନୀୟ ବ୍ୟକ୍ତିଙ୍କ ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନକାରୀମାନେ ଡିଏସ୍‌ପି ବାମାପଦ ନନ୍ଦଙ୍କ ସହ ଆଲୋଚନା କରି ନ୍ୟାୟ ଦାବି କରିଛନ୍ତି। ସେହିପରି ସିପିଏମ୍‌ ପକ୍ଷରୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ବିଜେଡି ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ଜଳେଶ୍ବର ବନ୍ଦ କରିବାକୁ ଡାକରା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.