Helicopter crash: ହେଲିକପ୍ଟରରେ ଥିଲେ ୬ ଜଣ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା

1 hour ago 2
ARTICLE AD BOX

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରୀନାଥ ଏବଂ ଯୋଶୀମଠ ମଧ୍ୟରେ ମାରୱାଡି ନିକଟରେ ଶୁକ୍ରବାର ଅପରାହ୍‌ଣରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୬ ଜଣ ‌ଯାତ୍ରୀ ଥିଲେ। ଚମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ୍‌ କେ ଯୋଶୀ କହିଛନ୍ତି, ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସଂପର୍କିତ ସୂଚନା ମିଳିଥିଲା। ଏସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ସେ କହିଛନ୍ତି ଯେ, ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ୟୁସିଏଡିଏ ଅନୁସାରେ ହେଲିକପ୍ଟରରେ ପାଇଲଟ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ। ପାଇଲଟଙ୍କ ନାମ ହିମାଂଶୁ। ପ୍ରତାପ, ଅରୁଣ, ଶଙ୍କର ଗୌଡ଼ା, ସୁଧୀର ଏବଂ ଏଚ୍‌ଏମ୍‌ ନଟରାଜ। ରିପୋର୍ଟ ଲେଖାଯିବା ବେଳକୁ ହେଲିକପ୍ଟରର ତଦନ୍ତ ଚାଲିଛି। ଅଧିକାରୀମାନେ ଯାତ୍ରୀମାନଙ୍କର ସ୍ଥିତି ନେଇ ଅଧିକ ସ୍ପଷ୍ଟ କରିନାହାନ୍ତି। 

Helicopter Crash: ଟେକ୍ସାସରେ ଆମେରିକୀୟ ସେନାର ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.