ARTICLE AD BOX
ଜଳେଶ୍ୱର: ଉତ୍ତର ବାଲେଶ୍ୱରର ବନ୍ୟାପ୍ରବଣ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସୁବର୍ଣ୍ଣରେଖା ନଦୀର ତଟସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ କରିଥିବା ୨୯.୮୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଉଚ୍ଚ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଅନୁମୋଦନ ଦେଇଛି। ଭୋଗରାଇ ବ୍ଲକ୍ ସୁବର୍ଣ୍ଣରେଖାର ନିମ୍ନ ଅବବାହିକାରେ ଥିବାରୁ ପ୍ରତିବର୍ଷ ବର୍ଷାଋତୁରେ ଏକାଧିକ ବନ୍ୟାର ସମ୍ମୁଖୀନ ହେଉଛି। ବାରମ୍ବାର ବନ୍ୟା ସହ ନଦୀର ଗତିପଥ ପରିବର୍ତ୍ତନ କାରଣରୁ ତଟ କ୍ଷୟ ହୋଇଚାଲିଛି। ସୁବର୍ଣ୍ଣରେଖା ଜଳସ୍ତର ବିପଦସଙ୍କେତ ୧୦.୩୬ ମିଟର ଅତିକ୍ରମ କଲେ ନଦୀବନ୍ଧ ଭାଙ୍ଗି ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଯାଉଛି। ଦହମୁଣ୍ଡା, ଆରୁହାବୃତ୍ତି ଓ ମନୁନଗର ନିକଟରେ ଅତଡ଼ା ଧସି ବହୁ ଅଞ୍ଚଳ ନଦୀଗର୍ଭରେ ଲୀନ ହୋଇଗଲାଣି।
Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ
ରସୁଲପୁର ଚଟାଣ ଦେଇ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ୫ଟି ପଞ୍ଚାୟତର ବ୍ୟାପକ ଅଞ୍ଚଳ ବୁଡ଼ିଯାଉଛି। ବାରମ୍ବାର ଦାବି ପରେ ଜଳ ସମ୍ପଦ ବିଭାଗ ଦହମୁଣ୍ଡା ପାଇଁ ୯.୩୮ କୋଟି, ଆରୁହାବୃତ୍ତି ପାଇଁ ୯.୭୪ କୋଟି, ମନୁନଗର ପାଇଁ ୫.୪୬ କୋଟି ଏବଂ ରସୁଲପୁର ପାଇଁ ୫.୨୪ କୋଟି ଟଙ୍କାର ତଟସୁରକ୍ଷା ପ୍ରକଳ୍ପ ପ୍ରସ୍ତୁତ କରି ଟିଏସି ଅନୁମୋଦନ ପାଇଁ ପଠାଇଥିଲା। ଗତ ସପ୍ତାହରେ ଅନୁଷ୍ଠିତ ୧୫୨ତମ ଟିଏସି ବୈଠକରେ ଉକ୍ତ ୪ଟି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ୫ଟି ସୁଉଚ୍ଚ ସ୍ପର, ୯୦୦ ମିଟର ଅଞ୍ଚଳରେ ଲଞ୍ଚିଂ ପ୍ୟାକିଂ ଏବଂ ୮୮୦ ମିଟର ଉଚ୍ଚ ରାସ୍ତା ନିର୍ମାଣ କାମ ରହିଛି। ପ୍ରଶାସନିକ ଅନୁମୋଦନ ସହ ଟେଣ୍ଡର୍ ପ୍ରକ୍ରିୟା ସରିଲା ପରେ କାମ ଆରମ୍ଭ ହେବ ବୋଲି କୁହାଯାଇଛି।
Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି
ଉଲ୍ଲେଖ ଥାଉ କି ୧୫୧ତମ ଟିଏସି ବୈଠକରେ ବାଲିଆପାଳ ବ୍ଲକ୍ର ବଢ଼ାପାଳ ଓ କୁହ୍ଲାଚଡ଼ ଗାଁ ନିକଟରେ ଯଥାକ୍ରମେ ୧୮ କୋଟି ଓ ୯ କୋଟି ଟଙ୍କାର ଦୁଇଟି ତଟସୁରକ୍ଷା ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ପ୍ରକଳ୍ପଗୁଡ଼ିକ ମଧ୍ୟରେ ୪ଟି ସ୍ପର ଓ ୬୦୦ ମିଟର ଅଞ୍ଚଳରେ ଲଞ୍ଚିଂ ପ୍ୟାକିଂ କାମ ରହିଛି।

1 day ago
5


