High Cholesterol: ପତଳା ଲୋକଙ୍କର ବି ବଢ଼ିପାରେ କୋଲେଷ୍ଟ୍ରଲ!

1 week ago 6
ARTICLE AD BOX

କୋଲେଷ୍ଟ୍ରଲ୍ କଥା ଉଠିଲେ ଅଧିକାଂଶ ଲୋକ ଭାବନ୍ତି ଯେ ଏହା କେବଳ ମୋଟାପା କିମ୍ବା ଅଧିକ ଓଜନ ଥିବା ଲୋକଙ୍କ ପାଖରେ ଦେଖାଯାଏ। ଯଦି ଆପଣ ପତଳା ଏବଂ ସକ୍ରିୟ ଜୀବନଶୈଳୀ ବିତାଉଛନ୍ତି, ତେବେ ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ୱତଃ ସୁସ୍ଥ ରହିବ ବୋଲି ଯଦି ଆପଣ ଭାବୁଥା'ନ୍ତି, ତେବେ ଆପଣ ଭୁଲ୍ ଅଛନ୍ତି। ମୁମ୍ବାଇର ଗ୍ଲେନେଗଲ୍ସ ହସ୍ପିଟାଲର ପରାମର୍ଶଦାତା କାର୍ଡିଓଲୋଜିଷ୍ଟ ଡାକ୍ତର ପୁଣ୍ୟ ପ୍ରତାପ କୁଜୁରଙ୍କ ମତରେ, ଶରୀରର ଓଜନ କମ୍ ଥିଲେ ମଧ୍ୟ ଯେକୌଣସି ବ୍ୟକ୍ତିଙ୍କର ଖରାପ କୋଲେଷ୍ଟ୍ରଲ୍ ବଢ଼ିପାରେ।

ଆହୁରି ପଢ଼ନ୍ତୁ: ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗ ମାମଲା: ୫ ଗିରଫ

ତେବେ ଓଜନ ଠିକ୍ ଥିଲେ ମଧ୍ୟ କାହିଁକି କୋଲେଷ୍ଟ୍ରଲ୍ ବୃଦ୍ଧି ପାଏ, ସେ ବିଷୟରେ ଜାଣିବା ଆବଶ୍ୟକ:

ପତଳା ଲୋକଙ୍କଠାରେ କୋଲେଷ୍ଟ୍ରଲ୍ ବଢ଼ିବାର ୬ଟି ମୁଖ୍ୟ କାରଣ:

  • ଜେନେଟିକ୍ସ ଏବଂ ପାରିବାରିକ ଇତିହାସ: କେତେକ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ସମସ୍ୟା ବଂଶଗତ ହୋଇଥାଏ। 'ଫାମିଲିଆଲ୍ ହାଇପରକୋଲେଷ୍ଟ୍ରୋଲେମିଆ' ନାମକ ଏକ ସମସ୍ୟା ଯୋଗୁଁ ପତଳା ଏବଂ ସୁସ୍ଥ ଦେଖାଯାଉଥିବା ଲୋକଙ୍କର ମଧ୍ୟ ଏଲ୍.ଡି.ଏଲ୍ କୋଲେଷ୍ଟ୍ରଲ୍ ଅଧିକ ରହିପାରେ।

  • ଅଧିକ ପରିମାଣରେ ସାଚୁରେଟେଡ୍ ଫ୍ୟାଟ୍ ଖାଇବା: ବ୍ୟକ୍ତିର ଓଜନ ଯାହା ହେଉନା କାହିଁକି, ତାଙ୍କ ଖାଦ୍ୟାଭାସ କୋଲେଷ୍ଟ୍ରଲ୍ ଉପରେ ସିଧାସଳଖ ପ୍ରଭାବ ପକାଏ। ମହଣ ମହଣ ଘିଅ, ମାଖନ, ଚର୍ବିଯୁକ୍ତ ମାଂସ ଏବଂ ବିଭିନ୍ନ ପ୍ରୋସେସ୍ଡ ଫୁଡ୍ ନିୟମିତ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇଥାଏ।

  • ଶାରୀରିକ ପରିଶ୍ରମ କିମ୍ବା ବ୍ୟାୟାମର ଅଭାବ: ପତଳା ହେବା ମାନେ ଏହା ନୁହେଁ ଯେ ଆପଣ ଜଣେ ଶାରୀରିକ ଭାବେ ଅତ୍ୟନ୍ତ ସକ୍ରିୟ ବ୍ୟକ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ବସିରହିବା ଏବଂ କୌଣସି ବ୍ୟାୟାମ ନ କରିବା ଦ୍ୱାରା ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ଏବଂ ରକ୍ତରେ ଥିବା ଲିପିଡ୍ ସ୍ୱତଃ ପ୍ରଭାବିତ ହୋଇଥାଏ।

  • ଅନ୍ତର୍ନିହିତ ସ୍ୱାସ୍ଥ୍ୟଗତ ସମସ୍ୟା: ମଧୁମେହ ଏବଂ ଥାଇରଏଡ୍ ସମସ୍ୟା ରକ୍ତରେ କୋଲେଷ୍ଟ୍ରଲ୍ ମାତ୍ରା ବୃଦ୍ଧି କରିବାର ଏକ ପ୍ରମୁଖ କାରଣ ହୋଇପାରେ।

  • ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ: ଧୂମପାନ ଶରୀରର ରକ୍ତନଳୀଗୁଡ଼ିକୁ କ୍ଷତିଗ୍ରସ୍ତ କରିଥଏ ଓ ଭଲ କୋଲେଷ୍ଟ୍ରଲ୍‌ର ମାତ୍ରା କମାଇଦିଏ। ସେହିପରି ଅଧିକ ମଦ୍ୟପାନ ରକ୍ତରେ ଟ୍ରାଇଗ୍ଲିସରାଇଡ୍ ମାତ୍ରା ବଢ଼ାଇଥାଏ।

  • ହରମୋନ୍‌ଜନିତ ପରିବର୍ତ୍ତନ: ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ମେନୋପଜ୍ ସମୟରେ ହରମୋନ୍‌ରେ ଆସୁଥିବା ପରିବର୍ତ୍ତନ ଯୋଗୁଁ କୋଲେଷ୍ଟ୍ରଲ୍ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। ଏହି ସମୟରେ ଏଲ୍.ଡି.ଏଲ୍ ବଢ଼ିବାବେଳେ ଏଚ୍.ଡି.ଏଲ୍ କମିଯାଇଥାଏ।

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବା ପାଇଁ କ'ଣ କରିବେ?

  • ଖାଦ୍ୟରେ ଅଧିକ ଫଳ, ପନିପରିବା, ଅଖାଦ୍ୟ ବଦଳରେ ପୋଷକ ତତ୍ତ୍ୱଯୁକ୍ତ ଶସ୍ୟ ଏବଂ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।

  • ଘିଅ, ମାଖନ ଏବଂ ବଜାରରେ ମିଳୁଥିବା ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ।

  • ନିୟମିତ ଭାବେ ବ୍ୟାୟାମ କରନ୍ତୁ ଏବଂ ଧୂମପାନଠାରୁ ଦୂରେଇ ରୁହନ୍ତୁ।

  • ଯୋଗ, ପ୍ରାଣାୟାମ ଏବଂ ପର୍ଯ୍ୟାପ୍ତ ନିଦ ଦ୍ୱାରା ମାନସିକ ଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

  • ନିଜ ଓଜନ ପତଳା ଅଛି ବାହାନାରେ ନ ରହି, ନିୟମିତ ବ୍ୟବଧାନରେ ନିଜର ଲିପିଡ୍ ପ୍ରୋଫାଇଲ୍ କରାଇ ନେବା ଉଚିତ୍।

ଆହୁରି ପଢ଼ନ୍ତୁ: କିପରି ଅଛି ଲାଲ୍‌ କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.