Ganja Smugglers Arrested: ଭଞ୍ଜପୁର ପୁଲିସର ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ

1 hour ago 2
ARTICLE AD BOX

ବାରିପଦା: ମୟୂରଭଞ୍ଜଜିଲ୍ଲା ଭଞ୍ଜପୁର ଥାନା ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଗୋଡାଇ ଗୋଡାଇ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ପୁଲିସ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ଜବତ କରାଯାଇଛିl

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ଦେଇ ଏକ କାରରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୁଲିସକୁ କୌଣସି ସୂତ୍ରରୁ ଗୁଇନ୍ଦା ସୂଚନା ମିଳିଥିଲା ଖବର ପାଇ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା ଏହି ସମୟରେ ଏକ ସନ୍ଦିଗ୍ଧ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌କୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା।

ଅଧିକ ତଦନ୍ତ ଚାଲିଛି

ପୁଲିସ ତୁରନ୍ତ ଗାଡ଼ିରେ ଥିବା ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ସହ ଘଟଣାସ୍ଥଳରୁ ଉକ୍ତ ଗଞ୍ଜେଇ, ନଗଦ ଲକ୍ଷାଧ‌ିକ ଟଙ୍କା ଓ କାର୍‌ଟିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରହିଛି। ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ରାକେଟ୍ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛିl

Bear: ୫ ଦିନର ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, କନ୍ଧବାହାଲ ଗାଁରୁ ପିଞ୍ଜରାରେ ଧରାପଡ଼ିଲା ଭାଲୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.