Haldiram's Factory: ହଲଦୀରାମ ବସାଇବ କାରଖାନା: ଅନୁଗୋଳରେ ଏମ୍‌ସିଏଲ୍‌ର ରେଳ ସାଇଡିଂ

5 days ago 3
ARTICLE AD BOX

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଶିଳ୍ପାୟନ ଦ୍ରୁତଗତିରେ ଆଗକୁ ବଢ଼ୁଛି। ନିବେଶକମାନଙ୍କ ପସନ୍ଦ ପାଲଟିଥିବା ଓଡ଼ିଶାରେ ସ୍ନାକ୍ସ ଜଗତର ଅଗ୍ରଣୀ ସଂସ୍ଥା ହଲ୍‌ଦୀରାମ ସ୍ନାକ୍ସ ଫୁଡ୍‌ ଲିମିଟେଡ୍‌ ଏକ କାରଖାନା କରିବାକୁ ଯାଉଛି। କମ୍ପାନି ଖୋରଧା କିମ୍ବା କଟକରେ ୫୦୦ କୋଟି ଟଙ୍କା ନିବେଶରେ ଏକ କାରଖାନା କରିବ। ଏହି ପ୍ରକଳ୍ପ ସମେତ ୨୭୮୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଥିବା ୧୪ଟି ଶିଳ୍ପ ପ୍ରକଳ୍ପକୁ ଆଜି ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ଅନୁମୋଦନ କରାଯାଇଛି। ଏହାଦ୍ବାରା ରାଜ୍ୟରେ ୧୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରୁ ଜଣାପଡ଼ିଛି ଯେ ପ୍ରାସୋଲ କେମିକାଲ୍‌ସ ୪୫୦ କୋଟି ଟଙ୍କା ନିବେଶରେ ଗଞ୍ଜାମରେ ଏକ ଫସ୍‌ଫରସ୍‌ଭିତ୍ତିକ ଡେରିଭେଟିଭ୍‌ କାରଖାନା ବସାଇବ। ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ଅନୁଗୋଳରେ ରେଳ ସାଇଡିଂ ବିକାଶ କରିବାକୁ ୪୦୫.୩୫ କୋଟି ଟଙ୍କା ନିବେଶ କରିବ। ଢେଙ୍କାନାଳରେ ସାହାନା କ୍ଲଥିଂ ୨୫୧.୪୫ କୋଟି ଟଙ୍କାରେ ଏକ ରେଡିମେଡ୍ ପୋଷାକ କାରଖାନା ଓ ପ୍ରତିମା ଏଗ୍ରୋ ସ୍ପିନିଂ ମିଲ୍‌ ବଲାଙ୍ଗୀରରେ ୧୨୫ କୋଟି ଟଙ୍କାରେ ଏକ ପୋଷାକ ପ୍ରକ୍ରିୟାକରଣ ପ୍ରକଳ୍ପ କରିବ। ଖୋରଧାରେ ସିର୍‌ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ୩୦୦ କୋଟି ଟଙ୍କାରେ ଏକ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଆସେମ୍ବଲି ଓ ବକ୍ସ କାରଖାନା ସ୍ଥାପନ କରିବ।

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

ଅନୁଗୋଳରେ ଏମ୍‌ସିଏଲ୍‌ର ରେଳ ସାଇଡିଂ
ଢେଙ୍କାନାଳ, ବଲାଙ୍ଗୀରରେ ପୋଷାକ ୟୁନିଟ୍‌
ଖୋରଧାରେ ଆଉ ଏକ ସେମିକଣ୍ଡକ୍ଟର ପ୍ରକଳ୍ପ
୨୭୮୦ କୋଟିର ୧୪ ପ୍ରକଳ୍ପରେ ମୋହର

ସେହିପରି କଟକରେ ତିୱାନା ନ୍ୟୁଟ୍ରିସନ୍‌ ଗ୍ଲୋବାଲ୍‌ ଏକ ପଶୁ ଆହାର କାରଖାନା ବସାଇବରେ ୧୪୦ କୋଟି ଟଙ୍କା ନିବେଶ କରିବ। ଏକ ଚିଆଁ ଆହାର କାରଖାନା କରିବାରେ ପ୍ରିମିୟମ ଚିକ୍‌ ଫିଡ୍‌ସ ୧୦୫.୩୮ କୋଟି ଟଙ୍କା ନିବେଶ କରିବ। ସୁନ୍ଦରଗଡ଼ରେ ୮୦ କୋଟି ଟଙ୍କା ନିବେଶରେ ନିଉ ଜେନେରେସନ୍‌ ମାନୁଫାକଚରିଂ ତରଫରୁ ଏକ କୋଲ୍‌ଟାର୍‌ ଡିଷ୍ଟିଲେସନ୍‌ କାରଖାନା ଓ ନୂଆପଡ଼ାରେ ହାସ୍ବନ୍‌ ରସାୟନ ତରଫରୁ ୫୫ କୋଟି ଟଙ୍କାରେ ଏକ ଔଷଧ ଉପାଦାନ କାରଖାନା ସ୍ଥାପନ କରାଯିବ। ଶସ୍ତାସୁନ୍ଦର ହେଲ୍‌ଥ ବଡି ତରଫରୁ ଖୋରଧାରେ ମେଡିକାଲ୍‌ ଡିଭାଇସ୍‌ ପ୍ରକଳ୍ପ ବସାଇବାରେ ୫୬ କୋଟି ଟଙ୍କା ବିନିଯୋଗ କରାଯିବ। ମହାତ୍ରିପୁରସୁନ୍ଦରୀ ମିନେରାଲ୍‌ସ ଆଣ୍ଡ ମେଟାଲ୍‌ସ କେନ୍ଦୁଝରରେ ୧୬୦ କୋଟି ଟଙ୍କା ନିବେଶରେ ଏକ ଫେରୋ ଆଲୟଜ ପ୍ରକଳ୍ପ ସ୍ଥାପନ କରିବ। ଶ୍ରୀଜଗନ୍ନାଥ ଇସ୍ପାତ କଟକରେ ୯୦.୯୪ କୋଟି ଟଙ୍କା ନିବେଶରେ ଏକ କଲର୍‌ କୋଟେଡ୍‌ ସିଟ୍‌ କାରଖାନା ଓ ଏନ୍‌କେଏସ୍‌ ଆର୍ଥବିଲ୍ଡ ୬୦.୯୮ କୋଟି ଟଙ୍କା ବିନିଯୋଗରେ ଏକ ଷ୍ଟ୍ରକ୍‌ଚରାଲ୍‌ ଷ୍ଟିଲ୍‌ କାରଖାନା ସ୍ଥାପନ କରିବେ।

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.