Ganja: ଗାଁରେ ରହିବନି ଗଞ୍ଜେଇ ଗଛ: ନିଶା ହଟାଅ ଅଭିଯାନରେ ସାମିଲ ହେଲେ ଗ୍ରାମବାସୀ

2 weeks ago 8
ARTICLE AD BOX

ଚିତ୍ରକୋଣ୍ଡା: ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବଦଳୁଛି ଚିତ୍ର | ଗ୍ରାମବାସୀମାନେ ଏବେ ନିଜେ ଗଂଜେଇ ଗଛ କାଟି ନଷ୍ଟ କରୁଛନ୍ତି | ଏଭଳି ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତର ସିର୍ଲିମେଟା ଗ୍ରାମରେ | ଦିନ ଥିଲା ଏହି ସବୁ ଅଞ୍ଚଳ ଅପହଞ୍ଚ ହୋଇ ରହିଥିଲା | ରାସ୍ତାଘାଟର କୌଣସି ସୁବିଧା ନଥିଲା | ଏହାର ସୁଯୋଗ ନେଇ ବାହାର ରାଜ୍ୟର ଗଂଜେଇ ମାଫିଆ ଏଠାରେ ବସବାସ କରୁଥିବା ଅଧିବାସୀଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ତାଙ୍କ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରୁଥିଲେ ଓ ଜମି ବାବଦରେ କମ ପଇସା ଦେଇ ଠକି ଦେଉଥିଲେ |

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଅଞ୍ଚଳରେ ଗାଁ ଗାଁକୁ ରାସ୍ତାଘାଟ, ବିଜୁଳି ପହଂଚିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିଥିଲା | ଲୋକଙ୍କ ଭିତରେ ସଚେତନତା ବଢିଲା | ଲୋକଙ୍କ ମନ ପରିବର୍ତ୍ତନ ହେଲା  |ପ୍ରଶାସନ ଗାଁ ଗାଁରେ ପହଂଚିଲା | ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ ହେବାରେ ଲାଗିଲେ |ଧୀରେ ଧୀରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗ୍ରାମବାସୀମାନେ ଏବେ ଗଂଜେଇ ଚାଷ ଛାଡି ରାଜମା, ଡ୍ରାଗନ ଫ୍ରୁଟ, ହଳଦୀ ଚାଷରେ ମନ ବଳାଉଥିବା ଦେଖିବାକୁ ମିଳୁଛି |

ଆହୁରି ପଢନ୍ତୁ:CJP Protest: ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ୨୬୦୦୦ ସିଏପିଏଫ୍‌ ସୁରକ୍ଷାକର୍ମୀ ମୁତୟନ

କିଛିଦିନ ତଳେ ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ନିଶାନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ଏହି ନିଶା ନିବାରଣ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଗଂଜେଇ ଗଛ ସବୁ କାଟିଥିବା କହିଛନ୍ତି ସିର୍ଲିମେଟା ଗ୍ରାମବାସୀ | ଯଦି ସରକାର ଏବଂ କୃଷି ବିଭାଗ ଚାଷୀଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସ୍ଥାପନ କରନ୍ତେ ତାହା ହେଲେ ଅନେକ ଚାଷୀ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ପାରନ୍ତେ  ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.