Heavy Rain: ଜାରି ରହିଛି ଲଗାଣ ବର୍ଷା, ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତଠୁ ଅଳ୍ପ ଦୂରରେ

4 days ago 3
ARTICLE AD BOX

ଗଜପତି: ଶନିବାର ଭୋର ସକାଳଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଏବେ ବି ଜାରି ରହିଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଅନବରତ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବଜାର ଓ ରାସ୍ତାଘାଟ ଖାଁ ଖାଁ ଲାଗୁଥିବା ବେଳେ ଲୋକଙ୍କ ଯାତାୟତ ମଧ୍ୟ କମିଛି। ଲଗାଣ ବର୍ଷାରେ ନିମ୍ନାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ସ୍ଥିତିକୁ ନେଇ ଚିନ୍ତାବଢ଼ିଛି। ବର୍ଷାର ପ୍ରଭାବରେ କାଶୀନଗର ନିକଟ ଦେଇ ପ୍ରବାହିତ ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି।

ବଂଶଧାରା ନଦୀର ଜଳସ୍ତର ୫୩.୬୯ ମିଟର

ରବିବାର ସକାଳ ୬ଟା ସୁଦ୍ଧା କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ୫୩.୬୯ ମିଟର ରେକର୍ଡ ହୋଇଛି। ଏଠାରେ ଶୂନ୍ୟ ସ୍ତର ୫୧ ମିଟର ଥିବା ବେଳେ ସତର୍କତା ସ୍ତର ୫୪.୧୦ ମିଟର ଏବଂ ବିପଦ ସଙ୍କେତ ସ୍ତର ୫୪.୬୦ ମିଟର ରହିଛି। ଫଳରେ ଜଳସ୍ତର ବର୍ତ୍ତମାନ ସତର୍କତା ସ୍ତରଠାରୁ ମାତ୍ର ୦.୪୧ ମିଟର ତଳେ ରହିଛି। ଏପରିସ୍ଥିତିରେ ଲଗାଣ ବର୍ଷା ଜାରି ରହିଲେ ବଂଶଧାରା ନଦୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ରବିବାର ସକାଳ ସୁଦ୍ଧା ୧୨୧.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସଞ୍ଚିତ ବର୍ଷାପାତ ୫୦୧.୨ ମିମିରେ ପହଞ୍ଚିଛି। ଲଗାଣ ବର୍ଷା ଓ ବଢୁଥିବା ନଦୀଜଳସ୍ତର ଯୋଗୁଁ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.