Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି

42 minutes ago 1
ARTICLE AD BOX

ଛତ୍ରପୁର (ବସନ୍ତ ମହାରଣା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଜଳସ୍ତର ଓ ଜଳପ୍ରବାହ ବୃଦ୍ଧି ପାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଆର୍‌ଡିସି ଭାବେ ଦାୟିତ୍ୱ ଗ୍ରହଣ କରିବାର ପରଦିନ ବିଜୟ ଅମୃତା କୁଳାଙ୍ଗେ ଗୁରୁବାର ଛତ୍ରପୁରରେ ପହଞ୍ଚି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି।

ଆର୍‌ଡିସି ଶ୍ରୀ କୁଳାଙ୍ଗେ ଛତ୍ରପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ବର୍ଷା, ନଦୀର ଜଳସ୍ତର, ସମ୍ଭାବ୍ୟ ବନ୍ୟା ଓ ଉଦ୍ଧାର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ନେଇ ମଧ୍ୟ ସେ ଆଲୋଚନା କରିଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର ସୁନୀଲ ସାଇ ଦେବାଶିଷ, କସ୍ତୁରୀ ସ୍ୱାଇଁଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

Cyclone Arnab Effect: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବଲାଙ୍ଗୀରରେ ଲଗାଣ ବର୍ଷା: ଚିନ୍ତାରେ ଚାଷୀ; ପାଚିଲା ଧାନ ନଷ୍ଟ ଆଶଙ୍କା

ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ଓ ବର୍ଷାଜନିତ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଓଡ୍ରାଫ୍‌ ଦଳକୁ ନିୟୋଜିତ କରିବା ସହ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ ସେ କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀଗତକାଲି ରାତି ତମାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।  ନଦୀର ଜଳସ୍ତର, ବର୍ଷା ପରିମାଣ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.