ARTICLE AD BOX
ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ଯୋଜନା (ଏମଏଏ)କୁ ନେଇ ନୂଆ ନିୟମ ଲାଗୁ ହୋଇଛି। ଯୋଜନା ଅଧୀନରେ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଆଇସିୟୁରେ ଭର୍ତ୍ତି ରୋଗୀ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ଫଟୋ ପ୍ରତି ୮ ଘଣ୍ଟାରେ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ। ଏହି ବ୍ୟବସ୍ଥା ୩୦ ସେପ୍ଟେମ୍ବରରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆ ନିୟମ ଅନୁସାରେ ଫଟୋରେ ରୋଗୀଙ୍କ ସହ ଚିକିତ୍ସା କରୁଥିବା ଡାକ୍ତର ଏବଂ ରୋଗୀଙ୍କ ଶଯ୍ୟା ପଛରେ ଥିବା ମନିଟର ସ୍ପଷ୍ଟ ଦେଖାଯିବା ଆବଶ୍ୟକ। ମନିଟରରେ ପଲ୍ସ ରେଟ୍, ଅକ୍ସିଜେନ୍ ସ୍ତର ଭଳି ତଥ୍ୟ ଦେଖାଯିବା ସହ ଫଟୋକୁ ଜିଓ-ଟ୍ୟାଗ୍ କରି ଏମଏଏ ଯୋଜନା ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ। କେବଳ ଆଇସିୟୁ ନୁହେଁ, ଡେ-କେୟାର ଚିକିତ୍ସା ନେଉଥିବା କିଛି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ। ଏଥିରେ ରେଡିଓଥେରାପି ନେଉଥିବା କ୍ୟାନ୍ସର ରୋଗୀ, ଡାଏଲିସିସ୍ କରାଉଥିବା କିଡ୍ନୀ ରୋଗୀ ଏବଂ କିଛି ନ୍ୟୁରୋଲୋଜିକାଲ୍ ରୋଗର ଡେ-କେୟାର ଚିକିତ୍ସା ନେଉଥିବା ରୋଗୀ ଏଥିରେ ସାମିଲ ଅଛନ୍ତି।
SCB: ଏସ୍ସିବିରେ ସୁରକ୍ଷାକର୍ମୀଙ୍କ ବର୍ବରତା: ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଲେ
ତେବେ ଏହି ନିୟମକୁ ନେଇ ରାଜସ୍ଥାନର ଘରୋଇ ହସ୍ପିଟାଲ ଓ ଡାକ୍ତର ସଂଘ ଆପତ୍ତି ଉଠାଇଛି। ସଂଘ ପକ୍ଷରୁ ଏହାକୁ ଅବ୍ୟବହାରିକ ବୋଲି କୁହାଯାଇଛି। ସଂଘର ଅଧ୍ୟକ୍ଷ ଡାକ୍ତର ବିଜୟ କପୁରଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା ଯୋଗୁଁ ବରିଷ୍ଠ ଡାକ୍ତରଙ୍କୁ ପ୍ରତି ୮ ଘଣ୍ଟାରେ ରୋଗୀଙ୍କ ସହ ନିଜ ଉପସ୍ଥିତି ପ୍ରମାଣ କରିବାକୁ ପଡ଼ିପାରେ। ଡାକ୍ତର ସଂଘ କହିଛି, ରୋଗୀଙ୍କ ଠିକ୍ ଚିକିତ୍ସା ଓ ଡାକ୍ତରଙ୍କ ଜବାବଦେହିତା ଆବଶ୍ୟକ, କିନ୍ତୁ ଏହି ପ୍ରକାର ନିୟମ ଡାକ୍ତରଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିପାରେ। ନିୟମ ପ୍ରତ୍ୟାହାର ପାଇଁ ଅଧିକାରୀଙ୍କୁ ପ୍ରତିନିଧିତ୍ୱ ଦେବା ସହ ଆବଶ୍ୟକ ହେଲେ କୋର୍ଟର ଦ୍ୱାରସ୍ଥ ହେବାକୁ ସଂଘ ସଙ୍କେତ ଦେଇଛି।

3 weeks ago
7


