Gochar land seized: ଗିଳିଦେଲେ ଗୋଚର ଜମି: ଜବରଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି

4 days ago 3
ARTICLE AD BOX

ଅନୁଗୋଳ: ସହରକୁ ଲାଗି ସରକାରୀ ଜମି। ସୁନା ପରି ଭାଉ। ଏଣୁ, ଏହା ଉପରେ ନଜର ପକାଇଛନ୍ତି କିଛି ଜମି ମାଫିଆ। ଅନୁଗୋଳ ସହର ଉପକଣ୍ଠ ରାଣୀଗୋଡ଼ାର ପାଖାପାଖି ୪୦ ଏକର ‌ଗୋଚର ଜମିକୁ କବ୍‌ଜା କରି ନେଇଛନ୍ତି। ଏହି ଜମିର ବଜାର ମୂଲ୍ୟ ପାଖାପାଖି ୫ଶହ କୋଟି ଟଙ୍କା ଆକଳନ କରାଯାଉଥିଲା ବେଳେ ଜବରଦଖଲକାରୀ ତାଲିକାରେ ବହୁ ପ୍ରଭାବଶାଳୀ ଲୋକ ରହିଛନ୍ତି। ଏଥିପାଇଁ ପ୍ରଶାସନ ସେମାନଙ୍କ ଦେହରେ ଟିପ ଦେବାକୁ ଡରୁଛି। 
ବଅଁରପାଳ ବ୍ଲକ୍‌ ରାଣୀଗୋଡ଼ା ପଞ୍ଚାୟତର ରାଣୀଗୋଡ଼ା ଜଙ୍ଗଲ ମୌଜା ଖତିଆନ ନମ୍ବର ୫୪୭ରେ ପ୍ରାୟ ୪୧ ଏକର ୧୨ ଡେସିମିଲ ଜାଗା ରହିଛି। ସରକାରୀ ଖାତାରେ ଏହା ଗୋଚର ଜମି ଭାବେ ରହିଛି। ଅନୁଗୋଳ ପୌରପାଳିକାକୁ ଲାଗି ରହିଥିବା ଏହି ସରକାରୀ ଜାଗା ସହର ଓ ରେଳ ଷ୍ଟେସନ ମଝିରେ ରହିଛି। ଏହି ସରକାରୀ ଜାଗାରେ ପ୍ରଥମେ କିଛି ଲୋକ କୁଡ଼ିଆ କରି ରହିଥିଲେ।

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ପରେ ଏହା ଉପରେ କିଛି ପ୍ରଭାବଶାଳୀ ଲୋକଙ୍କ ନଜର ପଡ଼ିଥିଲା। ପ୍ରଥମେ କୁଡ଼ିଆ ଏବଂ  ପରେ ବଡ଼ ବଡ଼ କୋଠା ନିର୍ମାଣ କଲେ। ରାତାରାତି ଘର କରି ଜାଗାକୁ ଜବରଦଖଲ କରିନେଲେ। ଏବେ ଏହି ଗୋଚର ଜମିରେ ବହୁ ଛାତଘର ସହ ଆଜ୍‌ବେଷ୍ଟସ ଛପର ଘର ରହିଛି। ଏଠାରେ ଘର ନିର୍ମାଣ କରି କିଛି ଲୋକ ଭଡ଼ା ଦେଇଥିଲା ବେଳେ ଆଉ କିଛି ଲୋକ ଘର କରି ଅନ୍ୟଙ୍କୁ ବିକି ଦେଇଛନ୍ତି। କିଛି ଚାକିରିଆ ମଧ୍ୟ ଏଠାରେ ଜମି ଜବରଦଖଲ କରି ଘର ନିର୍ମାଣ କରିଥିବା ଜଣାପଡ଼ିଛି। ଏହି ଗୋଚର ଜମିରୁ ଏବେ ଆଉ ୨ରୁ ୩ ଏକର ଜାଗା ପଡ଼ିଥିବା ବେଳେ ବାକି ସବୁଠି ଘର ଛିଡ଼ା ହୋଇଛି। ଜବରଦଖଲକାରୀମାନେ ନିଜ ପୈତୃକ ଜମି ଭାବେ ଏହାକୁ ବ୍ୟବହାର କରୁଛନ୍ତି। 

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ପଞ୍ଚାୟତର ଜାଗା ଏମିତି ଜବରଦଖଲ ହେବା ପରେ ଏଠାରେ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେଉଛି। ଏଣୁ, ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ବଢ଼ୁଛି।  ଏପଟେ ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଣୁ ବାଧ୍ୟ ହୋଇ ଲୋକମାନେ ଅଦାଲତର ଆଶ୍ରୟ ନେଇଥିଲେ। ଦବରଦଖଲ ହଟାଇବା ପାଇଁ ଅଦାଲତ ନିର୍ଦେଶ ଦେବା ପରେ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ୩/୪ଟି ଘର ଭାଙ୍ଗିବା ପରେ ଏହା ବନ୍ଦ ହୋଇଯାଇଛି। ଏନେଇ ଗ୍ରାମବାସୀ ନିର ସାହୁ କହିଛନ୍ତି, ସହର ପାଖରେ ଥିବାରୁ ଏହି ଜମି ଉପରେ ମାଫିଆଙ୍କ ନଜର ପଡ଼ିଛି। ଏଠାରେ ଜମି ଗୁଣ୍ଠ ୫୦ ଲକ୍ଷ ଟଙ୍କା ଉପରେ ରହିଥିବାରୁ କିଛି ପ୍ରଭାବଶାଳୀ ଲୋକ ଜମି ମାଡ଼ି ବସୁଛନ୍ତି। ଏମାନଙ୍କୁ ତୁରନ୍ତ ନ ହଟାଇଲେ ବାକି ଥିବା ୨/୩ ଏକର ଜାଗା ବି ମାଡ଼ି ବସିବେ ବୋଲି ସେ କହିଛନ୍ତି। ରାଣୀଗୋଡ଼ା ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ କହିଛନ୍ତି, ପଞ୍ଚାୟତର ଜମି ଜବରଦଖଲରେ ଥିବାରୁ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜାଗା ମିଳୁନି। ଏଥିପାଇଁ ବହୁ ପ୍ରକଳ୍ପ ଫେରିଯାଉଛି। ଏନେଇ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଉଦୟ ମହାପାତ୍ର କହିଛନ୍ତି, ସରକାରୀ ଜମିକୁ ନିଶ୍ଚିତ ଜବରଦଖଲ ମୁକ୍ତ କରାଯିବ। ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.