Heavy rain: ବାରାଣସୀ ଜଳବନ୍ଦୀ, ସ୍କୁଲ୍‌ ବନ୍ଦ, ଟ୍ରେନ୍‌ ବାତିଲ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶର ଲଖିମପୁର ଖେରୀ ଓ ବାରାଣସୀ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଲଗାଣ ବର୍ଷା ସାଙ୍ଗକୁ ନଦୀ ଫୁଲୁଥିବାରୁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ଲଖିମପୁର ଖେରୀରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଅନ୍ୟପକ୍ଷେ ବାରାଣସୀରେ ବର୍ଷାଜଳରେ ବୁଡ଼ି ଯାଇଥିବା ଲେନ୍‌ଗୁଡ଼ିକରେ ଏବେ ଯାତାୟତ ପାଇଁ କର୍ତ୍ତୃପକ୍ଷମାନେ ବୋଟ୍‌ ବ୍ୟବହାର କରୁଛନ୍ତି।

ଲଗାଣ ବର୍ଷା ଯୋଗୁ ସମସ୍ତ ୮୪ଟି ଘାଟ ପାଣିରେ ବୁଡ଼ିଯାଇଛି। ମଣିକର୍ଣ୍ଣିକା ଓ ହରିଶ୍ଚନ୍ଦ୍ର ଘାଟରେ ଶବ ସଂସ୍କାର କାର୍ଯ୍ୟ ବନ୍ଦ ରହିଛି। ବର୍ଷା ମଧ୍ୟ ପରିବହନକୁ ପ୍ରଭାବିତ କରିଛି। ଶାରଦା ନଦୀରେ ଜଳସ୍ତର ବଢ଼ୁଥିବାରୁ ମୈଲାନୀ-ନାନ୍‌ପାରା ସେକ୍ସନ୍‌ରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ‌ହୋଇଛି। ବାରାଣସୀରେ ଗଙ୍ଗାନଦୀ ବିପଦ ସ୍ତର ଉପରେ ପ୍ରବାହିତ ହୋଇ ବନ୍ୟା ଭଳି ସ୍ଥିତି ସୃଷ୍ଟି କରିଛି। ବରୁଣା ନଦୀ ସଂଲଗ୍ନ ଯେଉଁ ପରିବାରଗୁଡ଼ିକ ଜଳବନ୍ଦୀ ସମସ୍ୟା ‌ଯୋଗୁ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ରିଲିଫ୍‌ ଶିବିରକୁ ପଠାଯାଇଛି।

ଉତ୍ତରପୂର୍ବ ରେଳବାଇ ପିଆର୍‌ଓ ମହେଶ ଗୁପ୍ତା କହିଛନ୍ତି, ମୈଲାନି, ବିଚ୍ଛିୟା ଓ ନାନ୍‌ପାରାରେ ଟ୍ରେନ୍‌ ସେବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଲଖିମପୁରରେ ନେପାଳ ସୀମାରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ଟିକୁନିଆ ଅଞ୍ଚଳର ମୋହନା ଓ କର୍ଣ୍ଣାଳୀ ନଦୀରେ ଜଳସ୍ତର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ଏହି ୨ଟି ନଦୀର ଉତ୍ପତ୍ତି ନେପାଳରେ କିନ୍ତୁ ଏହି ନଦୀଗୁଡ଼ିକର ଅନିୟମିତ ପ୍ରବାହ ଲଖିମପୁର ଖେରୀର ଅନେକ ସୀମାନ୍ତ ଗ୍ରାମକୁ ପ୍ରଭାବିତ କରେ। ଚିତ୍ରକୁଟରେ ବନ୍ୟାସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ପଡ଼ୋଶୀ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ସେଠାରେ ମନ୍ଦାକିନୀ ନଦୀ ବିପଦ ସଙ୍କେତଠାରୁ ପ୍ରାୟ ୪ମିଟର ଉପରେ ପ୍ରବାହିତ ହେଉଛି।

Mud Wall Collapses ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

ଅନ୍ୟପକ୍ଷେ ଦିଲ୍ଲୀ-ଏନ୍‌ସିଆର୍‌ରେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ କଳାହାଣ୍ଡିଆ ମେଘ ମାଡ଼ି ଆସିଲା। ଦିଲ୍ଲୀ ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଆଜି ସନ୍ଧ୍ୟାରେ ପବଳ ବର୍ଷା ହୋଇଛି। ଗାଜିଆବାଦ, କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ଦିଲ୍ଲୀରେ ଆଜି ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଲାଗିରହିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.