Gold Searching: ଅଳିଆରୁ ବାହାରୁଛି ସୁନା! କିଣିବାକୁ ଲାଗୁଛି  ଗ୍ରାହକଙ୍କ ଭିଡ଼!

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଯାହାକୁ ଆପଣ ଭାବୁଛନ୍ତି ଅଳିଆ, ଯାହାକୁ ଦେଖି ନାକ ଟେକୁଛନ୍ତି, ସେହି ଅଳିଆ ଭିତରେ ଲୁଚି ରହିଛି ସୁନା! ନାଳର ଦୁର୍ଗନ୍ଧଯୁକ୍ତ ପଙ୍କ, ଘରର ଧୂଳି ଆଉ ଦୋକାନର ବର୍ଜ୍ୟବସ୍ତୁରୁ ବାହାରୁଛି ମୂଲ୍ୟବାନ ସୁନା। ଏଠି ମାଟି ଭିତରେ ଖୋଜା ହେଉନି ସୁନାର ଖଣି, ବରଂ ନାଳର ମଇଳା ଭିତରୁ ଚାଲିଛି ସୁନାର ସନ୍ଧାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବିହାରର ଆରା ସହରରେ ଚାଲିଛି ଏମିତି ଏକ ଅଜବ ବେପାର। ଯେଉଁଠି ଅଳିଆ ଗଦାରେ ବି ଲୋକେ ଖୋଜୁଛନ୍ତି ସୁନାର ଚମକ! ବିହାରର ଆରା ସହରର ଗୁଦରୀ ବଜାର ଏବଂ ଜଗଜୀବନ ମାର୍କେଟ୍‌ ହେଉଛି ସୁନା ଓ ରୁପା ଅଳଙ୍କାର ତିଆରିର ବଡ଼ କେନ୍ଦ୍ର। ଏଠାରେ ଦିନରାତି ଚାଲେ ଗହଣା ତିଆରି, କଟିଂ, ଘଷା ଓ ପଲିସ୍‌ କାମ। ଏହି ସମୟରେ ସୁନାର ଅତି ସୂକ୍ଷ୍ମ କଣିକା ଉଡ଼ିଯାଇ ଦୋକାନର ଧୂଳି ଓ ବୁରାଦାରେ ମିଶିଯାଏ। ପରେ ଦୋକାନ ସଫା ହେବା ସମୟରେ ସେହି ଧୂଳି ପାଣି ସହ ନାଳକୁ ଚାଲିଯାଏ। ଆଉ ଏହି ନାଳର ପଙ୍କ ହିଁ ପାଲଟିଯାଏ ସୁନା ଖୋଜୁଥିବା ଲୋକଙ୍କ ପାଇଁ ଖଜାନା !

AI Impact: ଏଆଇ ଭୟରେ କୋଡିଂ ଛାଡ଼ି ଚାଷ କରିବାକୁ ଚାହୁଁଛନ୍ତି ସଫ୍ଟୱେୟାର ଇଞ୍ଜିନିୟର, ୧୦ ବର୍ଷର ଅଭିଜ୍ଞତା ପରେ ଚାକିରିର ଭବିଷ୍ୟତକୁ ନେଇ ଚିନ୍ତିତ

କେବଳ ସ୍ଥାନୀୟ ଲୋକ ନୁହନ୍ତି, ଏହି ନାଳରୁ ସୁନା ଖୋଜିବା ପାଇଁ ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ମଧ୍ୟ ଲୋକ ଆସୁଛନ୍ତି। ନାଳର ପଙ୍କ ଓ ଅଳିଆକୁ ସଂଗ୍ରହ କରି ଆରମ୍ଭ କରୁଛନ୍ତି ଛାଣିବା ପ୍ରକ୍ରିୟା। ପାରମ୍ପରିକ ପଦ୍ଧତି ଓ ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ମାଟିରୁ ଅଲଗା କରୁଛନ୍ତି ସୁନାର ସୂକ୍ଷ୍ମ କଣିକା। କେତେବେଳେ ହାତରେ ଲାଗୁଛି ସୁନା, ତ ଆଉ କେତେବେଳେ ଦିନସାରା ପରିଶ୍ରମ ପରେ ବି ମିଳୁନି କିଛି। ଏହି ବେପାରର ଆଉ ଏକ ରୋଚକ ଦିଗ ହେଉଛି ଘରର ଅଳିଆ। ଏଠାକାର ମହିଳାମାନେ ବର୍ଷସାରା ଘର ଝାଡ଼ୁ କରି ବାହାରୁଥିବା ଧୂଳି ଓ ବୁରାଦାକୁ ଫିଙ୍ଗି ନଦେଇ ଗୋଟିଏ ସ୍ଥାନରେ ସାଇତି ରଖନ୍ତି। ଦୀପାବଳି ପାଖେଇ ଆସିଲେ ଘର ସଫା କରିବା ସହ ଏହି ଜମା ଅଳିଆର ନିଲାମ ହୁଏ। ସୁନା ମିଳିବା ଆଶାରେ କିଣାଳିମାନେ ଭଲ ଦାମ୍‌ ଦେଇ ଏହାକୁ କିଣି ନିଅନ୍ତି। ତେବେ ଏହି କାମରେ ରୋଜଗାରର କୌଣସି ନିଶ୍ଚିତତା ନାହିଁ। କେତେବେଳେ ଅଳ୍ପ ପରିଶ୍ରମରେ ମିଳିଯାଏ ସୁନା, ତ ଆଉ କେତେବେଳେ ଦିନସାରା କାଦୁଅ ଛାଣିବା ପରେ ବି ହାତ ଖାଲି। ତଥାପି ଆଶା ଛାଡ଼ନ୍ତିନି ଏହି ସୁନା ଖୋଜାଳି। କାରଣ ସେମାନଙ୍କ ପାଇଁ ଅଳିଆ ନୁହେଁ, ଏହା ହେଉଛି ସୁନାର ସମ୍ଭାବନା। ଯେଉଁ ନାଳକୁ ଲୋକେ ଅପରିଷ୍କାର ଭାବି ଦୂରେଇ ଯାଆନ୍ତି, ସେହି ନାଳରେ ହିଁ କିଛି ଲୋକ ଖୋଜୁଛନ୍ତି ନିଜ ଭାଗ୍ୟର ସୁନା!

Read Entire Article
LEFT SIDEBAR AD

Hidden in mobile, Best for skyscrapers.