Heavy Rain: ଲଗାଣ ବର୍ଷାରେ ଜଳମଗ୍ନ ଝରିଗାଁ ବ୍ଲକ

4 days ago 3
ARTICLE AD BOX

ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଳକରେ ଗତକାଲି ଠାରୁ ଲଗାଣ ବର୍ଷାଲାଗି ରହିଥିବା ବେଳେ ବ୍ଲକ ପୁରା ଜଳମଗ୍ନ ହୋଇ ପଡିଛି। କେଉଁଠି ଆପ୍ରୋଚ୍ ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯାଇଥିବା ସୂଚନା ମିଳିଛି ତ ଆଉ କେଉଁଠି କଲଭର୍ଟ ଭାସି ଯିବା ଖବର ଆସୁଛି। ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ବୋହୁଥିବା ଯୋଗୁଁ ଯାତାୟତ ସମସ୍ୟା ହେଉଥିବା ସୂଚନା ମିଳିଛି। ସେହିଭଳି କିଛି ଗ୍ରାମରେ ବର୍ଷା ପାଣି ଘର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି।

ଯାତାୟତ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି

ମିଳିଥିବା ସୂଚନା ପ୍ରକାରେ, ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଥିବା ରାମସା ଗ୍ରାମ ନିକଟରେ ଥିବା ଆପ୍ରୋଚ୍ ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ଫୁପୁଗାଁ ପୋଲ ଉପର ଦେଇ ବର୍ଷା ପାଣି ପ୍ରଭାବିତ ହେଉଥିବା ଯୋଗୁଁ ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଯାତାୟତ ସମ୍ପର୍ଣ୍ଣ ଠପ୍ ହୋଇଯାଇଛି।ବେଳଝରି ଗ୍ରାମ ଠାରୁ ଦୁମରପଦର ଗ୍ରାମକୁ ଯିବା ରାସ୍ତା ଉପରେ ଥିବା କଲଭର୍ଟ ବର୍ଷା ପାଣିରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ଅଧିକ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ସଠିକ ଜଣାପଡୁନାହିଁ।ସେହିଭଳି ବଡନୀ ଗ୍ରାମ ଠାରୁ ରାମସା ଗ୍ରାମ ରାସ୍ତା ଆଣ୍ଠୁଏ ଉପରେ ବର୍ଷା ପାଣି ବୋହୁଥିବା ଯୋଗୁଁ ଯାତାୟତ ସମସ୍ୟା ହୋଇଛି। ସେହିଭଳି ଚଚା ପଞ୍ଚାୟତର ଗବାଗୁଡା,ପାର୍ଲିଆଗୁଡ଼ା, ଦାବିରିମୁଣ୍ଡା,ଭେଜିଗୁଡ଼ା,ଛୁଇଁମାଟିଗୁଡା ଭଳି ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଉପରେ ବର୍ଷା ପାଣି ପ୍ରଭାବିତ ହେଉଥିବା ଯୋଗୁଁ ଯାତାୟତ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବଡ଼ଟେମେରା ପଞ୍ଚାୟତ ଟାଙ୍ଗିନୀ ଗ୍ରାମରେ ଏବଂ ବାଣୁଆଗୁଡ଼ା ପଞ୍ଚାୟତର କୁହୁରାକୋଟ ଗ୍ରାମରେ ବର୍ଷା ପାଣି ଘର ଘର ଭତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଝରିଗାଁ ସ୍ଥିତ ITDA କଳନୀର କିଛି ଘରେ ବର୍ଷା ପାଣି ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଳକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ପଡିଛି।

Death: ଭଡ଼ା ଘରେ ଜୀବନ ହାରିଲେ ନର୍ସ, କାରଣ ଅସ୍ପଷ୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.