Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_7ev6urvh0vp89be5juof7hoggt, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Health: ଯୁବକଙ୍କୁ ନୂଆ ଜୀବନ ଦେଲେ ମଣିପାଲ ଡାକ୍ତର ଟିମ୍‌ - CGPT.IN

Health: ଯୁବକଙ୍କୁ ନୂଆ ଜୀବନ ଦେଲେ ମଣିପାଲ ଡାକ୍ତର ଟିମ୍‌

1 month ago 16
ARTICLE AD BOX

ଭୁବନେଶ୍ୱର: ଅଫିସରେ ଘଟିଥିବା ଏକ ଦୁର୍ଘଟଣା ପରେ ବ୍ରେନର ରହିଯାଇଥିବା ପ୍ୟାନର କିଛି ଅଂଶକୁ ସଫଳତାର ସହ ବାହାର କରି ଜଣେ ୩୨ ବର୍ଷୀୟ ଯୁବକଙ୍କୁ ନୂଆ ଜୀବନ ଦେଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ଦୀର୍ଘ ଚାରି ବର୍ଷ ଧରି ଅସହ୍ୟ ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ଥିବା ଏହି ଯୁବକ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିଛନ୍ତି।

କେନ୍ଦୁଝର ଜିଲ୍ଲା ବଲାଣୀର ବାସିନ୍ଦା ଏହି ଯୁବକ ୨୦୨୨ ମସିହାରେ କାର୍ଯ୍ୟସ୍ଥଳରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଛାତରୁ ଏକ ସିଲିଂ ଫ୍ୟାନ୍ ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଫ୍ୟାନର ଏକ ବ୍ଲେଡ୍ ତାଙ୍କ ଡାହାଣ କାନ୍ଧରେ ମଧ୍ୟ ବାଜିଥିଲା। ସେ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ। ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ଅନ୍ୟ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ମୁଣ୍ଡର ପଛପଟେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଏହାର ଚିକିତ୍ସା ପାଇଁ ବେଙ୍ଗାଲୁରୁ, କୋଲକାତା ଓ ଭେଲୋରର ବିଭିନ୍ନ ପ୍ରସିଦ୍ଧ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ ରୋଗର ପ୍ରକୃତ କାରଣ ଜଣାପଡ଼ି ନଥିଲା। ପରେ ମୁଣ୍ଡର ପଛପଟରୁ ବାରମ୍ବାର ପୁଜ ବାହାରିବା ଆରମ୍ଭ ହେବାରୁ ତାଙ୍କର ଅଫିସ୍ ପକ୍ଷରୁ ତାଙ୍କୁ ଚିିକିତ୍ସା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ପଠାଯାଇଥିଲା। ମଣିପାଲ ହସ୍ପିଟାଲର ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ସୁନୀଲ ପାତ୍ରଙ୍କ ନେତୃତ୍ୱରେ ଉନ୍ନତ ଡାକ୍ତରୀ ଟିମ୍ ଗଠନ କରାଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଏମ୍‌.ଆର.ଆଇ ଇମେଜିଂ କରାଯିବା ପରେ ଜଣାପଡ଼ିଥିଲା ଯେ, ଦୁର୍ଘଟଣା ସମୟରେ କିଛି ଫ୍ୟାନ୍‌ର କିଛି ଅଂଶ ତାଙ୍କ ବ୍ରେନ୍ ଭିତରେ ରହିଯାଇଥିଲା। ଏହି କାରଣରୁ ରୋଗୀଙ୍କ ନିୟମିତ ମୁଣ୍ଡବିନ୍ଧା ସହିତ  ସଂକ୍ରମଣ ଓ ପୁଜ ବାହାରିବା ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିଲା।

Health: ମଣିପାଲ ହସ୍ପିଟାଲରେ ୧୦୦୦ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ

ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା, ଫ୍ୟାନର ସେହି ଅଂଶ ଗୁଡିକ ବ୍ରେନ୍‌ର ଦୃଷ୍ଟିଶକ୍ତି ନିୟନ୍ତ୍ରଣ କରୁଥିବା ଅଂଶ ଓ ଟ୍ରାନ୍ସଭର୍ସ ସାଇନସ୍ ନିକଟରେ ରହିଥିଲା। ଏଭଳି ସ୍ଥାନରେ ଅପରେସନ୍ କରିବା ସମୟରେ ଦୃଷ୍ଟିଶକ୍ତି ହରାଇବା କିମ୍ବା ଅତ୍ୟଧିକ ରକ୍ତସ୍ରାବ ହେବାର ଆଶଙ୍କା ରହିଥାଏ। ତେବେ ଅଭିଜ୍ଞ ଡାକ୍ତରୀ ଦଳ ଆଧୁନିକ ମାଇକ୍ରୋସର୍ଜରୀ ପ୍ରଣାଳୀ ବ୍ୟବହାର କରି ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ଅପରେସନ୍ ପରେ ରୋଗୀଙ୍କ ଚାରି ବର୍ଷର ମୁଣ୍ଡବିନ୍ଧା ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। ବର୍ତ୍ତମାନ ସେ କୌଣସି ସ୍ନାୟୁଜନିତ ସମସ୍ୟା ବିନା ସାଧାରଣ ଜୀବନ ଓ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଏହି ସମ୍ପର୍କରେ ଡାକ୍ତର ସୁନୀଲ ପାତ୍ର କହିଛନ୍ତି, ମୁଣ୍ଡରେ ଗୁରୁତର ଆଘାତ ପରେ ଯଦି ଦୀର୍ଘ ସମୟ ଧରି ମୁଣ୍ଡବିନ୍ଧା, ସଂକ୍ରମଣ କିମ୍ବା ଘା'ରୁ ପୁଜ ବାହାରିବା ଭଳି ସମସ୍ୟା ଦେଖାଯାଏ, ତେବେ ଏହାକୁ ଅବହେଳା ନ କରି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଠିକ୍ ସମୟରେ ସଠିକ୍ ପରୀକ୍ଷା କଲେ ଜଟିଳ ସମସ୍ୟାର ମଧ୍ୟ ସଫଳ ଚିକିତ୍ସା ସମ୍ଭବ। ଏହି ସଫଳ ଅସ୍ତ୍ରୋପଚାର ସହିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପୁଣିଥରେ ଜଟିଳ ନ୍ୟୁରୋସର୍ଜରୀ ଏବଂ ସ୍ନାୟୁ ରୋଗର ଉନ୍ନତ ଚିକିତ୍ସା କ୍ଷେତ୍ରରେ ନିଜର ଦକ୍ଷତାର ପରିଚୟ ଦେଇଛି ବୋଲି ସେ କହିଛନ୍ତି।

-ଶୁଭଶ୍ରୀ ପରିଡ଼ା

Read Entire Article
LEFT SIDEBAR AD

Hidden in mobile, Best for skyscrapers.