Helpless: ବନ୍ୟା ପରେ ଭଙ୍ଗା ଘର ସଜାଡ଼ୁଛନ୍ତି ଅସହାୟ ବୃଦ୍ଧା, ପାଣି ନେଇଗଲା ଆଶ୍ରୟ

5 days ago 3
ARTICLE AD BOX

ଚାନ୍ଦବାଲି: ପ୍ରଳୟଙ୍କରୀ ବନ୍ୟା ଦୁଃଖ ଦେଇଗଲା, କାହାର ଘର ଭାଙ୍ଗିଛି, ତ କାହାର ଚାଷ ଜମି ଉଜାଡ଼ି ଦେଇଛି ବନ୍ୟାଜଳ। ଏହି ବିପର୍ଯ୍ୟୟ ମଧ୍ୟରେ ନିଜ ଭଙ୍ଗା ସଂସାରକୁ ପୁଣି ସଜାଡ଼ିବାରେ ଲାଗିଛନ୍ତି ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ମଧୁପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ରୁକ୍ମଣୀ ପାଢ଼ୀ। ବୟସ ପ୍ରାୟ ୮୦  ଛୁଇଁବ, ପରିବାର ବୋଲି ଏକା। ପ୍ରଥମ ବନ୍ୟାର ପାଣି ସମ୍ପୂର୍ଣ୍ଣ ହ୍ରାସ ପାଇନଥିଲା। ଠିକ୍‌ ସେତିକିବେଳେ ମାଡ଼ି ଆସିଥିଲା ଆଉ ଏକ ପ୍ରଳୟଙ୍କରୀ ବନ୍ୟା। ଘର ଭିତରେ ପାଣି ପଶିବା ସହ ଜୀବନ ରକ୍ଷା ପାଇଁ ଘର ଛାଡ଼ି ନିକଟସ୍ଥ ଏକ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ବୃଦ୍ଧା।

ଏବେ ଘରକୁ ଫେରି ହଜିଯାଇଥିବା ସଂସାର ଖୋଜୁଛନ୍ତି

ପାଞ୍ଚ ଦିନ ଧରି ଅନ୍ୟତ୍ର ଆଶ୍ରୟ ନେବା ପରେ ଆଜି ଘରକୁ ଫେରିଛନ୍ତି ସେ। କିନ୍ତୁ ଘରକୁ ଫେରିବା ପରେ ଅପେକ୍ଷା କରିଥିଲା ଆଉ ଏକ ଦୁଃଖଦ ଦୃଶ୍ୟ। ଘର ଭିତରେ ଏଣେତେଣେ ପଡ଼ିଛି ବନ୍ୟାର ଚିହ୍ନ। କାଦୁଅ, ପଙ୍କ ଓ ଅଳିଆ ଭିତରେ ନିଜର ହଜିଯାଇଥିବା ଆସବାବପତ୍ର ଖୋଜୁଛନ୍ତି ଅସହାୟ ବୃଦ୍ଧା। ଯେଉଁ ଘର ଦିନେ ତାଙ୍କ ପାଇଁ ଥିଲା ନିରାପଦ ଆଶ୍ରୟ, ଆଜି ସେହି ଘର ହିଁ ବନ୍ୟାର ତାଣ୍ଡବର ନିରବ ସାକ୍ଷୀ। ଆଖିରେ ଅସହାୟତା, ମନରେ ଅସୁମାରି ଦୁଃଖ, ତଥାପି ଭାଙ୍ଗି ପଡ଼ିନାହାନ୍ତି ବୃଦ୍ଧା। ନିଜ ହାତରେ ଭଙ୍ଗା ସଂସାରକୁ ପୁଣି ସଜାଡ଼ିବାର ଚେଷ୍ଟା କରୁଛନ୍ତି। ଏହି ଦୃଶ୍ୟ କେବଳ ଜଣେ ବୃଦ୍ଧାଙ୍କ ଦୁର୍ଦ୍ଦଶାର ଚିତ୍ର ନୁହେଁ, ବରଂ ବନ୍ୟାରେ ଉଜାଡ଼ି ଯାଇଥିବା ଶହ ଶହ ପରିବାରର ଯନ୍ତ୍ରଣାର ଏକ ପ୍ରତିଛବି। ବନ୍ୟା ପାଣି ହୁଏତ କମିଯିବ, କିନ୍ତୁ ଏହି ଅସହାୟ ଲୋକଙ୍କ ଜୀବନରୁ ଦୁଃଖର ପାଣି କେବେ କମିବ—ସେ ପ୍ରଶ୍ନ ଏବେ ସମସ୍ତଙ୍କ ସାମ୍ନାରେ।

Students Missing: ସେଲଫି ନେବା ପଡ଼ିଲା ମହଙ୍ଗା: ଅଥଳ ଜଳ ରାଶିରେ ୨ ଛାତ୍ର ନିଖୋଜ, ଅଳ୍ପକେ ବଞ୍ଚିଲେ ଜଣେ ଛାତ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.